ସମ୍ବଲପୁର:ତା.୨୧/୦୪ (ବିଏମସି ଟିଭି ଓଡିଆ)
ଭାରତୀୟ ଦଳିତ ସାହିତ୍ୟ ଏକାଡେମି ଓଡ଼ିଶା ରାଜ୍ୟ ଶାଖା ତରଫରୁ ରାଜ୍ୟ ସଭାପତି ନିହାଲ ସିଂଙ୍କ ସଭାପତିତ୍ବରେ ସୁନାମ ଧନ୍ୟ ସଞ୍ଚାର ବାଦକ ଦୁଃଖନାଶନ ବେହେରାଙ୍କୁ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ, ଭାରତୀୟ ଦଳିତ ସାହିତ୍ୟ ଏକାଡେମି ରାଷ୍ଟ୍ରୀୟ ସମ୍ପାଦକ ମୁରଲୀଧର ନାଏକ, ରାଜ୍ୟ ଉପ-ସଭାପତି କବି ଗଦାଧର ନିଆଲ, ରଜ୍ୟ ସାଧାରଣ ସମ୍ପାଦକ ଆକାଶବାଣୀ ଗୀତିକାର ଶିବଶଙ୍କର ପ୍ରଧାନ, କଳା ସଂସ୍କୃତିରୁ ବବୁଲୁ ବାଗ, ଲଳିତ ଦେବର୍ତା, ମିନାକ୍ଷୀ ରାଉତ, ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଉପାଧ୍ୟକ୍ଷା ରୁପାଞ୍ଜଳି ରଣବିଡା, ଗଣ୍ଡା ସମାଜ କଲ୍ୟାଣ ପରିଷଦ ଉପଦେଷ୍ଟା ପୁରନ୍ଦର ସୁନା, ବିର୍ସା ଆମ୍ବେଦକର ଫୁଲେ ଛାତ୍ର ସଂଗଠନ ଓଡ଼ିଶା ରାଜ୍ୟ ସଭାପତି ଛତ୍ରପତି ଶୁନାନି, ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ ମହାନନ୍ଦିଆ, ଦଧିବାମନ ଠାକୁର, ସଞ୍ଚାର ଗାୟକ ଭୀମ ଚିର୍ଗୁନ, ନରୋତ୍ତମ ବେହେରା, ଦଳିତ ନେତ୍ରୀ ପଦ୍ମା ମହାନନ୍ଦ, ଶିବ ପ୍ରିୟା ସାହୁ ପ୍ରମୁଖ ସ୍ୱର୍ଗତ ଦୁଃଖନାଶନଙ୍କ ସ୍ମୃତି ଚାରଣ କରିବା ସହ ପଶ୍ଚିମ ଓଡ଼ିଶାର ସଞ୍ଚାର କଳାକୁ ରାଜ୍ୟ ଦେଶ ବାହାରେ ପ୍ରଚାର କରେଇବାରେ ତାଙ୍କର ପ୍ରମୁଖ ଅବଦାନ ରହିଛି ବୋଲି ମତ ପ୍ରକାଶ କରିଥିଲେ।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା।


