ବୋଲଗଡ଼ ; ତା-୨୫/୧୨ (ବିଏମସି ଟିଭି ଓଡ଼ିଆ )
ବୋଲଗଡ଼ରେ ଅବସ୍ଥିତ ବୋଲଗଡ଼ ମହୋତ୍ସବ କମିଟିର ଉପସଭାପତି ରବୀନ୍ଦ୍ର କୁମାର ପରିଡାଙ୍କ ସଭାପତିତ୍ୱରେ ଓ ସାଧାରଣ ସମ୍ପାଦକ ବୀର କିଶୋର ଦାସଙ୍କ ଆବାହକତ୍ୱରେ ଏକ ଗୁରୁବାରଦିନ ଟାଉନ କ୍ଳବ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଉଯାଇଅଛି । ଏହି ସମ୍ମିଳନୀରେ ବୋଲଗଡ଼ ବ୍ଲକ ଅଞ୍ଚଳର ସମସ୍ତ ସାମ୍ବାଦିକ, ମହୋତ୍ସବ କମିଟିର ଉପଦେଷ୍ଠା ପ୍ୟାରୀ ମୋହନ ଦାସ, ଲଲାଟେନ୍ଦୁ କେଶରୀ ସିଂହ, ଓ ସମ୍ପାଦକ ନାରାୟଣ ମାର୍ଥା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ! ବୋଲଗଡ଼ ମହୋତ୍ସବ ଚଳିତ ମାସ ୨୬ ତାରିଖ ଠାରୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଗଲା ।

ବିଭିନ୍ନ ଦିବସରେ ଗ୍ରାମୀଣ କଳାକାରମାନଙ୍କ ଦ୍ୱାରା ଓ ରାଜ୍ୟ ସରକାରଙ୍କସଂସ୍କୃତି ବିଭାଗ ଦ୍ୱାରା ପ୍ରେରିତ ବିଭିନ୍ନ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ଲୋକକଳାନୃତ୍ୟ, ପାଲା, ଦାଶକାଠିଆ, ସମ୍ବଲପୁରୀ ନୃତ୍ୟ, ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ ବୋଲି ସାଧାରଣ ସମ୍ପାଦକ ବୀରକିଶୋର ଦାସ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ବୋଲଗଡ଼ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ, ଇତିହାସ ଭାଇଚାରା ସମ୍ପର୍କକୁ ବୋଲଗଡ଼ ମହୋତ୍ସବ ମାଧ୍ୟମରେ ବହୁଳ ମାତ୍ରାରେ ପ୍ରସାର ଓ ପ୍ରଚାର କରିବାକୁ ଉପସଭାପତି ରବୀନ୍ଦ୍ରକୁମାର ପରିଡା ସାମ୍ବାଦିକ ମାନଙ୍କୁ ଅନୁରୋଧ କରିଥିଲେ । ବୋଲଗଡ଼ ମହୋତ୍ସବ ମାଧ୍ୟମରେ ବୋଲଗଡ଼ କୁ ଏନ ଏସି ରୂପେ କାର୍ଯ୍ୟକାରୀ କରିବା ଏଫ.ଏମ.ସି ସ୍ଥାପନ କରିବା ବୋଲଗଡ଼ ରେଳ ଷ୍ଟେସନର ଉର୍ନତି ତଥା ବିକାଶ କରିବା ପାଇଁ ନିମନ୍ତ୍ରିତ ଅତିଥିମାନଙ୍କୁ ଅନୁରୋଧ କରାଯିବବୋଲି ଉପସଭାପତି ଶ୍ରୀ ପରିଡା ଘୋଷଣା କରିଥିଲେ । ପରିଶେଷରେ ମହୋତ୍ସବ କମିଟିର ଉପଦେଷ୍ଠା ପ୍ୟାରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ରୁ ରୁଦ୍ର ମାଧବ ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


