ରାୟଗଡା ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ)
ଉତ୍କଳ ଆଲୁମିନା ପ୍ରକଳ୍ପ ବିପକ୍ଷରେ ଉଗ୍ର ବିରୋଧ ଓ ଜନ ଆନ୍ଦୋଳନ ତେଜିବାରେ ଲାଗିଛି। ବାଫଳା ମାଳି ପ୍ରଗତୀ ସଂଗଠନ ପକ୍ଷରୁ ରାୟଗଡା ଓ କଳାହାଣ୍ଡି ଉଭୟ ଦୁଇ ଜିଲ୍ଲାର କାଶୀପୁର ଓ ରାମପୁର ବ୍ଲକ ଅନ୍ତର୍ଗତ ବାଫଳା ମାଳି ଚତୁର୍ପାଶ୍ୱ ଗ୍ରାମାଞ୍ଚଳରେ ପାଖାପାଖି ଦୁଇ ଦଶନ୍ଧି ଧରି ହୋଇ ଆସିଥିବା ଉତ୍କଳ ଆଲୁମିନା ପ୍ରକଳ୍ପ ର ବିକାଶ ଚିତ୍ର କୁ ସତ୍ୟ ସନ୍ଦାନ କରି ସର୍ବସାଧାରଣ ରେ ଜିଲ୍ଲା ପ୍ରଶାସନ ଓ ଉତ୍କଳ ଆଲୁମିନା ପ୍ରକଳ୍ପ ର ନିଦ୍ରା ଭଙ୍ଗ କରିବାକୁ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ପଚାରି ବୁଝୁ ଥିବା ଦେଖିବାକୁ ମିଳିଛି।
ପ୍ରକାଶ ଥାଉକି । କାଶୀପୁର ବାଫଳା ମାଳି ପ୍ରଗତୀ ସଂଗଠନ ପକ୍ଷରୁ ଖଣି ପ୍ରଭାବିତ ଅଞ୍ଚଳବାସୀ ଙ୍କ ରୋଜଗାର ଓ ଆର୍ଥିକ ବିକାଶ,ପରିବେଷ ର ପୁନଃରୁଦ୍ଧାର ଓ ରକ୍ଷଣା ବେକ୍ଷଣ ଏବଂ କୃଷି ଓ ଉନ୍ନୟନ ମୂଳକ ଭଳି ୧୫ ଗୋଟି ପ୍ରମୁଖ ମୌଳିକ ନ୍ୟାର୍ଯ୍ୟ ଦାବୀ ରଖି ଗତ ତା ୧୩ ଫେବୃଆରୀ ଠାରୁ ବାଫଳା ମାଳି ମୂଖ୍ୟ ରାସ୍ତା ରେ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦେଇଥିଲେ। ଆଜକୁ ପ୍ରାୟ ୩ ମାସ ମଧ୍ୟରେ ଏକାଧିକ ସମୟେ ଉକ୍ତ ସ୍ଥାନରେ ଧାରଣା ଦେଇଥିବା ଜଣାପଡିଛି ହେଲ ବିଭିନ୍ନ ସମୟ ରେ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ରାୟଗଡା ଓ ଉତ୍କଳ ଆଲୁମିନା ପ୍ରକଳ୍ପ କତୃପକ୍ଷ ଙ୍କ ମିଳିତ ଉଦ୍ୟମରେ ଅଞ୍ଚଳ ବାସୀଙ୍କ ସମସ୍ୟା ର ସମାଧାନ ଦିଗରେ କୌଣସି ଆନ୍ତରିକତା ନ ଥିବା ଏବଂ ଆଲୋଚନା ରେ ବାରମ୍ବାର ଲୋକଙ୍କ ମୂଖ୍ୟ ସମସ୍ୟା କୁ ଦିଗହରା କରାଯାଇ ଉତ୍କଳ ଆଲୁମିନା ପ୍ରକଳ୍ପ ସାପେକ୍ଷ ରେ ଏକପାକ୍ଷିକ ମନ୍ତବ୍ୟ ଦେଉଥିବା ର ଅଭିଯୋଗ କରି କାଶୀପୁର, ଟିକିରି ଓ ଉତ୍କଳ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଆଲୋଚନା ବିଫଳ ହୋଇଥିବା ବାଫଳା ମାଳି ପ୍ରଗତୀ ସଂଗଠନ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଥିଲା। ଘଟଣାର ପ୍ରଚାର ପ୍ରସାର ଗଣମାଧ୍ୟମ ରେ ହୋଇଥିଲେ ସୁଦ୍ଧା ଆଜିପଯ୍ୟନ୍ତ ପ୍ରଶାସନ ଓ ପ୍ରକଳ୍ପ କୌଣସି ଆନ୍ତରିକତା ଦେଖାଇ ନ ଥିଲେ,ତେଣୁ ବାଫଳା ମାଳି ପ୍ରଗତି ସଂଗଠନ ପକ୍ଷରୁ
ମାଳି ଚତୁର୍ପାଶ୍ୱ କୁପାଖାଳ, କରଞ୍ଜି କୁପାଖାଳ, ବର୍ଜାଖାଳ,ଜାଗୁଗୁଡା, ମାଲିଗାଁ, ଯୁଗବସା କେବିଡି,ଦୁରଖାଲ, ତଳପତ୍ରି, ଚନ୍ଦ୍ରଗିରି, ଡାଙ୍ଗେସଖାଲ,ଭ୍ରମରଯୋଡି,ତଳ ଦଣ୍ଡାବାଡ଼, ଉପରଦଣ୍ଡାବାଡ଼ ବ୍ଲକ କାଶୀପୁର ରାୟଗଡା ଜିଲ୍ଲା ଓ
କନରଫାଶ,ଅଡରି, ବାମୁଣୀଗୁଡା, କେନ୍ଦୁମୁଣ୍ଡି,ଦୁର୍ମୁସୀ, ସୂର୍ଯ୍ୟଗଡ,ମାଲିଗାଁ ଓ ଗଦଳାଘାଟି ବ୍ଲକ ଥୁଆମୂଳ ରାମପୁର କଳାହାଣ୍ଡି ଅଞ୍ଚଳ ର ବିକାଶ ନିରୀକ୍ଷଣ କରି ପୁଣି ଏକ ବିରାଟ ଜନ ଆନ୍ଦୋଳନ ର ଡାକରା ଦେଉଥିବା ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଜନ ଆନ୍ଦୋଳନ ଡାକରା କାର୍ଯ୍ୟକ୍ରମ ରେ ସଂଗଠନ ପକ୍ଷରୁ ହବଲ ନାଏକ, ବରୁନ ନାଏକ, ସଂଜୀବ ନାଏକ,ଥବିର ନାଏକ,ଜଗୁ ମାଝୀ,ସନୁ ମାଝୀ,ମାନସିଂ ମାଝୀ, ବାସନ୍ତ ନାଏକ, ଧବୀ ନାଏକ, ଅଜୟ ନାଏକ,
ଉଲ୍ଲାସ ନାଏକ, ପବିତ୍ର ନାଏକ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା।


