ବୋଲଗଡ ; ତା-୦୪/୧୦ (ବିଏମସି ଟିଭି ଓଡ଼ିଆ )
ବୋଲଗଡ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଓ ବଡ଼କୁମାରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଫୁଲ କୁମାର ପ୍ରଧାନଙ୍କ ଆବାହକତ୍ୱରେ ସୋମବାର ଦିନ ବଡ଼କୁମାରୀ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ମଣ୍ଡଳ ଉର୍ନ୍ନୟନ ଅଧିକାରିଣୀ ସୁମନ ସୁଧା କୁଣ୍ଡୁ,ଅତିରିକ୍ତ ବିଡିଓ ଡ଼କ୍ଟର ରତିକାନ୍ତ ମିଶ୍ର,ବଡ଼କୁମାରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ପରିଡା ,ଏ.ଡି.ଇ.ଓ ବ୍ରଜ କିଶୋର ପ୍ରଧାନ ଓ ବ୍ଲକର ସମସ୍ତ ବିଭାଗର କର୍ମଚାରୀମାନେ ଯୋଗଦେଇ ଲୋକମାନଙ୍କର ଆପତ୍ତି ଅଭିଯୋଗ ଶୁଣିଥିଲେ ।

ଏହି କାର୍ଯ୍ୟକ୍ରମରେ ମୋଟ ୪୩ ଟି ଅଭିଯୋଗ ମଧ୍ୟ ରୁ ୩୩ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇ ବଳକା ୧୦ ଟିର ତଦନ୍ତ ପରେ ଶୀଘ୍ର ସମାଧାନ କରାଯିବ ବୋଲି ସରପଞ୍ଚ ପ୍ରଫୁଲ ପ୍ରଧାନ ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ପରିଡା ସହଯୋଗ କରି ପରିଚାଳନା କରୁଥିଲେ ।
ବିଏମସି ନିୟୁଜ ଓଡ଼ିଶା ।


