ବାଙ୍କୀ ;ତା-୩୦/୦୪(ବିଏମସି ଟିଭି ଓଡ଼ିଆ)
ସରପଞ୍ଚ ଙ୍କୁ ପଦରୁ ବହିଷ୍କାର କରିବା ପାଇଁ ଉଠିଛି ଜୋରଦାର ଦାବି.ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବ୍ଲକ ବାଉଁଶପୁଟ ଗ୍ରାମ ପଂଚାୟତ ରେ.ଏବଂ ଏ ଅଭିଯୋଗ ଆଣିଛନ୍ତି ଖୋଦ ପଞ୍ଚାୟତ ର ଏକାଧିକ ୱାର୍ଡସଭ୍ୟ । ଅଭିଯୋଗ ହେଲା ସରପଞ୍ଚ କରିଛନ୍ତି ଓଡିଶା ଗ୍ରାମପଞ୍ଚାୟତ ଆଇନ ଧାରା ୨୫ ର ଖୋଲା ଉଲ୍ଲଙ୍ଘନ । ହେଲେ ଦାବୀ କୁ ତଦନ୍ତ କରି ସଠିକ ପଦକ୍ଷେପ ନେବାରେ ହେଉଛି ଦୀର୍ଘ ବିଳମ୍ବ । ଯାହାକୁ ନେଇ କୁ ଏବେ ସ୍ୱର ଉଠାଇଛନ୍ତି ସାମାଜିକ କର୍ମୀ ମନୋଜ ପଣ୍ଡା । ଯେଉଁଠି ସରପଞ୍ଚ ଙ୍କ ନାଁ ରେ ଅଭିଯୋଗ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ବିରାଟ ହେରଫେର କୁ ନେଇ । ସରପଞ୍ଚ କୁଆଡେ ଆବାସ ଯୋଜନା କୁ ବାଟବଣା କରିଵା ସହ ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦେଇ ନିଜ ଲୋକ ଏବଂ ସମର୍ଥକ ଙ୍କୁ ବାଣ୍ଟିଛନ୍ତି ସରକାରୀ ଆବାସ ଗୃହ । ଏବଂ ଏକଥା ର ଜବାବ ମାଗିଲେ ସରପଞ୍ଚ ଙ୍କ ର ଦେଖାମିଳୁନି ବୋଲି ଅଭିଯୋଗ ଆଣିଛନ୍ତି ୱାର୍ଡ ସଭ୍ୟ ପ୍ରତିମା ମନ୍ତ୍ରୀ ଙ୍କ ସହ ଅନ୍ୟ ସଭ୍ୟମାନେ । ଅନ୍ୟପଟେ ଏ ପ୍ରଶ୍ନ ରୁ ବଞ୍ଚିଵା ପାଇଁ କୁଆଡେ ମାସିକ ପଞ୍ଚାୟତ ବୈଠକ ବି ଡାକିନାହାନ୍ତି ବାଉଁଶପୁଟ ସରପଞ୍ଚ । ଯାହା ଓଡିଶା ଗ୍ରାମ ପଞ୍ଚାୟତ ଆଇନ ଧାରା ୨୫ ର ଖୋଲାଖୋଲି ଉଲଂଘନ ହୋଇଛି ଏବଂ ଏହି ଧାରା ର ଆଇନ ଅନୁଯାୟୀ ସରପଞ୍ଚ ଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଦାବୀ ବାଢିଛନ୍ତି ୱାର୍ଡସଭ୍ୟ ଙ୍କ ସହ ସାମାଜିକ କର୍ମୀ ମନୋଜ ପଣ୍ଡା । ତେବେ ଦୀର୍ଘଦିନ ର ଏ ଦାବୀ କୁ ନେଇ ବାରମ୍ବାର ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଇଥିଲେ ମଧ୍ୟ୍ୟ ଏହାର ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ରେ ଦୀର୍ଘ ବିଳମ୍ବ କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ଦାବୀ ଜୋର ଧରିଛି |ଦେଖିବାକୁ ବାକି ରହିଲା ପ୍ରଶାସନ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛି?
ବାଙ୍କୀ ଡମପଡା ରୁ ସୁଶାନ୍ତ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା।


