ବାଙ୍କୀ ;ତା-୧୯/୦୪(ବିଏମସି ଟିଭି ଓଡ଼ିଆ)
କ୍ରୀଡା ଭିତରେ ଫ୍ଲଡ଼ କ୍ରିକେଟ ମ୍ୟାଚ ର ମଜା ନିଆରା।ଗତକାଲି ଡମପଡା ବ୍ଲକ ଶିମିଳିପୁର ଠାରେ ଫ୍ଲଡ଼ ଲାଇଟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ । ଡମପଡା କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦେଶକ ଅଜୟ କୁମାର ରାଉତ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସମସ୍ତ ଲିଗ ମ୍ୟାଚ ଖୁବ ଚିତାକର୍ଷକ ହୋଇଥିଲା ଏବଂ ଫାଇନାଲ ମ୍ୟାଚ ଦର୍ଶକ ଙ୍କ ଉତ୍କଣ୍ଠା ବଢ଼ାଇଦେଇଥିଲା। ଫାଇନାଲ ମ୍ୟାଚ ଶିମିଳିପୁର ଓ ପାଟପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ବ୍ୟାଟିଂ କରି ଶିମିଳିପୁର ଦଳ ୪୨ ରନ ସଂଗ୍ରହ କରିଥିଲା। ପ୍ରତିବଦଳରେ ପାଟପୁର ଦଳ ୩ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା ବିଜୟୀ ଦଳକୁ ନଗଦ ୩ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ ଏବଂ ରନର୍ସ ଅଫ ଦଳ କୁ ନଗଦ ୨୨ଶହ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଅଧିକ ରନ ସଂଗ୍ରହ କରିଥିବା ଖେଳାଳିଙ୍କୁ ଅରେଞ୍ଜ କ୍ୟାପ ପ୍ରଦାନ କରାଯାଇଥିଲା ଶିବାନୀ ନାୟକ ଓ ଅବିନାଶ ସ୍ୱାଇଁ ସୁଚାରୁରୂପେ ମ୍ୟାଚ ପରିଚାଳନା କରିଥିଲେ. ଜ୍ଞାନରଞ୍ଜନ ନାୟକ ଧାରାବିବରଣୀ ପ୍ରଦାନ କରିଥିଲେ।ସଂଜୀବ ନାୟକ, ଅଭିଜିତ ମହାନ୍ତି,ଶୁଭମ ନାୟକ, ସିଦ୍ଧାର୍ଥ ସ୍ୱରୂପ ସ୍ୱାଇଁ, ସୁଜ୍ଞାନ ନାୟକ, ଅଭିରାମ ସ୍ୱାଇଁ, ପ୍ରଭାକର ନାୟକ, ପ୍ରସାଦ ନାୟକ, ଲିଟୁନ ରାଉତ, ଅନିଲ ସ୍ୱାଇଁ ଗୁରୁପ୍ରସାଦ ରାଉତ. ଅଜିତ ନାୟକ, ଅଶାନ୍ତ ନାୟକ, ସମୀର କୁମାର ନାୟକ ଓ ଶିମିଳିପୁର ର ସମସ୍ତ କ୍ରୀଡ଼ାପ୍ରେମୀ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ. ସମସ୍ତ କାର୍ଯ୍ୟକ୍ରମ କ୍ଲବ ର ବରିଷ୍ଠ ସଦସ୍ୟ ପ୍ରବୀଣ କୁମାର ସ୍ୱାଇଁ ଙ୍କ ପରିଚାଳନା ରେ ହୋଇଥିଲା।
ବାଙ୍କୀ ରୁ ସୁଶାନ୍ତ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା।


