ବୋଲଗଡ଼ ;ତା-୨୩/୧୦(ବିଏମସି ଟିଭି ଓଡ଼ିଆ)
ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ଗ୍ରାମସ୍ଥିତ ପୁସ୍ତକ” ଭକ୍ତି ଭଜନ ମାଳା “ର ରଚୟୀତା କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଆବାହକତ୍ୱରେ ଶୁକ୍ରବାର ଦିନ ସାଗରଗାଁ ପିତୃ କୃପା ଭବନ ପାଠାଗାର ଛକଠାରେ
ପୁସ୍ତକ ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଦର୍ପଣ ପ୍ରାକ୍ତନ ସମ୍ପାଦକ ଶାମ୍ୟସୁନ୍ଦର ଛୋଟରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ ଐତିହାସହିକ ତଥା ସାହିତ୍ୟିକ ସତ୍ୟବାଦୀ ବଳିୟାରସିଂହ, ମୁଖ୍ୟବକ୍ତା ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷାଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଓ ସମ୍ମାନିତ ଅତିଥିଭାବେ ଯୁବ ସମାଜସେବୀ ସୁଶାନ୍ତ କୁମାର ନାଥ, ଅଲଟ୍ରା ପ୍ରତିଷ୍ଠାତା ବ୍ରହ୍ମଚାରୀ ରାୟ, ବିଦ୍ୟାବିକାଶ ନିକେତନର ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବଳିୟାରସିଂହ, ସାଗରଗାଁ ଗ୍ରାମ୍ୟ କମିଟି ସଭାପତି ସୁରେନ୍ଦ୍ର କୁମାର ରାୟଗୁରୁ, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ଶିକ୍ଷାବିତ ତଥା ସାହିତ୍ୟିକ ପ୍ରଫୁଲ କୁମାର ସାମନ୍ତରାୟ, ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷାନିରୀକ୍ଷକ ଗୁଣନିଧି ମହାପାତ୍ର, କୈଳାସ ଚନ୍ଦ୍ର ସାହୁ, ପରିବେଶ ବିତ ତଥା ଶକ୍ଷାବିତ ରାଜକିଶୋର ପାଣିଗ୍ରାହୀ ଓ ସ୍ଥାନୀୟ ସରପଞ୍ଚ ରମାମଣୀ ଦେଇ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତିରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ।

ଶିକ୍ଷକ ପ୍ରଫୁଲ କୁମାର ସିଂହ, ଶୈଳେନ ପଟ୍ଟନାୟକ ପ୍ରମୁଖ ବେଦପାଠା ଗାନ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନକରି ମଞ୍ଚ ପରିଚାଳନା କରିଥିଲେ । ଆଜିର ସଭାରେ ଉପସ୍ଥିତ ସମସ୍ତ ଅତିଥିଙ୍କ କରକମଳରେ ବହୁ ପ୍ରତିକ୍ଷିତ ପୁସ୍ତକ “ଭକ୍ତି ଭଜନ ମାଳା “‘କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଥିଲା ।
ମୁଖ୍ୟବକ୍ତା ପ୍ରମୋଦ କୁମାର ସ୍ୱାଇଁ ପୁସ୍ତକଟିର ବିଷୟବସ୍ତୁ ଉପରେ ଆଲୋକପାତ କରି କହିଥିଲେ ଯେ, ଏହି ବହିଟି ଆମ ସମାଜ ଓ ସାହିତ୍ୟ ଜଗତ ପାଇଁ ଏକ ଅମୂଲ୍ୟ ସମ୍ପଦ। ଏହାର ସହଜ ଏବଂ ସରଳ ଭାଷା ପାଠକମାନଙ୍କୁ ଆକୃଷ୍ଟ କରିବ। ଲେଖକ କୃଷ୍ଣ ଚନ୍ଦ୍ର ମହାପାତ୍ର ନିଜ ବକ୍ତବ୍ୟରେ ପୁସ୍ତକ ରଚନାର ପୃଷ୍ଠଭୂମି ଓ ନିଜର ଅନୁଭୂତି ବାଣ୍ଟିବା ସହ ସମସ୍ତ ଅତିଥି ଓ ପାଠକମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ସମାରୋହରେ ସାହିତ୍ୟ ପ୍ରେମୀଙ୍କ ପାଇଁ ବେଶ୍ ଆନନ୍ଦଦାୟକ ଥିଲା।

ଏହି କାର୍ଯ୍ୟକ୍ରମକୁ “ଭକ୍ତି ଭଜନ ମାଳା ସାହିତ୍ୟ ସଂସଦର ସଦସ୍ୟ କୈଳାସ ଚନ୍ଦ୍ର ମହାପାତ୍ର, ପ୍ରେମଳତା ମହାପାତ୍ର, ଶର୍ମିଲା ମହାପାତ୍ର, ଲଷ୍ମୀପ୍ରିୟା ରଣା, ଅତୀଶ ଚନ୍ଦ୍ର ମହାପାତ୍ର, ସତୀଶ ରଞ୍ଜନ ମହାପାତ୍ର, ସସ୍ମିତା ମହାପାତ୍ର ଓ ସାନ୍ଧ୍ୟରାଣୀ ମହାପାତ୍ର ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ । ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ଶିକ୍ଷାବିତ, ପରିବେଷବିତ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଶିକ୍ଷକ କ୍ଷିତୀଶ ରଞ୍ଜନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଏମସି ନିୟୁଜ ଓଡ଼ିଶା।


