ଖଣ୍ଡପଡ଼ା / ଭାପୁର ; ତା-୨୯/୦୫ ( ବିଏମସି ଟିଭି ଓଡ଼ିଆ)
ଥରେ ଭଲ କରି ଦେଖନ୍ତୁ ଏହି ଯୁବକ ଜଣକଙ୍କୁ । ଫଟୋରେ ସାଧାସିଧା ନୀରିହ ଚେହେରା ଭିତରେ ଲୁଚି ରହିଥିବା ଭଦ୍ର ଚେହେରା କୁ ଥରେ ଦେଖନ୍ତୁ ତ । ଏ ହେଉଛନ୍ତି ଖଣ୍ଡପଡ଼ା ଅଞ୍ଚଳର ଆଉ ଜଣେ ଟୁଙ୍ଗୁରୁ ଭୋଳ। ଭାଉଜ ପଟାଇବା ରେ ମାହିର ଅଟନ୍ତି ।

ହଁ ଆଜ୍ଞା, ଆମେ କହୁଛୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ବଳିଦିଆନୂଆଗାଁ ନିକଟସ୍ଥ ବନ୍ଧଦ୍ବାରପାଟଣା ଗାଁ ର ଜଣେ ରୋମିଓ ଯୁବକ ଙ୍କ କଥା। ଯୁବକ ଜଣକ ଙ୍କ ନାମ ହେଉଛି କଳାକାହ୍ନୁ ମୁଦୁଲି। ନାମ ଯେମିତି କାମରେ ମଧ୍ଯ ସେମିତି, ଠିକ୍ କଳାକୃଷ୍ଣ ଙ୍କ ଭଳି।

କିଛି ଦିନ ତଳେ ରାଜଧାନୀ ରେ ଟୁଙ୍ଗୁରୁ ଭୋଳ ଯେମିତି ବର୍ଷା ଭାଉଜଙ୍କ ସହିତ ଖେଳ କରି ବିଭିନ୍ନ ଗଣମାଧ୍ୟମରେ ସେଲିବ୍ରିଟି ପାଲଟି ଥିଲେ। କିନ୍ତୁ ଏଠି କଳାକାହ୍ନୁ ମୁଦୁଲି ଟିକିଏ ଅଲଗା ଖେଳ ଖେଳନ୍ତି। ବାବୁ ଜଣଙ୍କ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଲୁହାଛଡ ଓଲଡିଂ କାମ କରନ୍ତି , କିନ୍ତୁ ଗାଁକୁ ଫେରିଲେ ଲାଟ୍ ସାହେବଙ୍କ ଠାଣୀରେ ନୁଆ ନୁଆ ଭାଉଜ ପଟାଇ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତି। ଖଣ୍ଡପଡ଼ା ଭଳି ଗାଉଁଲି ଅଞ୍ଚଳରେ ସୁନ୍ଦରୀ ସରଳିଆ ଭାଉଜ ହେଉ ଅବା ସୁନ୍ଦରୀ ଝିଅ ବୋହୁ ହୁଅନ୍ତୁ ଦେଖିବା ପରେ ଗାଁ ପାଖ ମନ୍ଦିର ହେଉ କି ଯାନିଯାତ୍ରା ହେଉ ମେଳା ଭିତରେ ଭିଡ଼ର ମଜା ନେଇ ସୁନ୍ଦରୀ ଝିଅ ବୋହୁ ଙ୍କୁ ଦେଖି ପଟାଇ ଦିଅନ୍ତି।

ସେମାନଙ୍କର ମୋବାଇଲ ନମ୍ବର ଆଣି ବନ୍ଧୁତା ର ଆଳ ଦେଖାଇ ସଂମ୍ପର୍କ ବାଢନ୍ତି। ସଂମ୍ପର୍କ ରୁ ଧିରେ ଧିରେ ଶାରୀରିକ ସମ୍ପର୍କ ରଖନ୍ତି। ପଟେଇ ଥିବା ଭାଉଜ କୁ ପୁରୀ ବେଳାଭୂମି ରେ ଲହଡ଼ି ଭାଙ୍ଗିବା ସହିତ ହୋଟେଲ ରୁମ କୁ ନେଇ ଶାରୀରିକ ସମ୍ପର୍କ ରଖନ୍ତି ଆଉ ଏହି ଆପତିଜନକ ଅବସ୍ଥା ର ଫଟୋ ଭିଡିଓ ଉଠାଇ ନିଅନ୍ତି। ପରେ ବାରମ୍ବାର ସେମାନଙ୍କୁ ଏହି ଉଲଗ୍ନ ଅବସ୍ଥା ର ଫଟୋ ଭିଡିଓ ଦେଖାଇ ସେହି ଭାଉଜ କୁ ମୋଟା ଅଙ୍କରେ ଟଙ୍କା ମାଗନ୍ତି। ଟଙ୍କା ସହିତ ସେମାନଙ୍କ ର ସୁନାଗହଣା ମଧ୍ଯ ହାତେଇ ନିଅନ୍ତି।

ବିଚରା ଭାଉଜ ଜଣକ ନିଜର ହସଖୁସିର ସଂସାର ନ ଭାଙ୍ଗିବା ପାଇଁ ଲୋକ ଲଜ୍ଜା କୁ ଡରି କଳାକାହ୍ନୁ ମୁଦୁଲି କୁ ଲୁଚାଇ କରି ହଜାର ହଜାର ଟଙ୍କା ସହିତ ସୁନାଗହଣା ଦେଇ ଦିଅନ୍ତି। ଆଉ ଏକ ନୂଆ ପ୍ରକାରର ଖେଳ ମଧ୍ଯ ଖେଳନ୍ତି ଏହି ରଙ୍ଗିଲା କଳାକାହ୍ନୁ ମୁଦୁଲି । ନିଜେ ବିବାହ କରିନଥିବାରୁ ନିଜର ପରିବାର ସହିତ ନୂଆ ନୂଆ ଝିଅ ଦେଖିବାକୁ ନିଜର ପରିବାର ସଦସ୍ଯଙ୍କ ସହିତ ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ଗାଁକୁ ପରିବାର ଓ ମଧ୍ଯସ୍ଥି ଜରିଆରେ ଯାଇଥାନ୍ତି। ବିବାହ କରିବା ପାଇଁ ଝିଅ ଦେଖିବା ସହିତ ଝିଅକୁ ମଧ୍ଯ ପଟାର ପୁରୀ ବେଳାଭୂମି କୁ ଯାଇଥାନ୍ତି। ଏହି କଳାକାରନାମାରେ କଳାକାହ୍ନୁ ଙ୍କ ପରିବାର ବାପା ରବି ମୁଦୁଲି ଓ ମାଆ ମଧ୍ଯ ସାହାଯ୍ୟ କରିଥାନ୍ତି। କଳାକାହ୍ନୁ ମୁଦୁଲି ନିଜର ହାତରେ ଆଉ ଛାତିରେ ଭିନ୍ନ ଭିନ୍ନ ଝିଅ ବୋହୁ ଙ୍କ ନାମକୁ ଟାଟୁ କରି ଲେଖି ଦେଖାଇ ପଟାଇ ଦିଅନ୍ତି।

ଏହି ଘଟଣା ରେ ଜଣେ କିମ୍ବା ଦୁଇ ଜଣ ନୁହଁନ୍ତି, ଅନେକ ବର୍ଷା ଭାଉଜ ମାନେ ବଳି ପଡି ଯାଉଛନ୍ତି। ଥାନାରେ କେଶ କରିବାକୁ ମଧ୍ଯ ଫସିଥିବା ମହିଳା ମାନେ ଭୟ କରୁଛନ୍ତି । ହେଲେ ଏହି ରସିକିଆ କଳାକାହ୍ନୁ ମୁଦୁଲି ର ଆପତ୍ତି ଜନକ ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ର ଦେଖିବାକୁ ମିଳିଛି। ଫଳରେ ଜଣେ ବିବାହିତ ମହିଳା ନିଜର ନ୍ୟାୟ ପାଇଁ ଗଣମାଧ୍ୟମ ର ସାହାଯ୍ୟ ଲୋଡିଛନ୍ତି। ଏହି ଭଳି ରସିକିଆ ଟୁଙ୍ଗୁରୁ ଭୋଳ କଳାକାହ୍ନୁ ମୁଦୁଲି କୁ ପୋଲିସ କେବେ ବାନ୍ଧିବା ସହିତ ଫସୁଥିବ ବର୍ଷା ଭାଉଜ ମାନଙ୍କୁ ପୋଲିସ କେବେ ନ୍ୟାୟ ଦେବ ତାହା ଦେଖିବାକୁ ବାକି ରହିଲା।
ବ୍ୟୁରୋ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।



