ବୋଲଗଡ଼ , ତା-୨୫/୦୮ ( ବିଏମସି ଟିଭି ଓଡ଼ିଆ)
ଖୋଦ୍ଧା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ ଓ ଖୋଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ମିଳିତ ଆହ୍ବାନ କ୍ରମେ ମଙ୍ଗଳବାର ଦିନ ବୋଲଗଡ଼ ସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଓ ବୋଲଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ସୁକାନ୍ତ ଦଳାଇ ଙ୍କ ପ୍ରତ୍ୟେକ୍ଷ ଆବାହକତ୍ଵରେ ଏକ ଦିବସୀୟ ନିଶା ନିବାରଣ ସଚେତନତା କାଯ୍ୟକ୍ରମ ସ୍କୁଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାଯ୍ୟକ୍ରମରେ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପ୍ରଧାନଶିକ୍ଷକ ଓ କର୍ମଚାରୀ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଭାରପ୍ରାପ୍ତ ବରିଷ୍ଠ ସହକାରୀ ଶିକ୍ଷୟତ୍ରୀ ଦିପିକା କୁମାରୀ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍କାଉଟ୍ ଓ ଗାଇଡ୍ ଶିକ୍ଷକ ସାନ୍ତନୁ କୁମାର ଶ୍ରୀଚନ୍ଦନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ନିଶା ନିବାରଣ ସଚେତନତା କାଯ୍ୟକ୍ରମର ଲକ୍ଷ୍ଯ ଓ ଆଭିମୁଖ୍ୟ ସଂମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଏହି କାଯ୍ୟକ୍ରମରେ ମୁଖ୍ଯ ଆବାହକ ସୁକାନ୍ତ ଦଳାଇ ଛାତ୍ରଛାତ୍ରୀ ମାନଙ୍କୁ ନିଶା ସେବନ କରିବାର ଅପକାରିତା ଓ ସାଇବର ଠକେଇ ସଂମ୍ପର୍କରେ ଉଚିତ୍ ପରାମର୍ଶ ଦେଇଥିଲେ। ନିଶା ସେବନ ଦ୍ବାରା ସମସ୍ତେ ବିପଥଗାମୀ ହୋଇଥାନ୍ତି। ତେଣୁ ନିଶାକୁ ବର୍ଜନ କର ଓ ସମସ୍ତେ ଭଲ ମଣିଷ ହୁଅ ବୋଲି ଶ୍ରୀଦଳାଇ କହିଥିଲେ । ନିଶା ସେବନ ପରିତ୍ଯାଗ କଲେ ସୁସ୍ଥ ସମାଜ ଗଠନ ହୋଇଥାଏ। ଏହି କାଯ୍ୟକ୍ରମରେ ସହକାରୀ ପୋଲିସ ଅଧିକାରୀ ଉମାକାନ୍ତ ନାୟକ ଓ ବରିଷ୍ଠ ସାମ୍ବାଦିକ ବିଶ୍ବଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ବାମନ ଉଚ୍ଚ ବିଦ୍ୟାଳୟର ଜାତିୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରଶିକ୍ଷକ କେଶବ ଚନ୍ଦ୍ର ସିଂହ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

ବିଏମସି ନିୟୁଜ ଓଡ଼ିଶା ।


