ଖୋଦ୍ଧା / ବୋଲଗଡ଼ ତା-୩୦/୦୮ ( ବିଏମସି ଟିଭି ଓଡ଼ିଆ )
ଖୋଦ୍ଧା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ ଙ୍କ ଆଦେଶ ତଥା ନିର୍ଦେଶ କ୍ରମେ ବୋଲଗଡ଼ ଥାନାରେ ନୂତନ ପୋଲିସ ନୀରିକ୍ଷକ ଭାବେ କାହ୍ନୁଚରଣ ସ୍ବାଇଁ କାଯ୍ୟରେ ଯୋଗ ଦାନ କରି ଅଛନ୍ତି । ଖୋଦ୍ଧା ଜିଲ୍ଲା ଓକିଲ ସଂଘର ସଭାପତି ତଥା ରାଜ୍ଯ ବିଜେପି ଦଳର କାଯ୍ୟକାରିଣୀ ସଦସ୍ଯ ଲୋତକବିନ୍ଦୁ ପଟ୍ଟନାୟକଙ୍କ ନେତୃତ୍ବରେ ଓ ବୋଲଗଡ଼ ବ୍ଲକ ବିଜେପି ମଣ୍ଡଳ ସଭାପତି ଦୀପନ କୁମାର ବିଶ୍ବାଳଙ୍କ ଆବାହକତ୍ଵରେ ବ୍ଳକ ବିଜେପି କ୍ରୁଷକ ମୋର୍ଚ୍ଚା ସଭାପତି ଅଜିତ୍ ପଟ୍ଟନାୟକ, ପୂର୍ବତନ ମଣ୍ଡଳ ସଭାପତି ସଞୟ କୁମାର ବେହେରା, ବିଜେପି କର୍ମୀ ଅଶୋକ ଦଳବେହେରା, ଜଗବନ୍ଧୁ ମୁଦୁଲି, ଲକ୍ଷ୍ମୀଧର ବଳିଆରସିଂହ, ଅଭିମନ୍ୟୁ ପଟ୍ଟନାୟକ ଓ ପବିତ୍ର ସିଂହ ପ୍ରମୁଖ ମିଳିତ ଭାବେ ନୂତନ ଥାନା ନୀରିକ୍ଷକ କାହ୍ନୁଚରଣ ସ୍ବାଇଁଙ୍କୁ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରି ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସମ୍ବଦ୍ଧିତ କରିଅଛନ୍ତି। ନୂତନ ଥାନା ଅଧିକାରୀ କାହ୍ନୁଚରଣ ସ୍ବାଇଁ ଏକାଧାରରେ ଜଣେ ଦକ୍ଷ ପୋଲିସ ଅଧିକାରୀ, ସୁଶାସକ ଓ ଆଇନଶୃଙ୍ଖଳା ରକ୍ଷକ ଭାବେ ଖୋଦ୍ଧା ଜିଲ୍ଲାରେ ସୁନାମ ରହିଅଛି। ବୋଲଗଡ଼ ଥାନା ଅଞ୍ଚଳରେ ସମସ୍ତ ଜନସାଧାରଣ, ବରିଷ୍ଠ ନାଗରିକ, ବ୍ୟବସାୟୀ ସଂଘ, ସମସ୍ତ ସରକାରୀ କର୍ମଚାରୀ, ସମସ୍ତ ସାମ୍ବାଦିକ ଓ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ସଠିକ ସମୟରେ ପୋଲିସ ର ସହାୟତା ଯୋଗାଇ ଦିଆଯବ ବୋଲି ନୂତନ ଥାନା ଅଧିକାରୀ କାହ୍ନୁଚରଣ ସ୍ବାଇଁ ନିର୍ଭର ପ୍ରତିସ୍ରୁତି ଦେଇ ଅଛନ୍ତି। ସେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ଜନସାଧାରଣ, ସାମ୍ବାଦିକ, ରାଜନୈତିକ ଦଳ, ଶିକ୍ଷାବିତ ଓ ବୁଦ୍ଧିଜୀବୀ ମାନଙ୍କର ସାହାଯ୍ୟ ଲୋଡ଼ି ଅଛନ୍ତି।

ବିଏମସି ନିୟୁଜ ଓଡ଼ିଶା ।


