ଢେଙ୍କାନାଳ ;ତା-୨୬/୧୦(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳରେ ହାତୀ ଆତଙ୍କ ଜାରି ରହିଥିବା ବେଳେ ପ୍ରାପ୍ତ ସୂଚନା କ୍ରମେ ଗତ ସୋମବାର ଦିନ ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍ ଅଧୀନ ବାଦୀବାହାଳ ଗାଁ ସ୍ଥିତ ସାଧୁ ଗୋସେଇଁଙ୍କ ମନ୍ଦିର ଭିତରକୁ ପଶିଛି ଦନ୍ତାହାତୀ।
ତେବେ ଘଟଣା କ୍ରମେ ଗତ ରବିବାର ରାତିରେ ଟୁଙ୍ଗୁରୁ ସ୍ଥାନୀୟ ଚାଷଜମିରେ ପଶି ଫସଲ ନଷ୍ଟ କରିଥିଲା। ସୋମବାର ସକାଳୁ ଦନ୍ତହାତୀଟି ବାଦୀବାହାଳ ଗ୍ରାମ ଦେଇ ତାଳଚେର ସେକ୍ସନ ଗଣ୍ଠିଗାଡ଼ିଆ ଜଙ୍ଗଲକୁ ଯିବାକୁ ଉଦ୍ୟମ କରିଥିଲା। ତାଳଚେର ସେକ୍ସନ ପକ୍ଷରୁ ଜଙ୍ଗଲକୁ ଯାଇଥିବା ହାତୀ ଚଲାପଥରେ ସୌରବାଡ଼ ଦିଆଯାଇଥିବାରୁ ହାତୀ ଯାଇନପାରି ଫେରି ଆସିଥିଲା। ଦନ୍ତାହାତୀ ଅସ୍ତବ୍ୟସ୍ତ ହୋଇ ଗାଁ ଭିତରେ ଘୁରିବୁଲିବା ପରେ ଗାଁ ମୁଣ୍ଡରେ ଥିବା ସାଧୁ ଗୋସେଇଁଙ୍କ ମନ୍ଦିର ଭିତରକୁ ପଶି ଯାଇଥିଲା। ମନ୍ଦିର ଝରକା ଭିତରେ ଥିବା ଏକ ବିଦ୍ୟୁତ୍ ବୋର୍ଡକୁ ଉପାଡ଼ି ଭାଙ୍ଗି ଦେଇଥିଲା।ସୌଭାଗ୍ୟ ବସତଃ ହାତୀକୁ ବିଦ୍ୟୁତ୍ ଝଟକା ଲାଗିନଥିଲା। ଗାଁ ଲୋକେ ହୋ ହୋଲ୍ମା କରିବାରୁ ହାତୀଟି ସୌରବାଡ଼ ଦେଇ ହାତୀ ଚଲାପଥ ଅବରୋଧ ବାସୁବାହାଳ ଓ ସଞ୍ଜପଡ଼ା ମଧ୍ୟରେ ଥିବା ଜଙ୍ଗଲକୁ ପଳାଇ ଯାଇଥିଲା। ଗଣ୍ଠିଗାଡ଼ିଆ ଜଙ୍ଗଲକୁ ହାତୀପଲ ନଯିବା ପାଇଁ ବନ ବିଭାଗର ସୌରବାଡ଼ ଲଗାଇ ଥିବାରୁ ଦିନରେ ମଧ୍ୟ ହାତୀପଲ ଗାଁ ଭିତରକୁ ପଶି ଆସୁଥିବାରୁ ଅସନ୍ତୋଷ ଦେଖା ଦେଇଛି। ତୁରନ୍ତ ଜଙ୍ଗଲକୁ ଯାଇଥିବା ହାତୀ ଚଲାପଥ ରାସ୍ତାରୁ ସୌରବାଡ଼ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଢେଙ୍କାନାଳ ରୁ ବିଭୁ ପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


