ବାଙ୍କୀ ;ତା-୨୯/୧୦(ବିଏମସି ଟିଭି ଓଡ଼ିଆ)
ଆଜି ବାଙ୍କୀ ମହୋତ୍ସବ ୨୦୨୬ର ତୃତୀୟ ସନ୍ଧ୍ୟା । ଏହି ଉତ୍ସବରେ ବିଧାୟକ ତଥା ମହୋତ୍ସବ ସଭାପତି ଦେବୀରଞ୍ଜନ ତ୍ରିପାଠୀ ସଭାପତିତ୍ୱ କରି ବାଙ୍କୀର କଳା, ସାହିତ୍ୟ ଓ ସଂସ୍କୃତି ସାରା ଓଡ଼ିଶାରେ ଅନନ୍ୟ ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ କୃପାଳୁ ବିଶ୍ୱବିଦ୍ୟାଳୟର କୁଳସଚିବ ମଧୁସୂଦନ ମିଶ୍ର ଯୋଗଦାନ କରି ମା’ଚର୍ଚ୍ଚିକାଙ୍କ ଶକ୍ତିପୀଠ ବାଙ୍କୀରେ ରହିଥିବାରୁ ବାଙ୍କୀର ସଂସ୍କୃତିର ପରାକାଷ୍ଠା ସାରା ରାଜ୍ୟରେ ଆଲୋକିତ କରିପାରିଛି । ମୁଖ୍ୟବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜର ସଂପାଦକ କବି ରାଜୀବ କୁମାର ଷଡଙ୍ଗୀ ଯୋଗଦାନ କରି ସାହିତ୍ୟ କ୍ଷେତ୍ରରେ ବାଙ୍କୀର ଅବଦାନ ଚିରସ୍ମରଣୀୟ ହୋଇ ରହିଛି । ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦାନ କରି ମହୋତ୍ସବର ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦର କଳାକାରମାନଙ୍କ ଦ୍ୱାରା ଆବାହନୀ ସଂଗୀତ ଗାନ କରାଯାଇଥିଲା । ମହୋତ୍ସବର ସଂଯୋଜକ ଆର୍ତ୍ତବନ୍ଧୁ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡମପଡ଼ା ବିଡିଓ ଅଂଶୁମାନ ଦାସ, ଅତିରିକ୍ତ ଜିଲ୍ଲାପାଳ କଟକ କମଲଜିତ୍ ଦାସ, ଉପସଭାପତି ଅନୁପ ବଥୁଆଲ୍, ସିନେ କଳାକାର ସୁବାଶିଷ ଖୁଣ୍ଟିଆ ଓ ସରକାରୀ ଅଧିବକ୍ତା ଅଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ବାଙ୍କୀର ଐତିହ୍ୟ ଓ ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମହିଳା ଭାଗବତ ମଣ୍ଡଳୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୬ତମ ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋର୍ତିମୟୀ ନାୟକଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ବାଙ୍କୀ ଡମପଡ଼ା ରୁ ସୁଶାନ୍ତ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


