ମାଲକାନଗିରି ;ତା-୦୬/୦୮(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଶୋକକୁଳ ପରିବେଶ।ବାଲିମେଳା ନଗର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ପିତା ଲଡୁ କିଶୋର ନାୟକ(୮୭) ବୟସରେ ଗତ କାଲି ରାତିରେ ନିଜ ବାସ ଗୃହରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସେ ଜଣେ ସମାଜସେବୀ,ଧର୍ମପରାୟନ ବ୍ୟକ୍ତି ଥିଲେ।ତାଙ୍କ ଚେଷ୍ଟାରେ କାଳୀଛକ ଠାରେ କାଳୀ ମନ୍ଦିର ଦୀର୍ଘ ୫୦ ତଳେ ନିର୍ମାଣ ହୋଇଥିଲା।ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ଶହ ଶହ ନଗରବାସୀ ଶେଷ ଦର୍ଶନ କରିଥିଲେ। ବାଲିମେଳା ଓ ଏହାର ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ତାଙ୍କର ଶେଷ କୃତ ପୁରୀ ଠାରେ ହେବ ବୋଲି ଜଣା ପଡ଼ିଛି।
ମାଲକାନଗିରି ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


