ଢେଙ୍କାନାଳ ;ତା-୨୮/୧୦(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କୁଆଳୋ (ପ୍ରାଚୀନ କୋଦାଳକ ମଣ୍ଡଳ) ସ୍ଥିତ ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ଅଷ୍ଟଶମ୍ଭୁ ମନ୍ଦିର ପରିସରରେ ଥିବା କନକଦୁର୍ଗା ମନ୍ଦିର ସମ୍ମୁଖରୁ ଏକ ପ୍ରଚୀନ ବୀରଶିଳା ଚିହ୍ନଟ ହୋଇଛି। ଏହା ବ୍ରାହ୍ମଣୀ ନଦୀ କୂଳର ବାମ ପାର୍ଶ୍ୱରେ ଅବସ୍ଥିତ।
କଟକ ସ୍ଥିତ ଇନ୍ଦିରାଗାନ୍ଧି ମହିଳା ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ତଥା ଗବେଷକ ମହିତୋଷ ଗୋପାଲ ଓ ଭୁବନେଶ୍ୱର ଉତ୍କଳ ବିଶ୍ବବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ଜୟନ୍ତୀ ଦୋରା ଓଡ଼ିଶାର ବୀରଶିଳା ବିଷୟବସ୍ତୁ ଉପରେ ଗବେଷଣା କରିବା ଅବସରରେ ଏହି ବୀରଶିଳାକୁ ଚିହ୍ନଟ କରିଛନ୍ତି। ଚିହ୍ନଟ ହୋଇଥିବା ବୀରଶିଳା ଟି ୩୦ ଇଞ୍ଚ ଉଚ୍ଚ ଓ ୧୫ ଇଞ୍ଚ ଓସାର ରହିଛି। ସ୍ଥାନୀୟ ବରିଷ୍ଠ ପୂଜକ ଭାଳେଶ୍ବରୀ ଙ୍କ କହିବା ଅନୁଯାୟୀ,ଏହି ଶିଳାଖଣ୍ଡଟି ମନ୍ଦିର ପ୍ରାଙ୍ଗଣରେ ବହୁ ପୂର୍ବରୁ ବିରାଜମାନ ଅଛି। ସ୍ଥାନୀୟ ଭାବେ ଏହା ଦ୍ଵାରାବତୀ’ (ଦ୍ଵାରପାଳିକା) ପରିଚିତ ହୋଇ ପୂଜା ପାଉଛନ୍ତି। ଏହାର କାରୁକାର୍ଯ୍ୟ ଓ ଗଠନଶୈଳୀ ସୁଜି କାଳର ସାମରିକ ପରମ୍ପରାକୁ ସୂଚାଏ। ଦୀର୍ଘକାଳୀନ କ୍ଷୟ ଯୋଗୁଁ ଏଥିରେ ଖୋଦିତ ମାନବାକୃତିର ଅନେକ ବିବରଣୀ ଅସ୍ପଷ୍ଟ ହୋଇଯାଇଛି।
ଏହା ସହିତ ମନ୍ଦିର ପରିସରରୁ ଆଉ ଏକ ଛୋଟ ଆୟତାକାର ଶିଳାଖଣ୍ଡ ମଧ୍ୟ ଚିହ୍ନଟ ହୋଇଛି। ଯେଉଁଥରେ ଅଶ୍ବାରୋହୀ ବୀର ଏବଂ ତାଙ୍କ ପଦାତିକ ଅନୁଚରଙ୍କ ମୂର୍ତ୍ତି ଖୋଦିତ ହୋଇଛି। ଗବେଷକ ଶ୍ରୀ ଗୋପାଲଙ୍କ ମତରେ,ଓଡ଼ିଶାରେ ମିଳୁଥିବା ଅଧିକାଂଶ ବୀରଶିଳା ସାମବଂଶୀ କାଳ କିମ୍ବା ତା’ପରବର୍ତ୍ତୀ ସମୟର ହୋଇଥିବା ବେଳେ କୁଆଳୋର ବୀରଶିଳା ସୁକି ଶାସନ କାଳର ଯିଏ ଖ୍ରୀଷ୍ଟବ୍ଦ ଅଷ୍ଟମ ଶତାବ୍ଦୀ ସମୟରେ ଭୌମକର ମାନଙ୍କର ସାମନ୍ତ ମୁଖିଆ ଥିଲେ। ତାଙ୍କ ସମୟରୁ ମିଳିଥିବା ଏହି ବୀରଶିଳାଟି ଏହି ଅଞ୍ଚଳର ସବୁଠାରୁ ପ୍ରାଚୀନ ବୀରଶିଳା କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଶ୍ରୀ ଗୋପାଲ କହିଛନ୍ତି।
ଢେଙ୍କାନାଳ ରୁ ବିଭୁ ପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


