ବଲାଙ୍ଗୀର/ଟିଟିଲାଗଡ: ତା-୩୦/୦୧(ବିଏମସି ଟିଭି ଓଡ଼ିଆ)
ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ୱାର୍ଡ ନଂ,୧୫ ସ୍ଥିତ ଶାନ୍ତି ନିବାସ ଗଳି ରେ ଦିର୍ଘ୍ ଦିନ ଧରି ବିପଦ ସଙ୍କୁଳ ଅବସ୍ଥାରେ ମୁଖ୍ୟ ସଡ଼କ ଡ୍ରେନ ପଡିରହିଥିବା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବିଭାଗୀୟ ଅଧିକାରୀ ନୀରବ ଦ୍ରଷ୍ଟା ସାଜିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଅଧିବାସୀ ବିଭାଗୀୟ ଅଧିକାରୀ ଚନ୍ଦନ ଶତପଥି ତଥା ଅନ୍ୟ ମାନଙ୍କୁ ଅବଗତ ସହ ଅଭିଯୋଗ ସତ୍ବେ ଏ ନେଇ କିଛି ପ୍ରତିକ୍ରିୟା ପ୍ରକାଶ ନ ପାଇବା ନେଇ ଉଦବେଗ ପ୍ରକାଶ ପାଇଛି । ବିଭାଗୀୟ ନିର୍ବାହୀ ଙ୍କ ଦାୟିତ୍ୱ ହୀନତା ଓ ଖାମ,ଖିଆଲ ମନୋଭାବ ଯୋଗୁଁ ଏଭଳି ଅଧ ପନ୍ତରିଆ ଭାବେ ହାଟପଦା ଦୈନିକ ଓ ସାପ୍ତାହିକ ବଜାର କାମ ଡିର୍ଘ୍ ମାସ ଧରି ଠପ୍ ହୋଇ ପଡ଼ିଥିଲା । ପରେ ବରିଷ୍ଠ ପଦାଧିକାରୀ ଙ୍କ ଯୋଗୁଁ ବେଶ ପ୍ରଶଂସନୀୟ କାର୍ଯ୍ୟ ଆରମ୍ଭ ହୋଇଛି । ବିପଦ ସଙ୍କୁଳ ଏହି କାର୍ଯ୍ୟ ତୁରନ୍ତ ସମ୍ପାଦନ ନ କଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅନୁସରଣ କରିବା ସ୍ଥାନୀୟ ଅଧିବାସୀ ଚେତାବନୀ ଦେଇଛନ୍ତି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


