ବୋଲଗଡ: ତା-୨୫/୦୧(ବିଏମସି ଟିଭି ଓଡ଼ିଆ)
ବୋଲଗଡ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତସ୍ଥିତ ରାଡ଼ିୟାଣ୍ଟ ୟୁଥ ଫୋରମ ଆନୁକୂଲ୍ୟରେ ଆୟୋଜିତ ଦ୍ୱାଦଶ ତମ ବାର୍ଷିକ ପାଞ୍ଚଗଡ଼ ମହୋତ୍ସବ “ପାଇକ ” ୨୦୨୬ ଆଜି ଦିନ ମହାଡମ୍ବର ସହକାରେ ଉଦଯାପିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ୟୁଥ ଫୋରମର ସଭାପତି ଡଃ ପ୍ରକାଶ କୁମାର ପ୍ରଧାନ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ପ୍ରଦେଶ କଂଗ୍ରେସ ସୋସିଆଲ ମିଡ଼ିଆ ଉପ ସଭାପତି ଅମୀୟ ମାଧବ ,
ମୁଖ୍ୟ ବକ୍ତାଭାବେ ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ଡ଼ ମନୀଷା ଦାସ ପଟ୍ଟନାୟକ ଓ ସମ୍ମାତୀତ ଅତିଥିଭାବେ ପ୍ରଦେଶ କଂଗ୍ରେସ ମହିଳାମୋର୍ଚ୍ଚା ସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ, ସମାଜସେବୀ ମନୋଜ ପ୍ରଧାନ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ଶିକ୍ଷାବିତ ବିଭୁତିଭୂଷଣ ଦଳାଇ ଓ ଅଧ୍ୟାପକ ଡ଼ଃ ସୁକାନ୍ତ କୁମାର ବେହେରା ,କାଳୁ ଚରଣ ନାୟକ,ତୁଷାର କାନ୍ତ ଜେନା,ସୌମ୍ୟ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଜଗତରନାଥ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲ,ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ।

ମହୋତ୍ସବ କମିଟି ସମ୍ପାଦକ ସୁନାଲ, ସମାଜସେବୀ ଦୁର୍ଗା ଚରଣ ଦାଶ, ଯୁବ ମଞ୍ଚପରିଚାଳନା କରିଥିବାବେଳେ ତୁଷାରକାନ୍ତ ନାୟକ, ସମ୍ପାଦକ ସୁଦୀପ୍ତ କୁମାର ପଣ୍ଡା ଅତିଥିପରିଚୟ ପ୍ରଦାନ କରିଥିଲେ ! ଭାଇଚାରାର ଶିକ୍ଷାଦିଏ ପାଞ୍ଚଗଡ଼ ମହୋତ୍ସବ ବୋଲି ସମାଜସେବୀ ମନୋଜ ପ୍ରଧାନ କହିଥିଲେ ।ପାଞ୍ଚଗଡ଼ ମହୋତ୍ସବପାଇକ ମହୋତ୍ସବ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରସାର ପ୍ରଚାର, ଅଞ୍ଚଳର ଗୌରବମୟ ଐତିହ୍ୟକୁ ଉଜ୍ଜୀବିତ କରେ ବୋଲି ପ୍ରଦେଶ କଂଗ୍ରେସ ମହିଳାମୋର୍ଚ୍ଚା ସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ । ମହୋତ୍ସବ କମିଟି ସାଂସ୍କୃତିକ ବିଭାଗ ସମ୍ପାଦକ ସୁନନ୍ଦା ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ ।

ଚନ୍ଦ୍ରକାନ୍ତ ମହାପାତ୍ର, ସିମାଞ୍ଚଳ ପଣ୍ଡା ଏବଂ ଗଣେଶ ପ୍ରଧାନଙ୍କ ସମେତ ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ । ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ମହୋତ୍ସବ କମିଟି ତରଫରୁ ଉତ୍ତରୀୟ, ଫୋଲତୋଡ଼ା, ମାନପତ୍ର, ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିବାବେଳେ କୃତୀ ନୃତ୍ୟ ପ୍ରତିଯୋଗୀ, ସମାଜସେବୀ, ପରିବେଶବିତ, କୃଷକମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ସାଂସ୍କୃତିକ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପରିଶେଷରେ ମହୋତ୍ସବ କମିଟିର ସାଂସ୍କୃତିକ ବିଭାଗରସମ୍ପାଦକ ସୁନନ୍ଦ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବୋଲଗଡ଼ରୁ ରୁଦ୍ର ମାଧବ ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


