ବୋଲଗଡ଼ ; ତା-୧୭/୦୫ (ବିଏମସି ଟିଭି ଓଡ଼ିଆ )
ଗ୍ରାମାଞ୍ଚଳରେ ସହଜ ଓ ସୁବିଧାରେ ଲୋକମାନେ ନିକଟରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ଉଦେଶ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ଅଭିନୟ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବେଗୁନିଆ ନିର୍ବାଚନ ମଣ୍ଡଳୀ ବୋଲଗଡ ବ୍ଲକ ଦଳାଇସାହି ଗ୍ରାମପଞ୍ଚାୟତର ମାଣିକଗୋଡ଼ାସ୍ଥିତ ଗଦାଧର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।

ଏହାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦଘାଟନ କରିଥିବା ବେଳେ ସଂମ୍ମାନିତ ଅତିଥିଭାବେ ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି, ବିଜେପି ଜିଲ୍ଲା ଉପସଭାପତି ବାସୁଦେବ ସାହୁ, ପୂର୍ବତନ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଲୋତକବିନ୍ଦୁ ପଟ୍ଟନାୟକ, ବିଜେପି ନେତ୍ରୀ ବାସନ୍ତୀ ମହାପାତ୍ର, ବିଜେପି ଯୁବ ସଂଗଠକ ବ୍ରଜବନ୍ଧୁ ସୁବୁଦ୍ଧି, ରବୀନ୍ଦ୍ରନାଥ ସୁବୁଦ୍ଧି ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଆଖପାଖ ବହୁ ଗ୍ରାମରୁ ଶତାଧିକ ରୋଗୀ ନାମ ପଞ୍ଜିକୃତ କରି ଡାକ୍ତରଙ୍କ ଠାରୁ ରୋଗ ସମ୍ବଧୀୟ ପରାମର୍ଶ ନେଇ ମାଗଣାରେ ଔଷଧ ନେଇଥିଲେ । ଭେଷଜ, ଅସ୍ଥିଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଆୟୁଷ ବିଭାଗ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କୁ ଚିକିତ୍ସା ସମ୍ବନ୍ଧିୟ ପରାମର୍ଶ ଦେଇଥିଲେ ।

ବୋଲଗଡ ବ୍ଲକର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅସିତ ମହାପାତ୍ର ସମସ୍ତ ଡାକ୍ତର ଟିମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଓବିଶି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ବୋଲଗଡ ମଣ୍ଡଳ ସଭାପତି ଦୀପନ ବିଶ୍ୱାଳ, ସଞ୍ଜୟ କୁମାର ବେହେରା, ଲଷ୍ମୀଧର ବଳିୟାରସିଂହ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମକୁ ଯିବା ଗ୍ରସ୍ତ ମଧ୍ୟରେ ବୋଲଗଡ ଓଭର ବ୍ରିଜ ପରେ ବରହମପୁରା ଛକ ମଧ୍ୟରେ ମୁଖା ପିନ୍ଧା କିଛି ଯୁବକ ସାଂସଦଙ୍କ ଗାଡିକୁ ଅଣ୍ଡା ମାଡ କରିଥିଲେ କିନ୍ତୁ ଗାଡି କିଛି କ୍ଷତି ଗ୍ରସ୍ତ ହୋଇନଥିଲା ।

ବିଏମସି ନ୍ଯୁଜ୍ ଓଡ଼ିଶା ।


