ସମ୍ବଲପୁର/ଗୋଡଭଗା ; ତା.୦୨/୦୪ (ବିଏମସି ଟିଭି ଓଡିଆ)
ଧନକଉଡା ବ୍ଲକ୍ ଅଧୀନସ୍ଥ କଳାମାଟି ପଞ୍ଚାୟତ ଅନ୍ତର୍ଗତ ଘୁଡୁକାଟିକ୍ରା ସରସ୍ଵତୀ ଶିଶୁ ଵିଦ୍ୟାମନ୍ଦିରରେ ଉତ୍ସାହ ଭରା ପରିବେଶରେ ପ୍ରଥମ ପ୍ରବେଶ ଦିବସ ସହ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ପ୍ରଫୁଲ୍ଲ ଦଳପତି ଯୋଗଦେଇ ପ୍ରଥମ ପ୍ରବେଶ ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରୁକ୍ମିଣୀ ଛନ୍ଦ ଉତ୍କଳ ଦିବସ, ଏବଂ ବେବୀରାଣୀ ବେହେରା ପ୍ରଥମ ପ୍ରବେଶ ଦିବସ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ସମସ୍ତ କାର୍ଯକ୍ରମ ଦୀପାଞ୍ଜଳି ପଶାୟତ ଗୁରୂମାଙ୍କ ତତ୍ତ୍ୱାବଧାନ ତଥା ପରିଚାଳନା କମିଟିର ସଦସ୍ୟା ରେସସ୍ୱିନୀ ସେଠ୍ଙ୍କ ତଦାରଖରେ ପରିଚାଳିତ ହୋଇଥିଲା। ଛାତ୍ରୀ ପୂନମ ଅଦାବର ସଂଯୋଜନା କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ନିରୁପମ ଦଳପତି ଏକକ ଗୀତ ଗାଇ ଥିଲେ।

ଵିଦ୍ୟାଳୟର ସଭାପତି ପ୍ରଦୀପ କର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ନୂତନ ଭାବରେ ଵିଦ୍ୟାଳୟକୁ ଆସୁଥିବା ତଥା ବର୍ତ୍ତମାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ବାସନ୍ତୀ ଗୁରୁମା ସସମ୍ମାନେ ସ୍ବାଗତ କରିଥିଲେ। ଏହି ଅବସରରେ ହୋମଯଜ୍ଞର ଆୟୋଜନ କରଯାଇଥିଲା। ଉକ୍ତ ହୋମ ଯଜ୍ଞରେ ଅମିତ୍ କୁମାର, ରବୀନ୍ଦ୍ର କର୍ଣ୍ଣ, ଏବଂ ନିରଞ୍ଜନ ବାଗ ନିଜ ନିଜ ସହଧର୍ମିଣୀଙ୍କ ସହ କର୍ତ୍ତାର ଦାୟିତ୍ୱ ନିର୍ବାହ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା ତଥା ପରିଚାଳନା କମିଟିର ସଭ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶିଶୁ ବାଟିକା ପ୍ରମୁଖ ସ୍ମୃତିଲିପି ଭୋଇ ପ୍ରମୁଖ ଦାୟିତ୍ଵବହନ କରିଥିବା ବେଳେ ଶେଷରେ ମଞ୍ଜୁଲତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

(ସମ୍ବଲପୁର ଜିଲ୍ଲା ପ୍ରତିନିଧି)


