ବାଙ୍କୀ ; ତା-୧୭/୦୪ ( ବିଏମସି ଟିଭି ଓଡ଼ିଆ)
ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ନେତୃତ୍ୱ ଓ କେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ଓ ଆସ୍ତା ପ୍ରକଟ କରି ସୁବର୍ଣ୍ଣପୁର ମଣ୍ଡଳ ବନ୍ଦାଳ ପଞ୍ଚାୟତର ତେନ୍ତୁଳିଆ ଗ୍ରାମର ସୁବ୍ରତ କୁମାର ରାଉତ ଓ ରାମଚନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ ବ ବିଜେଡି ଦଳ ନେତା ଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ପ୍ରକଟ କରି ଶରତ ବେଉରା , ରମେଶ ନାୟକ ସୁରେନ୍ଦ୍ର କୁମାର ବେଉରା , ଲଷ୍ମୀଧର ରାଉତ , ବିଶ୍ୱଜିତ ଦ୍ଵାରି , ପ୍ରଶାନ୍ତ ଗୋଛି ଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ଯୁବ ପ୍ରତିଭା ମାନେ ଆସି ବାଙ୍କୀ ଭାଜପା ପାର୍ଟି ଅଫିସ କାର୍ଯ୍ୟାଳୟ ରେ ଦଳରେ ଯୋଗ ଦେଲେ । ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପାଢ଼ୀ ମହୋଦୟ ନବାଗତ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଦଳ ର ସଂଗଠନ ଏବଂ ବିଜେପି ନେତା ପାଢୀଙ୍କ ନେତୃତ୍ୱ କୁ ତୃଣମୁଳ ସ୍ତରରେ ମଜବୁତ୍ କରିବା ପାଇଁ ସଂକଳ୍ପ ନେଇଥିଲେ ।

ବାଙ୍କୀ ରୁ ଶୁସାନ୍ତ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।


