ରଣପୁର ; ତା-୦୩/୦୪ ( ବିଏମସି ଟିଭି ଓଡ଼ିଆ)
ବେଆଇନ ଗ୍ୟାସ ସିଲିଣ୍ଡର ଜବତ ,କଳା ବଜାରୀ କରୁଥିବା ଅଭିଯୋଗରେ ରଣପୁର ଏନଫୋର୍ସମେଣ୍ଟ ଟିମର ଚଢ଼ାଉ ୩୨ଟି ବେଆଇନ ଗ୍ୟାସ ସିଲିଣ୍ଡର ଜବତ । ଏହି ପରିପ୍ରେକ୍ଷୀରେ ବସବାସ କରୁଥିବା ଘରୁ ଇଣ୍ଡିଆନ, ଭାରତ ଓ ଏଚ୍ ପି କମ୍ପାନୀର ୭ଟି କମର୍ସିଆଲ ସମେତ ୨୫ ଗୋଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ।ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଗ୍ୟାସ ସଙ୍କଟର ଦୃଶ୍ୟ ରାଜ୍ୟରେ ପରିଲକ୍ଷିତ ହେଉଥିବବେଳେ ଏହାର ସୁଯୋଗ ନେଇ କଳାବଜାରୀ କରୁଛନ୍ତି ଅସାଧୁବ୍ୟକ୍ତି । ବିଭିନ୍ନ ସ୍ଥାନରେ ଘରୋଇ ଗ୍ୟାସ ସିଲିଣ୍ଡର ବେଆଇନ ଭାବେ ଗଚ୍ଛିତ ରଖୁବା ଯୋଗୁଁ ବଜାରରେ ଗ୍ୟାସ ଅଭାବ ଦେଖାଯାଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଳାବଜାରୀ ରୋକିବାକୁ ରଣପୁର ପ୍ରଶାସନ ବିଭିନ୍ନ ଜାଗାରେ ଚଢ଼ଉ କରିଛି ।

ରଣପୁରନିର୍ବାଚନ ମଣ୍ଡଳୀ ରାଜସୁନାଖଳା ରଘୁନାଥ ସାହୁଙ୍କ ଘରେ ବିଭାଗୀୟ ଅଧିକାରୀ ଅନିତା ରାଉତରାୟ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ବିଡିଓ ମନୋଜ କୁମାର ନାୟକ ଓ ସ୍ଥାନୀୟ ଫାଣ୍ଡି ଏଏସଆଇ ହେମନ୍ତ ପ୍ରଧାନ ମିଲିତରେ ଏକ ଟିମ୍ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ବିଭିନ୍ନ କମ୍ପାନୀର ୩୨ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ସେଥିମଧ୍ୟରୁ ୭ଟି ପୂର୍ଣ ସିଲିଣ୍ଡର ଥିବା ବେଳେ ୨୫ଟି ଖାଲି ସିଲିଣ୍ଡର୍ ମିଳି ଥିଲା ।ସେହିଭଳି ରଣପୁର ୱାର୍ଡ ନମ୍ବର ୬ରୁ ବିଶ୍ବରଞ୍ଜନ ପୃଷ୍ଟି ଓ ସତ୍ୟନାରାୟଣ ପୃଷ୍ଟିଙ୍କ ଘରେ ଚଢ଼ଉ କରାଯାଇ ୩ଟି ସିଲିଣ୍ଡର ଜବତ କରାଯାଇଛି। ଚଢ଼ଉରେ ରଣପୁର ଅର୍ବାନ ଅଫିସର ସାମନ୍ତ ବିଶ୍ଵମ୍ବର ମହାପାତ୍ର ସାମିଲ ଥିଲେ । ଆଗାମୀ ଦିନରେ ଏହି କଳାବଜାରୀ ରୋକିବାକୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରଣପୁର ତହସିଲଦାର ପ୍ରତିକ୍ରିୟା ରଖିଛନ୍ତି।

ବ୍ୟୁରୋ ରିପୋର୍ଟ ବିଏମସି ନ୍ୟୁଜ୍ ଓଡି଼ଶା ।


