ବଲାଙ୍ଗୀର/ଟିଟିଲାଗଡ ; ତା-୧୩/୦୫ ( ବିଏମସି ଟିଭି ଓଡ଼ିଆ )
ଟିଟିଲାଗଡ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ଚଳିତ ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ୧୦ ଟା ରୁ ଦ୍ୱିପହର ୨ ଟା ପର୍ଯ୍ୟନ୍ତ ଇଚ୍ଛୁକ ଥିବା ପ୍ରାର୍ଥୀ ମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ନାମାଙ୍କନ ପ୍ରକ୍ରିୟାକୁ ସଠିକ୍ ଭାବରେ ନିରୀକ୍ଷଣ କରିବା ପାଇଁ ଏକ ଟିମ ଗଠନ କରାଯାଇଥିଲା। ସେହି ଟିମରେ ସହରର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ରାଧେଶ୍ୟାମ ଅଗ୍ରୱାଲ, ଶ୍ରୀ ଡମ୍ବରୁ ଧର କର୍ମି ଓ ସଞ୍ଜିତ ଚାଟାର୍ଜୀ ଦାୟିତ୍ଵ ତୁଲାଇଥିଲେ। ସଂଧ୍ୟା ଚାରିଟା ସମୟରେ ସ୍ମୃଟନି ପାଇଁ ସମସ୍ତ ପ୍ରାର୍ଥୀ ଦାଖଲ କରିଥିବା ଆବେଦନ ପତ୍ର ଯାଞ୍ଚ କରିଥିଲେ ସେଥିରେ କାହାର ବି ପ୍ରାର୍ଥୀ ପତ୍ର ନାକଚ ହୋଇ ନ ଥିଲା। ତେବେ ମଙ୍ଗଳବାର ସଂନ୍ଧ୍ୟାରେ ସ୍ଥାନିୟ ଧର୍ମଶାଲା ଠାରେ ନିର୍ଵାଚନ ଅଧିକାରି ଆଇନଜୀବୀ ଶ୍ରୀଯୁକ୍ତ ରାଧେଶ୍ୟାମ ଅଗ୍ରୱାଲ ଆଗାମି ଦୁଇ ବର୍ଷ ପାଇଁ ସଭାପତି ଭାବେ ଶ୍ରୀ ଶମ୍ଭୁ ପ୍ରସାଦ ଗୋଏଲ, ଉପ ସଭାପତି ଶ୍ରୀ ସଞ୍ଜୟ ସୋନି, ସଂପାଦକ ଭାବେ ଗୋପାଲ ଜୈନ, ସହ ସମ୍ପାଦକ ଅମନ କୁମାର ଗୋଏଲ, କୋଷାଧ୍ୟକ୍ଷ ଭାବେ ଶ୍ରୀ ଗଙ୍ଗାଧର ଶର୍ମା ଏବଂ ୨୧ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ। ପାଖାପାଖି ୪୪୦ ରୁ ଉର୍ଦ୍ଧ୍ବ ସଦସ୍ୟଙ୍କୁ ନେଇ ଟିଟିଲାଗଡ ବଣିକ ସଂଘ ଗଠିତ। ତେବେ ନିର୍ଦ୍ୱନ୍ଦରେ ବିଜୟୀ ହୋଇଥିବା ବଣିକ ସଂଘର ସଭାପତି ଶ୍ରୀଯୁକ୍ତ ସଂଭୁ ପ୍ରସାଦ ଗୋଏଲଙ୍କ ନେତୃତ୍ୱ ଓ ତାଙ୍କ ଟିମର କାର୍ଯ୍ୟକାଳରେ ହୋଇଥିବା କାର୍ଯ୍ୟକୁ ସମସ୍ତେ ସମର୍ଥନ ଜଣାଇବା ଏଥିରୁ ପ୍ରମାଣିତ। ଆଗକୁ ବ୍ୟବସାୟୀଙ୍କ ହିତରେ କାର୍ଯ୍ୟ କରିବି ବୋଲି ସଭାପତି ଶ୍ରୀ ଗୋଏଲ କହିଛନ୍ତି ।

ଟିଟିଲାଗଡ଼ ରୁ ସନ୍ତୋଷ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।


