ବେଲଗୁଣ୍ଠା ; ତା-୨୫/୦୪ ( ବିଏମସି ଟିଭି ଓଡ଼ିଆ)
ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୂତା ଗ୍ରାମରେ ଅଭାବନିୟ ଘଟଣା ଘଟିଛି । ଘରେ କେହି ନଥିବା ବେଳେ ବେକରେ ରଶି ଲଗେଇ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡିଛି ଋଣ ଭାର ସହିନପାରି ବୃଦ୍ଧ ଦମ୍ପତି ଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ ଦମ୍ପତି ହେଲେ ୬୬ ବର୍ଷୀୟ ସିମାଞ୍ଚଳ ବିଷୋୟୀ ଓ ୬୧ ବର୍ଷୀୟ ନମିତା ବିଷୋୟୀ । ଖବର ପାଇ ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । କିଛି ଦିନ ତଳେ ବୃଦ୍ଧ ଦମ୍ପତିଙ୍କ ଗୋଟିଏ ବୋଲି ପୁଅର ହୃଦଘାତ ରେ ମୃତ୍ୟୁ ହୋଇଥିଲା । ଦମ୍ପତିଙ୍କ ପାଞ୍ଚଟି ଝିଅ ଥିବା ବେଳେ ଗତ ୨୧ ତାରିଖରେ ସାନ ଝିଅର ବାହାଘର ହୋଇଥିଲା । ତେବେ ଋଣ ଭାର ଅଧିକ ହେବାରୁ ଚିନ୍ତାରେ ଦମ୍ପତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦାମ୍ପତିଙ୍କ ଶବକୁ ଜବତ କରିବାସହ ଦୁଇଟି ଅପମୃତ ମାମଲା ୮/୯/୨୬ରେ ରୁଜୁ କରିବା ସହ ଵେବଛେଦ ପାଇଁ ଆସ୍କା ମେଡିକାଲକୁ ପଠେଇଥିବା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା।


