Author: bmcnews

ଭୁବନେଶ୍ୱର ; ତା-୨୮/୧୦ ( ବିଏମସି ଟିଭି ଓଡ଼ିଆ) ସମ୍ଭାବ୍ୟ ବାତ୍ୟା ଆଶଙ୍କା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଆଠ ଦିନ ଘୁଞ୍ଚିଲା । ଅକ୍ଟୋବର ୨୮ ଓ ୨୯ ତାରିଖ ପରିବର୍ତ୍ତେ ନଭେମ୍ବର ୪ ଓ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ସଚିବାଳୟର ଟୁର୍ ସେକ୍ସନ ପକ୍ଷରୁ ଜାରି ଚିଠିରେ ଏହି ସୂଚନା ଦିଆଯାଇଛି ।କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଦେଇ ଆସିବେ । ନଭେମ୍ବର ୪ରେ ଦାଣ୍ଡବୋଷ ବିମାନବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚି ଅବତରଣ ପରେ ସଡ଼କ ପଥରେ ବହଳଦା ସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର ଅଭିମୁଖେ ବାହାରି ପୂଜା କରିବେ । ପରେ ମହୁଲଡିହାର ଲକ୍ଷ୍ମୀମଣ୍ଡପ ଏବଂ ରାଇରଙ୍ଗପୁରସ୍ଥିତ ରାଷ୍ଟ୍ରପତିଙ୍କ ଗୃହକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଓ ରାଇରଙ୍ଗପୁର କଚେରି ପଡ଼ିଆ ଗସ୍ତ ସହ ହଲିଡେ…

Read More

ରାୟଗଡ଼ା ;ତା-୨୬/୧୦(ବିଏମସି ଟିଭି ଓଡ଼ିଆ) ରାୟଗଡ଼ ଜିଲ୍ଲାରେ ଆଜିଠାରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଆରମ୍ଭ ହୋଇଛି। ଏହା ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ଅବସରରେ ଆଜି ସକାଳ ୧୧ଟା ସମୟରେ ରାୟଗଡ଼ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ସତ୍ୟନିଷ୍ଠାର ଶପଥ ପାଠ କରିଥିଲେ। ଏହି ଅବସରରେ କୋଲନରା ବ୍ଲକ କାର୍ଯ୍ୟାଳୟଠାରେ ଏକ ସାମୂହିକ ସତ୍ୟନିଷ୍ଠା ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱମ୍ବର ବେହେରା, ଉପଜିଲ୍ଲାପାଳ ଶୁଶ୍ରୀ ମୃଣାଳିକା ରାଠୋଡ଼ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କୋଲନରା ବିଡିଓ ଏବଂ ତହସିଲଦାର ଉପସ୍ଥିତ…

Read More

ଯାଜପୁର ;ତା-୨୫/୧୦(ବିଏମସି ଟିଭି ଓଡ଼ିଆ) ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବଛୋଲ ଗ୍ରାମପଞ୍ଚାୟତ ଓ ଫତେପୁର ଗ୍ରାମପଞ୍ଚାୟତ ମଧ୍ୟସ୍ଥ ମଲିଆ ଯଜ୍ଞ ପଡ଼ିଆରେ ପୁରୁଣା ପରମ୍ପରା କୁମାର ପୂର୍ଣ୍ଣିମା ପାଳନ ଅବସରରେ ମୁଖ୍ୟ ଉଦ୍ୟକ୍ତା ପଦ୍ମମାକର ଗୁରୁ ଓ ସହଗୋଗୀମା ନଙ୍କ ଉଦ୍ୟମରେ ପାଖ ଅଞ୍ଚଳର ଗ୍ରାମବାସୀ ,କୁମାରୀ ,କବି ଗାଳ୍ପିକ ନାଟ୍ୟକାର କଳାକାର କୁ ନେଇ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା । ଏହି କାର୍ଯ୍ୟକ୍ରମରେ କୁମାରୀ ମାନଙ୍କର ଗୁଣବତ୍ତା ପରୀକ୍ଷା ନିମନ୍ତେ ,ଗୀତ ,ବକ୍ତୃତା ଅଭିନୟ ,ପୁଞ୍ଚି ଭଳି ପୁରୁଣା ପ୍ରତିଯୋଗିତା ହେଉଥିବାର ନିଦର୍ଶନ ଅଛି । ଆମ୍ଭେ ସେଠାକାର ଅତିଥି ମାନଙ୍କର ପ୍ରତିକ୍ରିୟା ରୁ ଜାଣି ବାକୁ ପାଇଲୁ ।ପୂର୍ବରୁ ଖରସ୍ରୋତା ପୁସ୍ତକ ମେଳା କମିଟି , ରଜମୋହତ୍ସବ କମିଟି ବର୍ତ୍ତମାନ ଖରସ୍ରୋତା କୁମାର ପୂର୍ଣ୍ଣିମା ଉତ୍ସବ କମିଟି ଉପସ୍ଥାପନ ହୋଇଛି । ଆଗାମୀଦିନରେ ପୁରୁଣା ପରମ୍ପରାକୁ ମନେ ପକାଇବାକୁ ଅନ୍ୟ କାର୍ଯ୍ୟକ୍ରମ ହୋଇପାରେ ।…

Read More

ବୋଲଗଡ଼ ;ତା-୨୩/୧୦(ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ଗ୍ରାମସ୍ଥିତ ପୁସ୍ତକ” ଭକ୍ତି ଭଜନ ମାଳା “ର ରଚୟୀତା କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଆବାହକତ୍ୱରେ ଶୁକ୍ରବାର ଦିନ ସାଗରଗାଁ ପିତୃ କୃପା ଭବନ ପାଠାଗାର ଛକଠାରେପୁସ୍ତକ ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଦର୍ପଣ ପ୍ରାକ୍ତନ ସମ୍ପାଦକ ଶାମ୍ୟସୁନ୍ଦର ଛୋଟରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ ଐତିହାସହିକ ତଥା ସାହିତ୍ୟିକ ସତ୍ୟବାଦୀ ବଳିୟାରସିଂହ, ମୁଖ୍ୟବକ୍ତା ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷାଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଓ ସମ୍ମାନିତ ଅତିଥିଭାବେ ଯୁବ ସମାଜସେବୀ ସୁଶାନ୍ତ କୁମାର ନାଥ, ଅଲଟ୍ରା ପ୍ରତିଷ୍ଠାତା ବ୍ରହ୍ମଚାରୀ ରାୟ, ବିଦ୍ୟାବିକାଶ ନିକେତନର ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବଳିୟାରସିଂହ, ସାଗରଗାଁ ଗ୍ରାମ୍ୟ କମିଟି ସଭାପତି ସୁରେନ୍ଦ୍ର କୁମାର ରାୟଗୁରୁ, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ଶିକ୍ଷାବିତ ତଥା ସାହିତ୍ୟିକ ପ୍ରଫୁଲ କୁମାର ସାମନ୍ତରାୟ, ପ୍ରାକ୍ତନ…

Read More

ଢେଙ୍କାନାଳ ;ତା-୧୩/୧୦(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୁଆବଗ ପଞ୍ଚାୟତର ବାହାଲୁଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଦୀର୍ଘ ବର୍ଷରୁ ଲାଗିରହିଛି । ଯାହାକି ସକାଳ ସମୟରେ ଯେକେହି ଆସିଲେ ସ୍ପଷ୍ଟ ଦେଖିପାରିବେ । କିଛି ବର୍ଷ ପୂର୍ବରୁ ଗ୍ରାମର ଶେଷଭାଗରେ ବୋର୍ ୱେଲ କରି ଗ୍ରାମବାସୀଙ୍କୁ ପାଣି ଯୋଗାଇବାର ପ୍ରୟାସ କରାଯାଇଛି। ମାତ୍ର ଏଠାରୁ ଯୋଗାଇ ଦିଆଯାଉଥିବା ପାଣି ସମୁଦ୍ରକୁ ଶଙ୍ଖେ ସଦୃଶ। କିଛିସମୟ ପାଣି ଯୋଗାଇବା ପରେ ଏହି ବୋର୍ ୱେଲ ଖାଲି ହୋଇଯାଉଛି। ଫଳରେ ଗ୍ରାମର କେବଳ ମୁଷ୍ଟିମେୟ ଲୋକ ଏହି ପାଣିଦ୍ୱାରା ପାଳି ଅନୁସାରେ ଉପକୃତ ହୁଅନ୍ତି। ଅନ୍ୟ ପ୍ରାୟ ସମସ୍ତ ଲୋକ ନଳକୂପ ଉପରେ ନିର୍ଭର କରିଥାନ୍ତି।ମାତ୍ର ନଳକୂପ ଖରାପ ହେଲେ ମରାମତି କରିବା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବା ସହିତ ନାହିଁ ନଥିବା ଜଳ ସଙ୍କଟ ଜନିତ ଅସୁବିଧା ଭୋଗୁଛନ୍ତି। ତେବେ ଗ୍ରାମର କିଛି ଉଦ୍ୟମୀ ଯୁବକ…

Read More

ଢେଙ୍କାନାଳ ;ତା-୧୪/୧୦(ବିଏମସି ଟିଭି ଓଡ଼ିଆ) ଆଜି ସ୍ବାଧୀନତା ର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏକ ଅଭାବନୀୟ ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ରାସୋଳ ଗ୍ରାମ ପଞ୍ଚାୟତ ର ଏକ ଉପାନ୍ତ,ଅବହେଳିତ,ନିଷ୍ପେଶିତ ଅଞ୍ଚଳ ଗାଁ ର ନାମ “କାଳିଆପଥର” ରେ ଦେଖିବାକୁ ମିଳିଛି। ପୁରୁଣା କଟକ ସମ୍ବଲପୁର ରାସ୍ତା ରେ ରାସୋଳ ରୁ କଟକ ଅଭିମୁଖେ ଯାଉଥିବା ବେଳେ ନାଉକିଆରୀ ଗାଁ ର ଦୁଇ କିମି ଆଗରେ ଡାହାଣ କୁ ପଡ଼ିଛି ଏକ ମାଟି ରାସ୍ତା।ସେହି ମାଟି ରାସ୍ତା ରେ ପାଖା ପାଖି ଅଢ଼େଇ ରୁ ତିନି କିମି ଦୂରରେ ଏହି ଗାଁ ର ଅବସ୍ଥିତି। ଅଧିକାଂଶ ବାସିନ୍ଦା ଅନୂସୂଚିତ ବର୍ଗ ଶ୍ରେଣୀର।ପ୍ରାୟ ୩୫ଟି ଗରିବ ଶ୍ରେଣୀର ପରିବାର ପର ବିଲ ରେ ଚାଷ କରି ହେଉ ଅବା କାହା ଘରେ ମୂଲ ଲାଗି ହେଉ କାଟନ୍ତି ଜୀବନ।ହାତୀ ପ୍ରବଣ ଅଞ୍ଚଳ। ମଣିଷ ଜୀବନ ର ସୁରକ୍ଷା ପାଇଁ…

Read More

ବେଲଗୁଣ୍ଠା ;ତା-୧୪/୧୦(ବିଏମସି ଟିଭି ଓଡ଼ିଆ) ଗତ ୧୩ ଓ ୧୪ ଅକ୍ଟୋବର ମଧ୍ୟବର୍ତ୍ତୀ ରାତିରେ ବେଲଗୁଣ୍ଠା ଥାନା ପୁଲିସ ପକ୍ଷରୁ ଧୁମୁଛାଇ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୮ ଜଣଙ୍କୁ ଧରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧୁମୁଛାଇ ଗ୍ରାମର ଶିବରାମ ପ୍ରଧାନ, ଶିବରାମ ସ୍ୱାଇଁ,ସୁଶୀଳ ରାଉତ, ଶଙ୍କର ସ୍ୱାଇଁ, ସତ୍ୟବାନ ରାଉତ, ଆଦିକନ୍ଦ ସ୍ୱାଇଁଙ୍କ ପୁଅ ଶଙ୍କର ସ୍ୱାଇଁ, ଭଞ୍ଜନଗର ଥାନା ଅନ୍ତର୍ଗତ ଭେଜିପୁଟ କାବେରା ସାହିର ମାନସ ରଞ୍ଜନ ପଟ୍ଟନାୟକ ଏବଂ ଇଙ୍ଗିନାଠି ଗ୍ରାମର ବିଷ୍ଣୁପ୍ରସାଦ ବେହେରାଙ୍କୁ ପୁଲିସ ଗିରଫ ଧରିଛି।ଚଢ଼ାଉ ସମୟରେ ପୁଲିସ ୩୧ ହଜାର ୬୨୨ ଟଙ୍କା ନଗଦ ଅର୍ଥ, ୫ଟି ମୋବାଇଲ ଫୋନ୍, ୩ଟି ମୋଟରସାଇକେଲ ଏବଂ ୨ ସେଟ୍ ତାସ୍ ଜବତ କରିଛି।ଏହି ଘଟଣାରେ ବେଲଗୁଣ୍ଠା ଏଏସ୍‌ଆଇ ପି.କେ.ଚାଟିଙ୍କ ରିପୋର୍ଟ ଆଧାରରେ ବେଲଗୁଣ୍ଠା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହାର ତଦନ୍ତ ଦାୟିତ୍ୱ ଏସ୍‌ଆଇ ସୁକାନ୍ତ…

Read More

ବେଲଗୁଣ୍ଠା:ତା-୧୪/୧୦(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଉପଲକ୍ଷେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ବିଭିନ୍ନ ତଥ୍ୟ ଓ ନିୟମାବଳୀ ଉପରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ ରେବତୀ ଶବର ଯୋଗଦେଇ ନିର୍ବାଚନ ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ନିର୍ବାଚନ ପ୍ରକ୍ରିୟାରେ ଶୃଙ୍ଖଳା, ନିୟମ ପାଳନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ଏଥିସହ ପ୍ରତିଦ୍ୱନ୍ଦ୍ୱୀ ଛାତ୍ରଛାତ୍ରୀମାନେ ନିଜ ନିଜର ମତାମତ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ, ଡ. ପ୍ରଫୁଲ୍ଲ କୁମାର ଜେନା, ଅଶୋକ କୁମାର ସ୍ୱାଇଁ, ଅଜୟ କୁମାର ବିଶ୍ୱାଳ, ସପନ କୁମାର ପ୍ରଧାନ, ପିଙ୍କି ପାତ୍ର, ଲକ୍ଷ୍ମୀ…

Read More

ବନ୍ଧୁଗାଁ ;ତା-୧୪/୧୦(ବିଏମସି ଟିଭି ଓଡ଼ିଆ) ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସ୍ଫୁଟନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ଲକ୍ଷ୍ୟରେ ବନ୍ଧୁଗାଁ ବ୍ଲକ୍‌ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ପରିସରରେ ଆୟୋଜନ ହୋଇଯାଇଛି । ଏହି ବ୍ଲକ ସ୍ତରୀୟ ଶିଶୁ ସୁରଭି ମହୋତ୍ସଵ କୁ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଛାତ୍ରଛାତ୍ରୀଙ୍କ ପାଇଁ ନିଜର ପ୍ରତିଭା ପ୍ରଦର୍ଶନ ସହ ନୂତନ ଅନୁଭୂତି ଓ ଜ୍ଞାନ ଆହରଣ କରିବାର ଏକ ସୁନ୍ଦର ଅବସର ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମରେ ବନ୍ଧୁଗାଁର ଅତିରିକ୍ତ ତହସିଲଦାର ଶ୍ରୀ ଜିତେନ୍ଦ୍ର ବାଘ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ବ୍ଲକ୍‌ସ୍ତରୀୟ ସୁରଭି ସଭାପତି ମଦନ ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କାର୍ଯ୍ୟରତ ଏବିଓ ଶ୍ରୀ ବାସୁଦେବ ଦେବରପଲ୍ଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହା ସହିତ ବିଜେଡି ସଭାପତି ଶ୍ରୀ ଦୁର୍ଯ୍ୟୋଧନ ନାଗ, ପୂର୍ବତନ…

Read More

ରାୟଗଡ଼ା;ତା-୧୪/୧୦(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ଜିଲ୍ଲାର ପେଣ୍ଟାସ୍ଥିତ ମଡେଲ ବିଦ୍ୟାଳୟରେ ମୋଡେଲ ସଂସଦ କାର୍ଯ୍ୟକ୍ରମକୁ ନେଇ ଉତ୍ସାହ ଦେଖାଦେଇଛି। ଏହି କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ସଂସଦୀୟ କାର୍ଯ୍ୟପ୍ରଣାଳୀ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନେତୃତ୍ୱ ଦକ୍ଷତା ବିଷୟରେ ଜାଣିବାର ସୁଯୋଗ ଦେବ। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଯୁକ୍ତି ଉପସ୍ଥାପନ କରିବାର ଦକ୍ଷତା ଓ ସାମାଜିକ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Read More

ବୋଲଗଡ଼ ; ତା-୧୪/୧୦ (ବିଏମସି ଟିଭି ଓଡ଼ିଆ ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମବାୟ ବିଭାଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ଏବଂ ବୋଲଗଡ଼ କୃଷି ସେବା ସମବାୟ ସମିତି ସଭାପତି ସୌରାଂଶୁ ପରିଡାଙ୍କ ଆବାହକତ୍ୱରେ ବୋଲଗଡ ମିଶନ ଶକ୍ତି ଭବନ କାର୍ଯ୍ୟାଳୟ ଠାରେ ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବୟନ ନିରୀକ୍ଷକ ମମତା ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁ, ମୁଖ୍ୟ ବକ୍ତାଭାବେ ବ୍ଲକ କୃଷି ଅଧିକାରୀ ସନ୍ତୋଷ ପରିଡା ଓ ସମ୍ମାନିତ ଅତିଥିଭାବେ ସହ କୃଷି ଅଧିକାରୀ ତିରୁପତି ସିନିପିନି, ବିପିଏମ ପ୍ରକାଶ ମହାନ୍ତି ଓ ରାଜେଶ କୁମାର ମୁଦୁଲିପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ଏହି ଜନ କଲ୍ୟାଣ କାରୀ ଅଭିଯାନ ଓଡ଼ିଶାର ବିଭିନ୍ନ ଜିଲ୍ଲା, ବ୍ଲକ…

Read More

ଢେଙ୍କାନାଳ ;ତା-୧୦/୧୦(ବିଏମସି ଟିଭି ଓଡ଼ିଆ) ତିନି ଗୋଷ୍ଠୀ ମଧ୍ୟରେ କଡ଼ା ଟକ୍କର। ଢେଙ୍କାନାଳର ପ୍ରମୁଖ ଶିକ୍ଷାନୁଷ୍ଠାନ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏହି ନାମାଙ୍କନ ପ୍ରକ୍ରିୟାରେ ମୁଖ୍ୟତଃ ତିନୋଟି ଗୋଷ୍ଠୀର ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP),ବିଜୁ ଛାତ୍ର ଜନତା ଦଳ (BCJD) ଏବଂ ଏକ ସ୍ୱାଧୀନ ଗ୍ରୁପ୍ ପକ୍ଷରୁ ପ୍ରାର୍ଥୀମାନେ ସଭାପତି,ସାଧାରଣ ସମ୍ପାଦକ ସମେତ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ଭରିଛନ୍ତି। ସକାଳୁ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କଡ଼ା ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ମଧ୍ୟରେ ସମଗ୍ର ନାମାଙ୍କନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। କଲେଜ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଆଗାମୀ ଦିନରେ ଏହି ନିର୍ବାଚନ…

Read More