ବୋଲଗଡ଼ ; ତା-୨୬/୧୨ ( ବିଏମସି ଟିଭି ଓଡ଼ିଆ )
ବୋଲଗଡ଼ ବାମନ ଉଚ୍ଚ ବିଦ୍ୟାଳୟ ମଇଦାନରେ ଶୁକ୍ରବାର ୨୨ତମ
ବୋଲଗଡ଼ ମହୋତ୍ସବ-୨୫(ଆଶା) ଉଦଘାଟିତ ହୋଇଯାଇଛି।ଶୀତୁଆ ସନ୍ଧ୍ୟାର ଖୋଲା ଆକାଶ ରଙ୍ଗୀନ ମଞ୍ଚକୁ ସ୍ଥାନୀୟ ବିଧାୟକ ତଥା ମହୋତ୍ସବର ସଭାପତି ପ୍ରଦୀପ କୁମାର ସାହୁ ଚିରା ଚରିତ ଢଙ୍ଗରେ ଉଦଘାଟନ କରିଥିଲେ।

ମହୋତ୍ସବ ପ୍ରଥମ ସନ୍ଧ୍ୟାର ଅବୈହିତ ପୂର୍ବରୁ ଦିବସର ଅପରାହ୍ନରେ ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀଙ୍କ ପୀଠରୁ ଏକ ମଶାଲ ଶୋଭା ଯାତ୍ରାରେ ଆସି ମଞ୍ଚ ପୂଜନ ପରେ ମଞ୍ଚଗ୍ରେ ଗଡ଼ଦେବୀ ଙ୍କ ବାନା ସ୍ଥାପନା କରାଯାଇ ଥିଲା।

ପରେ ଅତୀବ ଉଦବେଗ ଓ ଆକାଂକ୍ଷାର ସହ ଅପେକ୍ଷା କରିଥିବା କୁଇଜ ମାଷ୍ଟର ଡ଼ଃ ଚନ୍ଦ୍ର ବିଜୟୀ ମିଶ୍ର କୁଇଜ୍ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଆଗକୁ ନେବାରେ ପ୍ରମୁଖ ଭୂମିକା ଲିଭାଇଥିଲେ।ମହୋତ୍ସବର ସଭାପତି ତଥା ବିଧାୟକ ଶ୍ରୀ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭାପୁର ପଞ୍ଚାୟତ ସମିତି ଉପାଧକ୍ଷ ବେଣୁଧର ପ୍ରଧାନ ଯୋଗଦେଇ ବୋଲଗଡ଼ ର ଐତିହ, ପରମ୍ପରା ଓ ସ୍ୱାଧୀନତା ସଂଗ୍ରାମରେ ଏହି ଅଞ୍ଚଳର ବୀର ପାଇକ ଓ ସଂଗ୍ରାମୀ ମାନଙ୍କର ସ୍ମୃତି ଗାନ କରିଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଇଂ ଅକ୍ଷୟ ପଟ୍ଟନାୟକ, ବେଗୁନିଆ ବ୍ଲକ ଅଧକ୍ଷ ଲଷ୍ମୀଧର ସୁବୁଦ୍ଧି, ଶିକ୍ଷାବିତ କାଳିଚରଣ ଜୟସିଂହ, ଶିକ୍ଷକ ନେତା ସୁମନ୍ତ ଛୋଟରାୟ, ପୁର୍ବତ୍ତନ ସରପଞ୍ଚ ଉମେଶ ମହାପାତ୍ର, ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସାହୁ, ସମିତି ସଭ୍ୟା ନିର୍ମଳା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ଏହି ସାଧାରଣ ସଭାରେ ଐତିହାସିକ ରବୀନ୍ଦ୍ର ପରିଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ବୀର ଦାସ ବିବରଣୀ ପାଠ କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ମହୋତ୍ସବର ସଦସ୍ୟ ଥିବା ଦିବଂଗତ ବ୍ୟକ୍ତିଙ୍କ ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ଏହି ସଭାରେ ବୋଲଗଡ଼ ସମ୍ମାନ ଭାବେ ଜମ୍ବେଶ୍ୱର ମଙ୍ଗରାଜ, ରଘୁନାଥ ସାହୁ, ପ୍ରିୟ ରଞ୍ଜନ ସାହୁ, ସାମ୍ବାଦିକ ଯଦୁନାଥ ସାମନ୍ତରାୟ ସଂମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଶୀତୁଆ ସନ୍ଧ୍ୟାର କାଯ୍ୟକ୍ରମକୁ ଲଷ୍ମୀଧର ଚୌଧୁରୀ ଓ ଭଞ୍ଜ କିଶୋର ଯତୀ ସଂଯୋଜନା କରିଥିବା ବେଳେ ତ୍ରିଲୋଚନ ଓ ସୋମେଶ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ। ସାଂସ୍କୃତିକ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସ୍ଥାନୀୟ ଓ ରାଜ୍ୟ ବାହାରୁ ଆସିଥିବା କଳାକାର ମାନଙ୍କୁ ନେଇ ବିଭିର୍ଣ୍ଣ ନୃତ୍ୟ ଓ ପରମ୍ପରା ଗତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା।

ଖୋଦ୍ଧା ଜିଲ୍ଲା ବୋଲଗଡ଼ ରୁ ରୁଦ୍ରମାଧବ ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।



