ବୋଲଗଡ : ତା -୧୦/୦୩(ବିଏମସି ଟିଭି ଓଡିଆ)
ସରକାର ମନରେଗା ଯୋଜନାରେ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବାକୁ ୫ ଲକ୍ଷ ଟଙ୍କା ପଞ୍ଚାୟତ ସମିତି ହାତରେ ଟେକିଦେଲେ। ସମ୍ପୃକ୍ତ ବ୍ଳକ୍ର ତଦନ୍ତ ରିପୋର୍ଟ ମିଳିନି ଓ ରାତି ଅଧୁଆ ନିର୍ମାଣ କାମକୁ ସ୍ଥଗିତ ରଖିବାକୁ ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁ ସ୍ଥାନୀୟ ପୁଲିସ ସହାୟତା ଲୋଡ଼ିଛନ୍ତି । ପ୍ରାୟ ୪ରୁ ୫ ବର୍ଷ ତଳେ ବୋଲଗଡ଼ ବ୍ଳକ୍ ଦୁର୍ନୀତିକୁ ଚାପିଦେବାକୁ ଚାଲିଛି ଲିପାପୋଛା ସ୍ଥଗିତ ରଖିବାକୁ ପୁଲିସ ସହାୟତା ଲୋଡ଼ିଲେ ବୋଲଗଡ଼ ବିଡିଓ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଟେଣ୍ଡର ପରବର୍ତେ ବିଭାଗୀୟ କାର୍ଯ୍ୟ ଆଳରେ ନିଜ ନାମରେ କାର୍ଯ୍ୟାଦେଶ ନେଲେ କିନ୍ତୁ ନିର୍ମାଣ କାର୍ଯ୍ୟ ଆଉ ଜଣେ କୁଜିନେତାଙ୍କ ହାତରେ ଟେକିଦେଲେ। ଏପଟେ ଅଙ୍ଗନବାଡ଼ି କେନ୍ଦ୍ର ପୂର୍ଣ୍ଣାଙ୍ଗ ତ’ ଦୂରର କଥା ବରଂ ଛାତନପକାଇ ୫ ଲକ୍ଷ ଟଙ୍କା ମିଳିମିଶି ଖାଇଗଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର । ଏ ସମ୍ପର୍କରେ ଅଭିଯୋଗ ପରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନେଇ ଯୁଗ୍ମ ତଦନ୍ତ ହୋଇଛି। ମାତ୍ର ତଦନ୍ତ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇନଥିବାବେଳେ ଦୁର୍ନୀତିକୁ ଚାପି ଦେବାକୁ ରାତାରାତି ଲିପପୋଛା ମସୁଧା ଚାଲିଛି। ତେଣୁ ଅର୍ନ୍ତଗତ ଫାସିଓଦା ଗ୍ରାମ ପଞ୍ଚାୟତ ଟାଙ୍ଗୀ ସାହି ୱାର୍ଡ ନଂ ୫ରେ ମନରେଗା ଯୋଜନାରେ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଅନୁଦାନ ମିଳିବା ପରେ ବୋଲଗଡ଼ ବ୍ଲକ ପକ୍ଷରୁ ସେଠାରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନିମନ୍ତେ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। କିନ୍ତୁ କାଗଜପତ୍ରରେ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଫାସି ଓଦା ଗ୍ରାମରେ ବାନାନ୍ତର ମାଝି ନାମକ ଜଣେ ବ୍ୟକ୍ତି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରୁଥିଲେ। ମାତ୍ର କେନ୍ଦ୍ରରେ ଛାତପଡ଼ିନଥିବାବେଳେ ସମ୍ପୃକ୍ତ ପ୍ରକଳ୍ପ ବାବଦ ୫ ଲକ୍ଷ ଟଙ୍କା ଅକ୍ଟୋବର ୨୧, ୨୦୨୨ ମସିହାରେ ବିଲ୍ କରି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଆତ୍ମସାତ କରିଥିବା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ମିଳିବା ପରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଯୁଗ୍ମ କମିଟି ଗଠନ କରାଯାଇଥିଲା। କମିଟି ପ୍ରସ୍ତାବିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ସମୟରେ କେନ୍ଦ୍ରରେ ଛାତ ପଡ଼ିନଥିବା ଦେଖିବାକୁ ପାଇଥିବା କୁହାଯାଉଛି। ମାତ୍ର ଉକ୍ତ ତଦନ୍ତ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇନଥିବାବେଳେ ରାତି ଅଧୁଆ ଅଧପନ୍ତରିଆ କେନ୍ଦ୍ରରେ ନିର୍ମାଣ ଚାଲିଥିବା ପ୍ରଶାସନ ନଜରକୁ ଆସିଥିଲା। ଏହା ଜାଣିବା ପରେ ବିଡ଼ିଓ ଶ୍ରୀମତୀ କୁଣ୍ଡୁ ତଦନ୍ତ ରିପୋର୍ଟ ପ୍ରଶାସନର ହସ୍ତଗତ ପର୍ଯ୍ୟନ୍ତ ନିର୍ମାଣ କାମ ସ୍ଥଗିତ ରଖିବାକୁ ଲିଖିତ ଭାବେ ଜଣାଇଥିବା ଜଣାପଡ଼ିଛି । କିନ୍ତୁ ଥାନା ଅଧିକାରୀ ସୁକାନ୍ତ ଦଲେଇ ସହାୟତା ଲୋଡ଼ିଥିବା କଥାକୁ ସ୍ଵୀକାର କରୁଥିବାବେଳେ ରାତିଅଧୁଆ ନିର୍ମାଣ କରୁଥିବା ଠିକାଦାରଙ୍କ ନାମ ଗୋପନ ରଖିଛନ୍ତି। ଫଳରେ ଘଟଣା ପଛରେ ପୁଲିସ ଚାପରେ ଥିବା ଅନୁମାନ କରାଯାଉଛି । ନିର୍ମାଣ କାମ ହାତକୁ ନେଇଥିବା ବାନାମ୍ବର ମାଝି ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ତାକୁ ବିଭାଗୀୟ ଯନ୍ତ୍ରୀ ପ୍ରଦାନ କରିଥିବା କଥାକୁ ସ୍ଵୀକାର କରିଛନ୍ତି । ଏହା ସମେତ ଏଯାବତ ପଞ୍ଚାୟତ ସମିତିଠାରୁ ୫୦ ହଜାର ଟଙ୍କା ବକେୟା ବିଲ୍ ପାଇନଥିବା ପ୍ରକାଶ କରିଛନ୍ତି । କିନ୍ତୁ ବ୍ଳକ୍ ଅଧକ୍ଷାଙ୍କ କହିବା ଅନୁସାରେ ଅଧାପନ୍ତରିଆ ନିର୍ମାଣ କାମ କରୁଥିବା କହିଛନ୍ତି। ମାତ୍ର କାମ ଶେଷ ହୋଇନଥିବାବେଳେ ୫ ଲକ୍ଷ ଟଙ୍କା ବିଲ୍ ହେବା ସମ୍ପର୍କରେ ଜାଣି ନଥିବା ସଫେଇ ଦେଇଛନ୍ତି । ତେବେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁଙ୍କ ନିକଟରେ ଅଙ୍ଗନବାଡି କେନ୍ଦ୍ରରେ ଛାତନପକାଇ ୫ ଲକ୍ଷ ଟଙ୍କା ବିଲ୍ ହୋଇଥିବା ଏକ ଅଭିଯୋଗ ହୋଇଥିଲା। ଏହାକୁ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଶେଷ ହୋଇଛି । ମାତ୍ର ତଦନ୍ତ ରିପୋର୍ଟ ହସ୍ତଗତ ହୋଇନି । ରିପୋର୍ଟ ହସ୍ତଗତ ହେବା ପରେ ଅଭିଯୋଗରେ ସତ୍ୟାସତ୍ୟ ପ୍ରମାଣିତ ହେଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରକାଶ କରିଛନ୍ତି ଅଧିକାରୀ।
ବୋଲଗଡ ରୁ ରୁଦ୍ର ମାଧବ ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


