ବ୍ରହ୍ମପୁର: ତା -୨୬/୦୧(ବିଏମସି ଟିଭି ଓଡ଼ିଆ)
ଦେଶର ୭୭ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ ତରଫରୁ ଅର୍ଜୁନ ହସ କ୍ଳବ୍ ସହଯୋଗ ରେ ଉତ୍କଳ ଆଶ୍ରମ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଉତ୍କଳ ସମ୍ମିଳନୀ ର ଉପସଭାପତି ଶିକ୍ଷାବିତ ଡ଼ ବନମାଳୀ ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରି ଆମ ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଉଦ୍ବୋଧନ ପ୍ରଦାନ କରିଥିଲେ। ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ କାର୍ଯ୍ୟକ୍ରମ ପରିଚାଳନା କରି ଗଣତନ୍ତ୍ର ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ଆଲୋଚକ ଭାବରେ ସୂର୍ଯ୍ୟକାନ୍ତ ପାତ୍ର, ନବୀନ ପଟ୍ଟନାୟକ, ଶିବ ଶଙ୍କର ପାଣିଗ୍ରାହୀ,ହାଡ଼ିବନ୍ଧୁ ମାଳି ଶ୍ରୀମତୀ ପଦ୍ମିନୀ ପଟ୍ଟନାୟକ ପ୍ରମୁଖ ଉଦ୍ବୋଧନ ପ୍ରଦାନ କରିଥିଲେ ଏବଂ ଶ୍ରୀମତୀ ପଦ୍ମିନୀ ମିଶ୍ର ବକ୍ତବ୍ୟ ପ୍ରଦାନ କରି ଦେଶାତ୍ମବୋଧକ କବିତା ପାଠ କରିଥିଲେ। ଏଥି ସହିତ ଉତ୍କଳ ଆଶ୍ରମ ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ମାନେ ସାଧାରଣତନ୍ତ୍ର ଦିବସ ସମ୍ପର୍କରେ ବକ୍ତୃତା ପ୍ରଦାନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା।
ବ୍ରହ୍ମପୁର ରୁ କାଳି ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


