ବୋଲଗଡ଼, ତା-୨୭/୧୧ (ବିଏମସି ଟିଭି ଓଡ଼ିଆ )
ବୋଲଗଡ଼ ପରମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ଯକ୍ଷ ପ୍ରଫେସର ଡଃ. ପ୍ରଦୀପ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଓ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ଯ ପ୍ରାଧ୍ୟାପକ ଡଃ ମିନୁସ ମଲ୍ଲୀକ ଙ୍କ ଆବାହକତ୍ଵରେ ଭାରତୀୟ ସମ୍ବିଧାନ ଦିବସ ମହାଆଡ଼ମ୍ବର ସହକାରେ ପାଳନ ହେବା ସଙ୍ଗେସଙ୍ଗେ ଭାରତୀୟ ସମ୍ବିଧାନ କର୍ମଶାଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି କର୍ମଶାଳାରେ ମୁଖ୍ଯ ଅତିଥି ଭାବେ ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ଯ ପ୍ରଫେସର ଡଃ ଶ୍ରୀଧର ଚନ୍ଦ୍ର ଜେନା ଓ ସମ୍ମାନୀତ ଅତିଥି ଭାବେ ଅଧ୍ଯାପକ ପୁଷ୍ପରାଜ ପ୍ରଧାନ, ଅଧ୍ଯାପିକା ଲିପିକା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ଫୁଲ, ଚନ୍ଦନ, ଧୂପଦୀପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦ୍ଘାଟନ କରିଥିଲେ। କର୍ମଶାଳା ର ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ଅଧ୍ଯାପିକା ଡଃ ଅନୁସୂୟା ପ୍ରୁଷ୍ଟି ବେଦପାଠ ଗାନ କରିଥିଲେ। ସଭାପତି ପ୍ରଫେସର ପ୍ରଦୀପ୍ତ କୁମାର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଆବାହକ ପ୍ରାଧ୍ୟାପକ ମୀନୁସ ମଲ୍ଲୀକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ଭାରତୀୟ ସମ୍ବିଧାନର ଗଠନ, ଲକ୍ଷ୍ଯ ଓ ଏହାର ଆଭିମୁଖ୍ୟ ସମ୍ପର୍କରେ ସମ୍ଯକ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ରାଜନୀତି ବିଞାନ ବିଭାଗର ଛାତ୍ରଛାତ୍ରୀମାନେ ନିଜ ନିଜର ସମ୍ବିଧାନ ଉପରେ ଲିଖିତ ସନ୍ଦର୍ଭ ପାଠ କରିଥିଲେ। ଭାରତୀୟ ସମ୍ବିଧାନର ପ୍ରଣେତା ତଥା ପ୍ରାଣପ୍ରତିଷ୍ଠାତା ସ୍ବର୍ଗତ ଡଃ ବି. ଆର. ଆମ୍ବେଦକର ଙ୍କ ଜୀବନୀ ଓ ଭାରତୀୟ ସମ୍ବିଧାନର ସଂହିତା ଉପରେ ବିସ୍ତୃତ ବିବରଣୀ ମୁଖ୍ଯ ଅତିଥି ପ୍ରଫେସର ଶ୍ରୀଧର ଚନ୍ଦ୍ର ଜେନା ପ୍ରଦାନ କରିଥିଲେ। ଭାରତୀୟ ସମ୍ବିଧାନ ହେଉଛି ଦେଶ ଓ ଜାତିର ରକ୍ଷା କବଚ଼ ବୋଲି ମୁଖ୍ଯ ବକ୍ତା ଅଧ୍ଯାପକ ପୁଷ୍ପରାଜ ପ୍ରଧାନ ମତପ୍ରକାଶ କରିଥିଲେ। ଆଜିର ସ୍ବାଧୀନ ଭାରତରେ ପ୍ରତ୍ୟେକ ଭାରତୀୟ ନାଗରିକ ମାନେ ଭାରତୀୟ ସମ୍ବିଧାନ କୁ ସମ୍ମାନ ଜଣାଇ କାଯ୍ୟ କଲେ ଦେଶର ତଥା ଜାତିର ପ୍ରଗତି ହୋଇ ପାରିବ ବୋଲି ସମ୍ମାନୀତ ଅତିଥି ଅଧ୍ଯାପିକା ଲିପିକା ପ୍ରିୟଦର୍ଶିନୀ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ କାଯ୍ୟକ୍ରମ କୁ ଅଧ୍ଯାପିକା ରୁପେଲି ସାହୁ, ରଶ୍ମିରାଣୀ ସୁବୁଦ୍ଧି ପ୍ରମୁଖ ସଂଯୋଜନା କରି ପରିଚାଳନା କରିଥିଲେ। ପରିଶେଷରେ ଅଧ୍ଯାପିକା ରୁପେଲି ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।
ବିଏମସି ନ୍ୟୁଜ୍ ଓଡ଼ିଶା।


