Author: bmcnews

ସମ୍ବଲପୁର/ଗୋଡଭଗା:ତା ୧୩/୦୯ (ବିଏମସି ଟିଭି ଓଡିଆ) ଅଞ୍ଚଳବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଲାୟନ୍ସ କ୍ଲବ ଗୋଡଭଗା ରୟାଲ ପକ୍ଷରୁ ଏକ ବିରାଟ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଡଭଗା କ୍ୟାମ୍ପ ସ୍ଥିତ ମା’ ସମଲେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଶିବିରରେ ୪୨ ୟୁନିଟ ରକ୍ତ ସଂଗ୍ରହ ହେବା ସହ ୮୦ ଜଣ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ଲାୟନ୍ସ କ୍ଲବ ଗୋଡଭଗା ରୟାଲର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ। ଶିବିରର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯୁବଡାକ୍ତର ଚିତ୍ତରଞ୍ଜନ ଜେନା ତୁଲାଇଥିଲେ। ତାଙ୍କୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ ଡା. ପ୍ରଶାନ୍ତ ଗୋୟଲ, ଡା. ସ୍ୱାଗତ ପ୍ରଧାନ, ଡା. ଶୁଭଞ୍ଜଳି ନାଏକ, ଡା. ଚିନ୍ମୟ ମେହେର, ଡା. ଜିତେନ୍ଦ୍ର ପ୍ରଧାନ, ଲାବ୍…

Read More

ଢେଙ୍କାନାଳ ;ତା-୧୩/୦୯(ବିଏମସି ଟିଭି ଓଡ଼ିଆ କୁଆଳୋ ରାଜସ୍ବ ଗ୍ରାମର ପରମହଂସପୁର ଛକ ନିକଟ ୧୪୯ ନମ୍ବର ଜାତୀୟ ରାଜପଥ ଠାରୁ ସୂର୍ଯ୍ୟା ହୋଟେଲ ପର୍ଯ୍ୟନ୍ତ ଜଙ୍ଗଲ କିସମ ଜମିକୁ ହେପାଜତକୁ ନେଇଛି ବନ ବିଭାଗ। ହୋଟେଲ୍‌କୁ ଯିବା ପାଇଁ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ହୋଇ ଥିବାବେଳେ ଜଙ୍ଗଲ ଜମି ସହ ରାସ୍ତାରେ ବେଆଇନ୍ ପାର୍କି ହେଉଥିଲା।ପାଉଁଶ ଅନଲୋଡିଂ କରାଯାଉଥିବାରୁ ପରିବେଷ ପ୍ରଦୂଷିତ ହେଉଥିଲାଏ ନେଇ ୟୁଥ୍ ୟୁନାଇଟେଡ୍ ଫର୍ ସଷ୍ଟେନବଲ୍‌ ଏନ୍‌ଭରମେଣ୍ଟ୍ ଟ୍ରଷ୍ଟ୍ ପକ୍ଷରୁ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍(ଏନ୍‌ଜିଟି)ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଯାହାର ଶୁଣାଣି କରି ଏନ୍‌ଜିଟି ତୁରନ୍ତ ଜମିକୁ ନିଜ ହେପାଜତକୁ ନେଇ ଟ୍ରେଞ୍ଚ ଖୋଳି ତାରବାଡ଼ ଦେଇ ଚାରାରୋପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏନଜିଟି ଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ନୀଳାଦ୍ରି ଦଳପତି,ମାଜିଷ୍ଟେଟ୍ ଦାୟିତ୍ଵରେ ଥିବା ପରଜଙ୍ଗ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ,କାମାକ୍ଷନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ ଓ ମହାବିରୋଡ଼ ରେଞ୍ଜ ଅଧିକାରୀ ସୁଶାନ୍ତ…

Read More

ଢେଙ୍କାନାଳ ;ତା-୧୧/୦୯(ବିଏମସି ଟିଭି ଓଡ଼ିଆ) ଢେ଼ଙ୍କାନାଳ ମହିଷାପାଟ ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଏକ ଓଲା ଇଲେକ୍ଟ୍ରିକ୍ ସ୍କୁଟରରେ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଛି। ସ୍କୁଟରଟି ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ,ରାସ୍ତା ଉପରେ ଥିବା ବେଳେ ସ୍କୁଟରର ବ୍ୟାଟେରୀରୁ ହଠାତ୍ ଧୂଆଁ ବାହାରିବା ପରେ ବିସ୍ଫୋରଣ ହୋଇଥିଲା। ମୁହୂର୍ତ୍ତକ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ସୌଭାଗ୍ୟବଶତଃ କୌଣସି ମଣିଷ ଆହତ ହୋଇ ନାହାଁନ୍ତି। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଓଲା ସ୍କୁଟରରେ ବାରମ୍ବାର ନିଆଁ ଲାଗିବା ଘଟଣା ଏବେ ପୁଣି ଥରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Read More

ବେଲଗୁଣ୍ଠା ;ତା-୧୦/୦୯(ବିଏମସି ଟିଭି ଓଡ଼ିଆ) ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦରସ୍ଥିତ ପ୍ରଗତି ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇଦିନିଆ ବିଦ୍ୟାଳୟ ସ୍ତରୀୟ ଆଞ୍ଚଳିକ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର ନୂତନ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରିବା ସହ ଖେଳକୁଦର ବିକାଶ ଓ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଉତ୍ସାହିତ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଲକ୍ଷ୍ୟ ଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭରେ କ୍ରୀଡ଼ା ଶପଥ ଗ୍ରହଣ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘର ସଭାପତି ଭବାନୀ ଶଙ୍କର ମଲ୍ଲିକ ଓ ଆସିକା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭଞ୍ଜ ବେହେରା ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ ଓ ପ୍ରଦୀପ ପ୍ରଜ୍ୱଳନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।ଏହି ଅବସରରେ କ୍ରୀଡ଼ା ସମ୍ପାଦକ କୈଳାଶ ଗୌଡ଼, ସିଆରସିସି ରଞ୍ଜିତା ପାତ୍ର, କ୍ରୀଡ଼ା ସଂଯୋଜକ…

Read More

ବଲାଙ୍ଗୀର ;ତା-୧୧/୦୯(ବିଏମସି ଟିଭି ଓଡ଼ିଆ) ମାଆ ଦ୍ୱାରସୁନି ମନ୍ଦିରରୁ ଚୋରି ହୋଇଥିବା ରୁପା ଖଚିତ ତିନିଟି ଅରିଜିନାଲ ମୁକୁଟ ସମେତ ଅନ୍ୟାନ୍ୟ ଅଳଙ୍କାର ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ମନ୍ଦିର ରୁ ଚୋରି ହୋଇଥିବା ମାଁ ଙ୍କ ମୁକୁଟ ଫେରିବା ଦରକାର l କିଛି ଲୋକ ମା ଦ୍ୱାରସୁନୀ ମନ୍ଦିର ଚୋରି କୁ ଖାମଖିଆଲି ଭାବରେ ନେଉଛନ୍ତି l ଶସ୍ତା ରାଜନୀତି କରି ଲୋକଙ୍କୁ ଭୁଆଁବୁଲାଉ ଛନ୍ତି l ଏପରି କି ଦ୍ବିଗୁଣା ସୁନା ନିଅ ଘଟଣା କୁ ଚପାଇ ଦିଅ ବୋଲି କିଛି ଲୋକ ଚକ୍ରାନ୍ତ କରିଥିଲେ, ମାଁ ଙ୍କ ଦରବାର ରେ ମିଛ କାମ ଦେଲା ନାହିଁ l ଗତ ସୋମବାର ଦିନ ରେ ମା ତାଙ୍କର ସେବାୟତ ମାନଙ୍କୁ ଏହି ବିଷୟରେ ଜଣାଇ ଦେଇଛନ୍ତି ଅନ୍ୟ ଲୋକ ବ୍ୟବହାର କରିଥିବା ସୁନା ରୁପା ମାଆ ଙ୍କ ଦେହରେ…

Read More

ସମ୍ବଲପୁର/ଗୋଡଭଗା:ତା ୧୨/୦୯ (ବିଏମସି ଟିଭି ଓଡିଆ) ବରଗଡ଼ ଜିଲ୍ଲାର ଜଣେ ଲୋକପ୍ରିୟ ଶିକ୍ଷକ ଗୋପୀନାଥ ପ୍ରଧାନଙ୍କର ଗତକାଲି ମଧ୍ୟରାତ୍ରୀରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ବିଜେପୁର, ଅତାବିରା ତଥା ବରଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶିକ୍ଷାଗତ ଯୋଗ୍ୟତା ଏମ୍‌ଏ (ସଂସ୍କୃତ), ବି.ଇଡି ଥିବା ସ୍ୱର୍ଗତ ପ୍ରଧାନ ଯୋଖିପାଲି, ବ୍ଲକ- ବିଜେପୁର, ଜିଲ୍ଲା- ବରଗଡ଼ର ସ୍ଥାୟୀ ବାସିନ୍ଦା ଥିଲେ। ବର୍ତ୍ତମାନ ସେ ବରଗଡ଼ ପଞ୍ଚାୟତ କଲେଜ ରୋଡ଼ ସ୍ଥିତ ନିଜସ୍ୱ ବାସଭବନରେ ରହୁଥିଲେ।ସ୍ୱର୍ଗତ ପ୍ରଧାନ ତା ୦୩/୧୨/୧୯୯୦ ରେ ଅତାବିରା ଥାନା ଅନ୍ତର୍ଗତ ଦେବାହାଲ-ରେଙ୍ଗାଲିପାଲି ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ ଯୋଗଦାନ କରି ନିଜ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ। ୧୯୯୭ ମସିହାରେ ସେ ବାବେବିରା ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବରଗଡ଼ ଶିକ୍ଷା ଜିଲ୍ଲା ଅଧିନସ୍ଥ ସାଇନ୍ସ ପାର୍କର ପରିଚାଳନା…

Read More

ରାୟଗଡ଼ା ;ତା-୧୨/୦୯(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ଶିକକାକୁ ଗତକାଲି ରାୟଗଡା ପୋଲିସ ଗିରଫ କରିବା ଘଟଣାରେ ଆଜି ଡଙ୍ଗରିଆଙ୍କ ଦ୍ୱାର ବିକ୍ଷୋଭ କରାଯାଇଛି।ଲଦ ଶିକକା ନିୟମଗିରି ସୁରକ୍ଷା ପାଇଁ ବିଭିନ୍ନ ଆନ୍ଦୋଳନ ପ୍ରତିବାଦରେ ସାମିଲ ଥିବା ଘଟଣାରେ ରାୟଗଡା ପୋଲିସ ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜ ହୋଇଛି।ଉକ୍ତ ମାମଲାରେ ସଂଶ୍ଲିଷ୍ଟ ଥିବା କେଶ ଗୁଡାକ ମଧ୍ୟରୁ ଗତକାଲି ଲାଞ୍ଜିଗଡ କୋର୍ଟରୁ ବେଲରେ ଆସି ଥିଲେ।ଆସିବା ସମୟରେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଢେପାଗୁଡା ଛକ ନିକଟରୁ ରାୟଗଡା ପୋଲିସ ଗିରଫ କରିଥିଲା।ପୋଲସ କୁଆଡେ ନେଇଛି ପରିବାକୁ କିମ୍ବା ଲଦ ଶିକକାଙ୍କ ଓକିଲଙ୍କୁ ମଧ୍ୟ ଜଣାଇନଥିବା ଆଶ୍ଚର୍ଯ୍ୟ କରିଛି ବୋଲି ଓକିଲ ପ୍ରକାଶ କରିଛନ୍ତି।ସେହିଭଳି ୧୨ଟି କେଶ ୱାରେଣ୍ଟ ଲଦଙ୍କ ବିରୁଧରେ ରହିଛି ଵର୍ତମାନ ତଦନ୍ତ ଚଲାଇଛି ବୋଲି ରାୟଗଡା ଏସପି ରାଜେଶ କୁମାର ପ୍ରକାଶ କରିଛନ୍ତି।ଏହି…

Read More

ଢେଙ୍କାନାଳ ;ତା-୧୨/୦୯(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକx କରମୂଳ ଗ୍ରାମ ପଞ୍ଚାୟତ ରାଇପାଳ ଗାଁରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଅଘଟଣ ଘଟିଛି। ଗାଁର ୭୧ ବର୍ଷୀୟ ବୃଦ୍ଧା ଦୁଲେଇ ସାହୁ ନିଜ ବାଡ଼ି ନିକଟରେ ଥିବା ପ୍ରାୟ ୪୦ ଫୁଟ ଗଭୀର କୂଅ ନିକଟକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଭାରସାମ୍ୟ ହରାଇ କୂଅ ଭିତରକୁ ଖସି ପଡ଼ିଥିଲେ। ବୃଦ୍ଧାଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। କୂଅର ଗଭୀରତା ଅଧିକ ଥିବାରୁ ଗ୍ରାମବାସୀ ନିଜେ ଉଦ୍ଧାର କରିବାକୁ ସାହସ କରିପାରି ନଥିଲେ ଓ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଗଁଦିଆ ଫାୟାର ଷ୍ଟେସନର ଅଧିକାରୀ ଓ କର୍ମଚାରୀମାନେ ଉଦ୍ଧାରକାରୀ ସାମଗ୍ରୀ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଅଧ ଘଣ୍ଟାର ଅକ୍ଲାନ୍ତ ପ୍ରୟାସ ପରେ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ…

Read More

ଢେଙ୍କାନାଳ ;ତା-୧୨/୦୯(ବିଏମସି ଟିଭି ଓଡ଼ିଆ) ଗ୍ରାମ ଦୁଇ ଜଣ ପ୍ରଜା ଅବା ଗ୍ରାମ ର ବଡ ଚାଷୀ ବୋଲାଉ ଥିବା ଧରଣୀ ଧର ସାହୁ,ଶ୍ରୀନିବାସ ସାହୁ ଙ୍କର ପାରିବାରିକ ସମ୍ପତି ଏକର ଏକର ଚାଷଜମି ରାସ୍ତା ର ଦୁଇ ପାର୍ଶ୍ୱକୁ ଲାଗି ରହିଥିବା ବେଳେ ଗ୍ରାମବାସୀ ଯେତେ ମନାକଲେ ମଧ୍ୟ,ବିଲରେ ଥିବା ଜଳକୁ ସର୍ବ ସାଧାରଣ ରାସ୍ତା ଉପରେ ଛାଡି ମଜା ନେଉଛନ୍ତି।ଏପରିକି ବିପରୀତ ପାର୍ଶ୍ଵରେ ଜଳ ନିଷ୍କାସନ ପାଇଁ ସୁବିଧା ଥିଲେ ମଧ୍ୟ ବିଲରେ ଭର୍ତ୍ତି ପାଣିକୁ ରାସ୍ତା ରେ ଜାଣି ଶୁଣି ଛାଡୁଛନ୍ତି ଅବା ତଳ ବିଲ କୁ ଜଳ ନିଷ୍କାସନ ନକରି ରାସ୍ତା ର ଦୁଇ ପାର୍ଶ୍ଵରେ କୃତ୍ରିମ ପୋଖରୀ ସୃଷ୍ଟି କରି ମଶା ଡାଉଁଶ ଙ୍କ ଘର ତିଆରି କରି ଗ୍ରାମଵାସୀଙ୍କୁ ମେଲେରିଆ ଭଳି ରୋଗ ମୁଖକୁ ଠେଲି ଦେଉଛନ୍ତି ବୋଲି ଯାହା ଗ୍ରାମବାସୀ କୁହନ୍ତି। ରାସ୍ତା ର ଦୁଇ ପାର୍ଶ୍ଵରେ ଜଳ ଜମି ରହିବା…

Read More

ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସ୍ଥିତି।ହୀନସ୍ତା ହେଉଛନ୍ତି ଗ୍ରାହକ ଓ ବ୍ୟବସାୟୀ।ତା୧୨/୦୯/୨୦୨୬, ଶନିବାର, ନରସିଂହପୁରରିପୋର୍ଟ ବିଭୁ ପ୍ରସାଦ ଶତପଥୀ।ନରସିଂହପୁର ବ୍ଲକର ସର୍ବପୁରାତନ ହାଟ ଭାବେ ପରିଚିତ ନରସିଂହପୁର ବିଜ୍ଞାପିତ ଅଞ୍ଚଳ ହାଟର ଅବସ୍ଥା ଏବେ ଦୟନୀୟ। ହାଟର ବିଭିନ୍ନ ସ୍ଥାନରେ ରାସ୍ତା ଖାଲଖମାରେ ଭରି ରହିଥିବା ବେଳେ ସାମାନ୍ୟ ବର୍ଷା ହେଲେ ପରିସ୍ଥିତି ଆହୁରି ଦୁର୍ବିଷହ ହୋଇପଡୁଛି।ହାଟକୁ ଆସୁଥିବା ଗ୍ରାହକ ଓ ବ୍ୟବସାୟୀମାନେ ଯାତାୟାତ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାଦୁଅ ଓ ଅସମତଳ

Read More

ବେଲଗୁଣ୍ଠା ;ତା-୧୨/୯(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ଉପସଭାପତି ତଥା ଶେରଗଡ଼ ଆଞ୍ଚଳିକ ସାମ୍ବାଦିକ ସଙ୍ଘର ଉପଦେଷ୍ଟା ଇଂ ଦେବୀ ପ୍ରସାଦ ଦାଶ(କୋକ) (୪୨)ଙ୍କ ଅକାଳ ବିୟୋଗରେଆଜି ବେଲଗୁଣ୍ଠା ପ୍ରେସକ୍ଲବ ରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସ୍ବର୍ଗତ ଦେବୀ ପ୍ରସାଦ ଦାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଦାଶ ଜଣେ ନିଷ୍ଠାବାନ,ପରୋପକାରୀ ଏବଂ ସଂଗଠକ ଭାବେ ବେଶ ଜଣାଶୁଣା ଥିଲେ, ତାଙ୍କର ଅକାଳ ବିୟୋଗରେ ସଙ୍ଘର ଅପୂରଣୀୟ କ୍ଷତି ଘଟିଲା ବୋଲି ଉପସ୍ଥିତ ସାମ୍ବାଦିକ ମାନେ ମତବ୍ୟକ୍ତ କରିବା ସହ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ତାଙ୍କ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ଦାବୀ କରିଥିଲେ । ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ…

Read More

ବେଲଗୁଣ୍ଠା ;ତା-୧୨/୦୯(ବିଏମସି ଟିଭି ଓଡ଼ିଆ) ଅବକାରୀ ଚଢ଼ାଉ ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି. ନୂଆଗାଁରୁ ବିଭିନ୍ନ ବ୍ରାଣ୍ଡର ପ୍ରାୟ ୫୩.୧୬୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଭଞ୍ଜନଗର ଏସ୍‌ଡିଜେଏମ୍‌ ଅଦାଲତକୁ ଚାଲାଣ କରିଛି। ସୂଚନାନୁଯାୟୀ, ଆଜି ଅବକାରୀ ଚଢ଼ାଉ ଡ୍ୟୁଟି ସମୟରେ ଏଏସ୍‌ଆଇ ଜ୍ୟୋତ୍ସ୍ନା ପ୍ରଧାନଙ୍କ ନେତୃତ୍ୱରେ ଟିମ୍‌ ଜି. ନୂଆଗାଁରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଭିଯୁକ୍ତ କାମାକ୍ଷ୍ୟା ପ୍ରସାଦ ପରିଡ଼ାଙ୍କ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ପ୍ରାୟ ୫୩.୧୬୦ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା।ଏନେଇ ବେଲଗୁଣ୍ଠା ଥାନାରେ କେସ୍‌ ନଂ. ୫୦୨, ତା. ୧୨.୦୯.୨୦୨୬ରେ ଓଡ଼ିଶା ଅବକାରୀ ଆଇନର ଧାରା ୫୨(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଅନୁ ମଲ୍ଲିକ ଅଭିଯୁକ୍ତ କାମାକ୍ଷ୍ୟା ପ୍ରସାଦ ପରିଡ଼ା (୫୭)ଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜି. ନୂଆଗାଁ ବନ୍ଧସାହିର ସ୍ୱର୍ଗତ ପଞ୍ଚାନନ ପରିଡ଼ାଙ୍କ…

Read More