ଅନୁଗୋଳ ;ତା-୧୪/୦୮(ବିଏମସି ଟିଭି ଓଡ଼ିଆ)
କିଶୋରନଗର ବ୍ଲକର ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ହଣ୍ଡପା ରେ ସାଇବର ସଚେତନତା ଶିବିର ଆୟୋଜିତ ହୋଇଥିଲା ।ଉକ୍ତ ଶିବିର କୁ ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନା ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ଆଜିର ଡିଜିଟାଲ ଯୁଗରେ ଇଣ୍ଟରନେଟ ଓ ସ୍ମାର୍ଟ ଫୋନ୍ ଆମ ଜୀବନର ଅବିଛିନ୍ନ ଅଂଶ ହୋଇଛି ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିବା ସହ ଅନଲାଇନ, ବ୍ୟାଙ୍କିଙ୍ଗ, ଡିଜିଟାଲ ପେମେଣ୍ଟ, ସୋସିଆଲ ମିଡ଼ିଆ ଅନଲାଇନ ଶିକ୍ଷା ଆମ ଜୀବନକୁ ସହଜ କରିଥିଲେ ମଧ୍ୟ କିପରି ସାଇବର ଅପରାଧର ଆଶଙ୍କା ବଢିଚାଲିଛି ସେହି ବିଷୟରେ ନିଜ ଅଭିଭାଷଣ ମାଧ୍ୟମରେ ଆଲୋକପାତ କରିଥିଲେ । ନିମନ୍ତ୍ରିତ ଅତିଥି ହଣ୍ଡପା ଥାନା ଭାରପ୍ରାପ୍ତ ଅଧିକାରୀ ରାଜେଶ କୁମାର ଶତପଥି ଶିବିରରେ ଯୋଗଦାନ ପୂର୍ବକ ଛାତ୍ରଛାତ୍ରୀ ମାନଙ୍କୁ ନକଲି ୱେବସାଇଟ, ଓଟିପି ଠକେଇ, ନକଲି ଲିଙ୍କ ପ୍ରତି ସଚେତନ ପାଇଁ ପରାମର୍ଶ ଦେଇଥିଲେ ଓ କୌଣସି ଅଜଣା ବ୍ୟକ୍ତି ସହ ପିନ, ପାସୱାର୍ଡ, କିମ୍ବା ବ୍ୟାଙ୍କ ସୂଚନା କେବେ ମଧ୍ୟ ସେଆର କରିବା ଉଚିତ ନୁହେଁ ବୋଲି ଦର୍ଶାଇ ଥିଲେ । ଶିବିରରେ ସହକାରୀ ଉପ -ନିରୀକ୍ଷକ ବନିତା ସାହୁ ଯୋଗଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଲକ୍ଷେଶ୍ୱର ବେହେରା, ଦୟାନିଧି ସାହୁ, ଶିତିକଣ୍ଠ ପାଣିଗ୍ରାହୀ, ଜ୍ୟୋସ୍ନାମୟୀ ବେହେରା, ଜ୍ୟୋତିର୍ମୟୀ ମହାନ୍ତି,କୁମାରୀ ସୁନିଷ୍ଠା, ଭାଗ୍ୟଶ୍ରୀ ପ୍ରଧାନ, ରିତୁରାଣୀ ବେହେରା, ମିନତି ପ୍ରଧାନ ସହଯୋଗ କରିଥିଲେ । ହିନ୍ଦି ଶିକ୍ଷକ ଦିଲ୍ଲୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନୁଗୋଳ ଜିଲ୍ଲା ରୁ ଦିପକ କୁମାର ସାହୁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


