ରାସୋଳ/ହିନ୍ଦୋଳ/ ଢେଙ୍କାନାଳ ; ତା-୦୬/୦୫ ( ବିଏମସି ଟିଭି ଓଡ଼ିଆ)
ଏକବିଂଶ ତମ ରାସୋଳ ମହୋତ୍ସବ ର ନଅ ଦିନ ପରେ ଗତ ୨୭ତାରିଖ ରୁ ରାସୋଳ ଯୁବଗୋଷ୍ଠୀ ମହୋତ୍ସବର ଆୟୋଜକ ଅନୁଷ୍ଠାନ ରାସୋଳ ବିକାଶ ପରିଷଦ ଓ ପଞ୍ଚାୟତ ସରପଞ୍ଚ ଙ୍କୁ ପଡିଆ ର ସ୍ଵଛତା ନିମିତ୍ତ ତ୍ୱରିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିବା ପରେ ଜାଣି ଶୁଣି କାଳକ୍ଷେପଣ ନୀତି ଅବଲମ୍ବନ କରିବାରୁ ଗତ କାଲି ତା୦୫/୦୫/୨୦୨୬ରିଖ ମଙ୍ଗଳ ବାର ଦିନ ହିନ୍ଦୋଳ ଉପଜିଲ୍ଲାପାଳ ଙ୍କ ପାଖରେ ଦେଇଥିଲେ ଲିଖିତ ଅଭିଯୋଗ। ବିଏମସି ନ୍ଯୁଜ୍ ଚ୍ୟାନେଲ ରେ ଏହି ଖବର ଟି ବାଜିବା ପରେ ତତ୍ପରତା ଦେଖାଇଛି ସ୍ଥାନୀୟ ପ୍ରଶାସନ। ଅଭିଯୋଗ ପରେ ପ୍ରଶାସନ ର ନିର୍ଦ୍ଦେଶ ଅନୁସାରେ ଆଜି ଅଠର ଦିନ ପରେ ବିଳମ୍ବ ରେ ହେଉ ପଛେ ଚେତିଲେ ରାସୋଳ ମହୋତ୍ସବ ଆୟୋଜକ ଓ ପଞ୍ଚାୟତ କର୍ତ୍ତୃପକ୍ଷ।ପଡିଆ ସଫା ପାଇଁ କରାଗଲା ପ୍ରୟାସ।


ପାର୍ଥକ୍ୟ ଏତିକି ଗତ ୩ତାରିଖରେ ଉଦଯାପିତ ହୋଇଥିବା ହିନ୍ଦୋଳ ହରିହାଟ ମହୋତ୍ସବ ର ଅଠରଘଣ୍ଟା ନପୁରୁଣୁ ଆଉ ରାସୋଳ ମହୋତ୍ସବ ଉଦଯାପିତ ହେବର ରେ ଅଠର ଦିନ ପରେ ମହୋତ୍ସବ ପଡିଆ ର ସ୍ଵଛତା ପାଇଁ କଲେ ପ୍ରୟାସ ଯାହାକି ସାଧାରଣ ରେ ଏବେ ଆଲୋଚନା ର ବିଷୟ।

ତେବେ ଆଜି ସକାଳୁ ରାସୋଳ ବିକାଶ ପରିଷଦ ତରଫରୁ ଚାରିଜଣ ଶ୍ରମିକ ନିୟୋଜିତ କରାଯାଇ ବିକାଶ ପରିଷଦ ର ସଂପାଦକ ଭାସ୍କର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଦିନ ତମାମ ପ୍ରୟାସ ପୂର୍ବକ ପଡିଆ କୁ ସଂପୂର୍ଣ୍ଣ ପରିଷ୍କାର କରାଯାଇଛି। ତେବେ କାହିଁକି ବିଳମ୍ବ ହେଲା ବୋଲି ପଚାରିବାରୁ ସଂପାଦକ ଶ୍ରୀଯୁକ୍ତ ନାୟକ ସିଧା ସଳଖ କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ମତ ରଖିଥିଲେ।

ରାସୋଳ ର ମୁଷ୍ଟି ମେୟ ଯୁବଗୋଷ୍ଠୀ ଙ୍କର ଗାଁ ର ସ୍ବଚ୍ଛତା ଦିଗରେ ଦୃଢ଼ ପ୍ରୟାସ ନିହାତି ସ୍ବାଗତ ଯୋଗ୍ୟ।ଗ୍ରାମ ର ବହୁବିଧ ସମସ୍ୟା ର ସମାଧାନ ପାଇଁ ସ୍ବର ଉତ୍ତୋଳନ ପୂର୍ବକ ଉତ୍ସାହୀ ଯୁବକ ମାନଙ୍କର ଦୃଢ଼ ମନୋବଳ ନିହାତି ଗ୍ରାମ ପରିବେଶ କୁ ସୁନ୍ଦର କରି ଗଢି ତୋଳିବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଏତାଦୃଶ ଦୃଢ ପ୍ରୟାସ ପାଇଁ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ)ରାସୋଳ ସଂଗଠନ ତରଫରୁ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।


