ବଲାଙ୍ଗିର ; ତା-୧୭/୦୫ ( ବିଏମସି ଟିଭି ଓଡ଼ିଆ )
ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁତଳା ଥାନା ଅଧୀନ କରମତଲା ଗାଁ ସ୍ଥିତ ପୁରୁଣା (UGB) ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟରେ ଥିବା “ପୁଜାରାଣୀ ଜ୍ୱେଲର୍ସ” ନାମକ ଏକ ଗହଣା ଦୋକାନ ବିରୋଧରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅଭିଯୋଗ ଅନୁସାରେ ଦୋକାନଟି ପ୍ରାୟ ୭ ବର୍ଷ ଧରି ବିନା (GST) ଜିଏଷ୍ଟି ବିଲ୍ ରେ ଚାଲିଆସୁଥିବା ବେଳେ ଦୋକାନର କୌଣସି ବୈଧ ଦଲିଲ ଦସ୍ତାବିଜ୍ ନଥିବା କୁହାଯାଉଛି।
ଅଭିଯୋଗ ଅନୁସାରେ ଦୋକାନ ମାଲିକ ସଞ୍ଜୟ ପାତ୍ର ଗ୍ରାହକଙ୍କୁ ୨୪ କ୍ୟାରେଟ୍ ସୁନା କହି ୧୮ କ୍ୟାରେଟ୍ ସୁନା ବିକ୍ରି କରୁଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହା ସହ ଗ୍ରାହକଙ୍କୁ ଠିକ ଠାକ ବିଲ୍ ଓ (GST) ଯିଏଷ୍ଟି ରସିଦ୍ ଦିଆଯାଉନଥିବା ଅଭିଯୋଗ ମଧ୍ୟ ହେଉଛି।
ଏପରି ଅଭିଯୋଗ ନେଇ ସ୍ଥାନୀୟ ଲୋକେ ପ୍ରଶାସନଙ୍କ ତରଫରୁ ତଦନ୍ତ ଦାବି କରିଛନ୍ତି । ଯଦି ଅଭିଯୋଗ ଟି ସତ୍ୟ ପ୍ରମାଣିତ ହୁଏ, ତେବେ ଗ୍ରାହକଙ୍କ ସହ ବଡ଼ ଧରଣର ପ୍ରତାରଣା ହୋଇଥିବା ମନେ କରିବାରୁ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି ।

ବଲାଙ୍ଗୀର ଜିଲ୍ଲାରୁ କୁବେର ନାଗ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା।


