ବେଲଗୁଣ୍ଠା: ତା – ୦୨/୦୯ ( ବିଏମସି ଟିଭି ଓଡ଼ିଆ) ନିଶାମୁକ୍ତ ସମାଜ ଗଠନ ପାଇଁ ଛାତ୍ରୀଙ୍କ ସଚେତନତା ଓ ସକ୍ରିୟ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବାର୍ତ୍ତା ନେଇ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶକ୍ତି ଶ୍ରୀ ସେଲ୍ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଅଧ୍ୟାପକ ଅଶୋକ କୁମାର ସ୍ବାଇଁ ଯୋଗଦେଇ ନିଶା ସେବନର କୁପ୍ରଭାବ ଓ ଏହାଦ୍ୱାରା ପରିବାର ତଥା ସମାଜରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ଛାତ୍ରୀମାନେ ସୁନ୍ଦର ସମାଜ ଗଠନର ମୂଳ ଉତ୍ସ।” ଛାତ୍ରୀଙ୍କ ସଚେତନତା ଓ ପ୍ରଚେଷ୍ଟା ଘରଠାରୁ ସମାଜ ପର୍ଯ୍ୟନ୍ତ ନିଶା ବିରୋଧୀ ଚେତନା ସୃଷ୍ଟି କରିପାରିବ ବୋଲି ସେ ମତ ଦେଇଥିଲେ।ଶକ୍ତି ଶ୍ରୀ ସେଲ୍ ସଂଯୋଜିକା ପିଙ୍କି ପାତ୍ର ନିଶା ସେବନର ଦୁର୍ଦ୍ଦଶା ଓ…
Author: BMC NEWS ODISHA
ବେଲଗୁଣ୍ଠା ;ତା-୧୫/୦୬(ବିଏମସି ଟିଭି ଓଡିଆ) ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ୟୁନିଅନ୍ ବ୍ୟାଙ୍କ୍ ଶାଖା ପରିଚାଳକ ଅନୁପ ସିଲ୍ ଙ୍କ ଅନ୍ୟ ଶାଖାକୁ ବଦଳି ହୋଇଯାଇଥିବା ଯୋଗୁଁ ତାଙ୍କୁ ବ୍ୟାଙ୍କ୍ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦାୟୀ ଶାଖା ପରିଚାଳକ ଶ୍ରୀ ସିଲ୍ ଗତ ଦୁଇ ବର୍ଷ ଧରି ଗୋବରା ଶାଖାରେ ଶାଖା ପରିଚାଳକ ଭାବେ ଦାୟିତ୍ଵ ତୁଲାଇ ଆସୁଥିଲେ। ସେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଗ୍ରାହକ ମାନଙ୍କୁ ବ୍ୟାଙ୍କିଙ୍ଗ ସେବା ,ଋଣ ପ୍ରଦାନ,ଗ୍ରାହକ ବୃଦ୍ଧି,ଗ୍ରାହକ ସୁରକ୍ଷା ଆଦି କ୍ଷେତ୍ରରେ ଉତ୍ତମ ସେବା ଯୋଗାଇ ଦେଇ ଅଞ୍ଚଳରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏହି ଅବସରରେ ବିଦାୟୀ ଶାଖା ପରିଚାଳକଙ୍କୁ ମାନପତ୍ର, ଉପଢୌକନ ଏବଂ ଉପହାର ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ବ୍ୟାଙ୍କ୍ ସହ ଶାଖା ପରିଚାଳକ କିଶୋର ଖାନ୍ନା , କର୍ମଚାରୀ ସଞ୍ଜୀବ,ବିପିନ,ଚନ୍ଦନ, ପ୍ରଶାନ୍ତ,ବଳରାମ ଲେଙ୍କା, ବାବୁନି ଶତପଥୀ,ହରିହର ସାହୁ…
ବଲାଙ୍ଗୀର ;ତା-୧୨/୦୬(ବିଏମସି ଟିଭି ଓଡିଆ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ତହସିଲ ଅନ୍ତର୍ଗତ ବାଘମୁଣ୍ଡ ଅଞ୍ଚଳର ଗେଡା ନଦୀରୁ ରାତି ସାରା ବେଆଇନ ଭାବେ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ଚାଲୁଥିବା ଅଭିଯୋଗ ଉଠିଛି। ପ୍ରତିଦିନ ରାତିରେ ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡ଼ି ଯୋଗେ ନଦୀରୁ ବିପୁଳ ପରିମାଣର ବାଲି ଉଠାଯାଇ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ବେଆଇନ ବାଲି ଖନନ ଫଳରେ ନଦୀର ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହେବା ସହ ଚାଷ ଜମି ଓ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେଉଛି। ତଥାପି ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ପକ୍ଷରୁ କୌଣସି କଠୋର ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହା…
ବେଲଗୁଣ୍ଠା ;ତା-୧୫/୦୬(ବିଏମସି ଟିଭି ଓଡିଆ) ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ଓ ବିଶ୍ୱ ସମ୍ବାଦ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପ୍ରେସ୍ କ୍ଲବ୍ ସଭାଗୃହଠାରେ ନାରଦ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦେବ ମୁନି ନାରଦ ଓ ମାତା ଭାରତୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭଞ୍ଜନଗର ଖଣ୍ଡ କାର୍ଯ୍ୟବାହ ପ୍ରଦୀପ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା କୁଟୁମ୍ବ ପ୍ରବୋଧନ ପ୍ରମୁଖ ମନୋଜ କୁମାର ପାତ୍ର ସମ୍ମାନିତ ଅତିଥି, ସହ ଜିଲ୍ଲା ପ୍ରଚାର ପ୍ରମୁଖ ମାଧବ ନାୟକ ମୁଖ୍ୟ ବକ୍ତା ଏବଂ ବେଲଗୁଣ୍ଠା ଏନଏସିର ୱାର୍ଡ ନମ୍ବର ୧ କାଉନସିଲର ଏସ୍. ଭାସ୍କର ପାତ୍ର ଓ ୱାର୍ଡ ନମ୍ବର ୨ କାଉନସିଲର ଦିବ୍ୟ ରଞ୍ଜନ ଦାସ ସ୍ୱତନ୍ତ୍ର ଅତିଥି…
ବଲାଙ୍ଗୀର ;ତା-୧୪/୦୬(ବିଏମସି ଟିଭି ଓଡିଆ) କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ଦ୍ୱାରା ଆଦିବାସୀ ସମାଜ ସମ୍ପର୍କରେ ଦିଆଯାଇଥିବା ଆଦିବାସୀ ଦୂଷିତ ଅପମାନଜନକ ମନ୍ତବ୍ୟକୁ ନେଇ ବିବାଦ ତୀବ୍ର ରୂପ ଧାରଣ କରିଛି। ଆଜି ପାଟଣାଗଡ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ବିଧାୟକ ଶ୍ରୀ ବାଗଙ୍କ ବିରୋଧରେ ଏକ ଏଫ୍ଆଇଆର୍ ଦାଖଲ କରାଯାଇଛି।ଆଦିବାସୀ ସଂଘ, ପାଟଣାଗଡ ବ୍ଲକ ସଭାପତି ଶ୍ରୀ ଭୁବନେଶ୍ୱର କୁଅଁର ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ବିଧାୟକଙ୍କ କଟୁ ମନ୍ତବ୍ୟ ସମଗ୍ର ଆଦିବାସୀ ସମାଜର ମାନ ସମ୍ନାନ, ଇଜ୍ଜତ ମହତ,ମର୍ଯ୍ୟାଦା, ଓ ଅସ୍ମିତାକୁ କ୍ଷୁଣ୍ଣ ହୋଇଛି । ଗାଁ ଓ ସହର ରେ ଲୋକ ଆଦିବାସୀ ସମାଜର ଲୋକଙ୍କୁ ଘୃଣା, ଛି ଛାକର, ହୀନ ଦୃଷ୍ଟି ରେ ଦେଖିବେ ।ଆଦିବାସୀ ସମ୍ପ୍ରଦାୟ ର ମହିଳା ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।ଶ୍ରୀ କୁଅଁର…
ଖୋର୍ଦ୍ଧା ;ତା-୧୨/୦୬(ବିଏମସି ଟିଭି ଓଡିଆ) ବେଗୁନିଆ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ସାରୁଅ ବଜାର ମଝିରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ସ୍କୁଟି ଉପରେ ଚଢ଼ିଗଲା ମିନାର ନାମକ ଯାତ୍ରୀବାହୀ ବସ।ଘଟଣା ସ୍ଥଳରେ ମହିଳା ସ୍କୁଟି ଚାଳକ ମୃତ। ଘଟଣା ସ୍ଥଳରେ ଉତ୍ତେଜନା ହୋଇଥିବା ବେଳେ ଖୋର୍ଦ୍ଧା ବଲାଙ୍ଗୀର 57 ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ। ସୂଚନା ଅନୁଯାୟୀ ଆଜି ସକାଳୁ ସାରୁଅ ଗାଁର ହାଲୁରି ପାହାଡ଼ସିଂ ନିଜର ଜଣେ ସମ୍ପର୍କୀୟଙ୍କୁ ଛାଡିବାକୁ ବଜାରକୁ ଆସୁଥିବା ବେଳେ ଭୁବନେଶ୍ୱରରୁ ଫୁଲବାଣୀ ଯାଉଥିବା ମିନାର ଯାତ୍ରୀବାହିଁ ବସ ତାଙ୍କୁ ପଛରୁ ଧକା ଦେଇଥିଲା । ଫଳରେ ହାଲୁରି ଙ୍କ ସମ୍ପର୍କୀୟ ପୁରୀ ଚନ୍ଦନପୁରର ମହିଳାଙ୍କ ମୃତ୍ୟୁ ଘଟିଥିବା ଦେଖା ଦେଇଛି। ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିବା ବେଳେ ଖୋର୍ଦ୍ଧା ଏସ୍ଡ଼ିପିଓ ବାଘମାରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା…
ଢେଙ୍କାନାଳ ;ତା୧୨/୦୬(ବିଏମସି ଟିଭି ଓଡଆ) ପୁଟିପାଳ,ଶିକୁଳୀ,କନ୍ତୋଲ,କଙ୍କଡ଼ାହାଡ଼, ଢେଙ୍କାନାଳ।ଦେଶ ଆଜି ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନଙ୍କ ଜୀଵନ ଅତି ଦୟନୀୟ। ଖାଦ୍ୟ ବସ୍ତ୍ର ବାସଗୃହ ଭଳି ମୌଳିକ ଆବଶ୍ୟକତାରୁ ଆଜି ବି ବଞ୍ଚିତସରକାର ଙ୍କର ମାଳ ମାଳ ଗରିବ କଲ୍ୟାଣ ଯୋଜନା କିନ୍ତୁ ସେମାନଙ୍କ ପାଖରେ ପହଞ୍ଚିଵା ପୂର୍ବରୁ ହୋଇଯାଏ ବାଟ ମାରଣା।ଏମିତି ଏକ ଅଞ୍ଚଳ ଯେଉଁଠିକି ଯିବା ପାଇଁ ଖଣ୍ଡେ ଭଲ ରାସ୍ତା ନାହିଁ,ପାଣି ର ବ୍ୟବସ୍ଥା ନାହିଁ,ସବୁଠୁ ବଡ଼ କଥା ବିଦ୍ୟୁତ୍ ମଧ୍ୟ ସେହି ଯାଗାରେ ପହଞ୍ଚି ପାରିନି ବାସ୍ ସତରେ କାଟୁଛନ୍ତି ଯେମିତି ଏକ ଅନ୍ଧାରୀ ଜୀବନ।ତେବେ ସରକାର ଙ୍କ ତରଫରୁ ରୁ ସମସ୍ୟାର ସମାଧାନ ପାଇଁ ପ୍ରାୟସ ଜାରି ରହିଥିଲେ ସୁଦ୍ଧା ସମୁଦ୍ର କୁ ଶଂଖେ ଭଳି ଲାଗେ। ଢେଙ୍କାନାଳ ଜିଲ୍ଲା,କଙ୍କଡ଼ାହାଡ ବ୍ଲକର ପାହାଡ,ପର୍ବତ,ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ଭିତରେ ଗାଁ ଦୁଇଟି…
ବୈଦେଶ୍ୱର ;ତା-୧୪/୦୬(ବିଏମସି ଟିଭି ଓଡିଆ) ରଜରେ ବଡ଼ ଦୁର୍ଘଟଣା। ବୈଦେଶ୍ୱର ସେତୁ ଉପରେ ଅଟୋ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୁଣ୍ଡ କଟିଗଲା । ଯୁବକ ବଡମ୍ବା ବୃନ୍ଦାବନପୁର ଶୁସିଲ କୁମାର ଗୋଛି। ଭଉଣୀ ଘରକୁ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା। ଅଟୋରେ ଥିବା ୬ ଜଣ ମହିଳା ଆହତ ହୋଇଛନ୍ତି। ବଡ଼ମ୍ବା ମେଡିକାଲ ରେ ଭର୍ତ୍ତି । ବୈଦେଶ୍ବର ରୁ ମନୋଜ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।
ଢେଙ୍କାନାଳ ;ତା-୧୨/୦୬(ବିଏମସି ଟିଭି ଓଡିଆ) ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ସାପୁଆ ଡ୍ୟାମରେ ବୁଡି ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଦେଖୁବାକୁ ମିଳିଛି। ଏଣେ ପୁଅକୁ ମାରି ଡ୍ୟାମରେ ଫିଙ୍ଗି ଦିଆଯାଇଛି ବୋଲି ପରିବାର ପକ୍ଷରୁ ରାସୋଳ ଥାନାରେ ଅଭିଯୋଗ ହୋଇଥିବା ବେଳେ ସଂନ୍ଦେହରେ ୨ ଜଣ ଯୁବକକୁ ଅଟକ ରଖି ରାସୋଳ ପୋଲିସ ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି,ଏଣେ ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି,ଘଟଣାରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ପଞ୍ଚାୟତ ପର୍ଯ୍ୟଟନସ୍ଥଳ ସାପୁଆ ଡ୍ୟାମକୁ ରସୋଳଥାନା ଚିତ୍ତଲପୁର ପଞ୍ଚାୟତ ବେଡା ଗ୍ରାମର ଦିଲୀପ ବିଶ୍ଵାଳଙ୍କ ପୁଅ ରାଜେନ୍ଦ୍ର ବିଶ୍ଵାଳ(୧୮)ଙ୍କୁ ଓଡାପଡାବ୍ଲକ ମୋଟଙ୍ଗାଥାନା( ହିନ୍ଦୋଳରୋଡ଼ ଫାଣ୍ଡି)ଅଧୀନ ଗୋଡିଡ଼ିହି ଗ୍ରାମର ବିଶ୍ଵ ରଞ୍ଜନ ମହାରଣା ଓ ଏକଘରିକିଆ ଗ୍ରାମର ତନ୍ମୟ ବେହେରାଙ୍କ ସହ ମିଶି ଆଜି ପୂର୍ବାହ୍ନ ୧୦ଟା ସାପୁଆଡ୍ୟାମ ବୁଲିବାକୁ ଯାଇ ଗାଧୋଉ ଥିବାବେଳେ ଡ୍ୟାମରେ ରାଜେନ୍ଦ୍ର ବୁଡ଼ି ଯାଇଥିବା…
ବନ୍ଧୁଗାଁ;ତା-୧୩/୦୬(ବିଏମସି ଟିଭି ଓଡ଼ିଆ) ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରିପୁଟ ଗ୍ରାମ ଆମ୍ବତଟା ଠାରେ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଶାନ ସଭା ଦ୍ୱାରା ଆଜି ଏକ ସାଧାରଣ ସଭା ଆୟୋଜନ କରାଯାଇଛି। ଆଦିବାସୀଙ୍କ ବିଭିନ୍ନ ଦାବି ନେଇ ଆଜିର ସମାବେଶ ଆୟୋଜିତ ହୋଇଥିଲା।ଆଦିବାସୀମାନେ ବର୍ଷ ବର୍ଷ ଧରି ଯେଉଁ ଜମିରେ ଚାଷ କରି ଦଖଲ ରେ ରଖିଛନ୍ତି , ସେହି ଜମିର ଆଇନଗତ ଅଧିକାର ପାଇଁ ଅନେକ ଥର ସ୍ଥାନୀୟ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଗଲେ ମଧ୍ୟ ସେହି ଜମିର ମାଳକାନ ସ୍ୱତ୍ୱ ଦେବାରେ ସରକାର ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି। ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀ ଙ୍କୁ ଜଙ୍ଗଲ ଜମିର ଅଧିକାର ଦେବାର ନିୟମ ଥିଲେ ମଧ୍ୟ ବନ୍ଧୁଗାଁ ଅଞ୍ଚଳରେ ହାତଗଣତି ଆଦିବାସୀ ପରିବାରକୁ ଜଙ୍ଗଲ ଜମି ଅଧିକାର ଦିଆ ଯାଇଛି ।ଯେଉଁ ଜଙ୍ଗଲ ଜମିରେ ଆଦିବାସି ପରିବାର ପୁରୁଷ ପୁରୁଷ ଧରି ଚାଷ କରି ଆସୁଛନ୍ତି…
ବଲାଙ୍ଗୀର ;ତା-୧୩/୦୬(ବିଏମସି ଟିଭି ଓଡ଼ିଆ) ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ରାଇପାଳି ଗ୍ରାମର ସାନୂର୍ଜ କରନ (ପିତା- ସ୍ୱର୍ଗତ ଭାସ୍କର କରନ), ବୟସ ପ୍ରାୟ ୫୦ ବର୍ଷ, ଦୀର୍ଘ ୨୫ରୁ ୨୭ ବର୍ଷ ଧରି ନକଲି ଡାକ୍ତର ଭାବେ ଚିକିତ୍ସା କରୁଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ସେ କୌଣସି ବୈଧ ଚିକିତ୍ସା ଯୋଗ୍ୟତା ନଥିବା ସତ୍ତ୍ୱେ ବିଭିନ୍ନ ଗ୍ରାମକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଥିବା କଥା ପ୍ରକାଶ ପାଇଛି। ଅଭିଯୋଗକାରୀମାନଙ୍କ କହିବା ଅନୁଯାୟୀ, ସାନୂର୍ଜ କରନଙ୍କ ସହ ଅନ୍ୟ କିଛି କଥିତ ନକଲି ଡାକ୍ତରଙ୍କର ମଧ୍ୟ ସମ୍ପର୍କ ରହିଛି। ତାଙ୍କ ବିରୋଧରେ ନିଷ୍ପକ୍ଷ ତଦନ୍ତ କରାଗଲେ ଅଞ୍ଚଳରେ କାର୍ଯ୍ୟରତ ଅନ୍ୟାନ୍ୟ ନକଲି ଡାକ୍ତରଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି।ଏହି ଅଭିଯୋଗ ସମ୍ପର୍କରେ ଆମ ପ୍ରତିନିଧି ବଲାଙ୍ଗିର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ…
ସମ୍ବଲପୁର:ତା.୧୪/୦୬ (ବିଏମସି ଟିଭି ଓଡିଆ) ସମ୍ବଲପୁର ସହର ସ୍ଥିତ ହୋଟେଲ ହରଜିତ ସଭାଗୃହରେ ଶିକ୍ଷାବିତ୍ ତଥା ସାହିତ୍ୟିକ ଡ଼.ଉତ୍ପଳା ଦାସ ଷଡ଼ଙ୍ଗୀଙ୍କର କବିତା ସଂକଳନ ‘ଝରକା ସେପାଖେ’ ଆଜି ପୂର୍ବାହ୍ନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କବି ଅନନ୍ୟା ବେହେରାଙ୍କର ସଂଯୋଜନାରେ ଆୟୋଜିତ ସାରସ୍ବତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ସୌଭାଗ୍ୟବନ୍ତ ମହାରଣା, ସମ୍ମାନିତ ଅତିଥି ଭାବରେ ଡ଼.ପଦ୍ମାଳୟା ପଣ୍ଡା, ସମାଲୋଚକ ମୋହନ ସାହୁ ଓ ମୁଖ୍ୟବକ୍ତା ସାମ୍ବାଦିକ ତଫିଜୁଲ ହୁସେନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଇଷ୍ଟଦେବୀ ସମଲେଶ୍ୱରୀଙ୍କର ପ୍ରତିକୃତିରେ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ଳୋକ ଉଚ୍ଚାରଣ ସନତ ସାହୁ କରିଥିବା ବେଳେ ଶିଶୁ ନୃତ୍ୟଶିଳ୍ପୀ ତନୁଶ୍ରୀ କର, ବୈଷ୍ଣବୀ ଦାସ, ଜ୍ୟୋତିର୍ମୟୀ ମହାରଣା। ନୃତ୍ୟ ପରିବେଷଣ କରିବା ସହ ସୁଧାଂଶୁ ମୋହନ ପଟେଲ ସମଲେଶ୍ୱରୀ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ଅତିଥି ମାନେ ଉନ୍ମୋଚିତ କବିତା ସଂକଳନ ‘ଝରକା ସେପାଖେ’ ଓ କବି ଡ଼.ଷଡ଼ଙ୍ଗୀଙ୍କ ବିଷୟରେ…
