ଅନୁଗୋଳ ; ତା-୦୬/୦୪ ( ବିଏମସି ଟିଭି ଓଡ଼ିଆ)

ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ୍ ଅନ୍ତର୍ଗତ ଉରକୁଳା ପଞ୍ଚାୟତ ର ପରଶୁମାଳ ଗ୍ରାମ ଠାରେ ଜାତୀୟ ମହିଳା, ଶିଶୁ ଏବଂ ଯୁବ ବିକାଶ ପ୍ରତିଷ୍ଠାନ ( National institute of Women, Child and Youth Development -NIWCYD) ସଂସ୍ଥା ଓ କିଶୋରନଗର ବ୍ଲକ କାର୍ଯ୍ୟାଳୟ ସହାୟତାରେ ଆଜି ସଫେଇ ଅଭିଯାନ ଅନୁଷ୍ଟିତ ହୋଇଥିଲା ।

ଏହି ଅଭିଯାନ ରେ ସ୍ଥାନୀୟ ଗ୍ରାମର ସଭାପତି, ଉପସଭାପତି, ୱାର୍ଡ ମେମ୍ବର ଏବଂ ଗ୍ରାମବାସୀ ବୃନ୍ଦ ସମେତ NIWCYD ସଂସ୍ଥା ର କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ଅଭିଯାନ ରେ ସ୍ଥାନୀୟ ଅଧିକାରୀ, ବ୍ଲକ ପ୍ରଶାସନ, ସ୍ୱଚ୍ଛତା କର୍ମୀ ଓ ଗ୍ରାମବାସୀ ମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

ନିଜର ଗ୍ରାମକୁ କିପରି ସଫା ରଖିବା ଏବଂ ପ୍ଲାଷ୍ଟିକ ମୁକ୍ତ ରଖିବା ସେଥିପାଇଁ ମଧ୍ୟ ଶପଥ ନିଆଯାଇଥିଲା । ଏଥିରେ ପିଲ୍ଡ କୋଡ଼ିନେଟର ଲିଜା ଦେଇ ପ୍ରଧାନ ସାହାଯ୍ୟ ସହଯୋଗ କରିଥିଲେ ।

ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକରୁ ଦିପକ କୁମାର ସାହୁ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା।



