🌹[କେତୁ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ]🌹
🌹[[ଦୋଳ ପୂର୍ଣ୍ଣିମା]]🌹
*🌹୩-୩-୨୦୨୬((ମଙ୍ଗଳବାର))🌹
🪷🪷🪷🪷🪷🪷🪷🪷🪷🪷
*କୁମ୍ଭ ଦି୧୯ ନ ଫାଲଗୁନ ଶୁକ୍ଲ ପୂର୍ଣ୍ଣିମା ଦ୨୭।୨୨ ଦିଘ୫।୬ ମଘା ଦ୪।୫୩ ଦିଘ ୮।୬,ସିଂହଚନ୍ଦ୍ର ଦ୬୦ ନିଶାନ୍ତ।
🪷🪷🪷🪷🪷🪷🪷🪷🪷🪷
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କୁମ୍ଭ ଦ୨/୨୦/୧୦ ଇଂଘ୬/୮/୫୪ ଗତେ ଉଦୟ।
ସିଂହ ଦ୩/୧୯/୪୦ ଇଂଘ୫/୪୮/୫୨ ଗତେ ଅସ୍ତ।
🪷🪷🪷🪷🪷🪷🪷🪷🪷🪷
*ଯୋଗିନୀ ବାୟବ୍ୟେ । ଦିବା ଘ୫।୬ ଗତେ ପୂର୍ବେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୮।୬ ଗତେ ଉତ୍ତରାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ମକର ରାଶିର ଘାତବାର । ଦିବା ଘ୭।୩୪ ଗତେ ଘ୯।୦ ମଧ୍ୟେ ବାରବେଳା ।ଘ ୧।୩୦ ଗତେ ଘ୨।୫୫* *ମଧ୍ୟେ କାଳବେଳା । ରାତ୍ରି ଘ୭।୨୧ ଗତେ ଘ୮।୫୫ ମଧ୍ୟେ କାଳରାତ୍ରି । ମୃତେ ପାଦଦୋଷ । ଫଳଂ କୃଷିହାନି । ଭୂମିଦାନ । ପ୍ରଥମ ରଜୋଦର୍ଶନେ ପାଞ୍ଚମାସ ।ଦିବା ଘ୮।୬ ଗତେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀକୁଳଟା ।ଗୋକାଞ୍ଚନ ପ୍ରବାଳ ରକ୍ତବସ୍ତ୍ର ଦାନ ।(ଆତ୍ମଶ୍ରାଦ୍ଧ) ପୂର୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।* *ସ୍ତ୍ରୀ ତୈଳ ବର୍ଜନ । ମତ୍ସ୍ୟ, ମାଂସ ଦିବା ଘ୫।୬ ଗତେ କୁଷ୍ମାଣ୍ଡ (ପାଣି କଖାରୁ) ଭକ୍ଷଣ ନିଷେଧ ।ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ପାଳନ ଦ୍ରଷ୍ଟବ୍ୟ ।ସୂର୍ଯ୍ୟୋଦୟ ପୂର୍ବରୁ ପାକତ୍ୟାଗ ଓ ଦେବ ପିତୃ କାର୍ଯ୍ୟ ଶେଷ ।*
🪷🪷🪷🪷🪷🪷🪷🪷🪷🪷
(ଅମୃତ)- ଦିବା ଘ୮।୩୨ ଗତେ ଘ୧୦।୫୬ ମଧ୍ୟେ ଘ୧।୨୦ ଗତେ ଘ୨।୫୬ ମଧ୍ୟେ ଘ୩। ୪୫ ଗତେ ଘ୫।୨୦ ମଧ୍ୟେ ରାତ୍ରି ଘ୬।୩୪ ମଧ୍ୟେ ଘ୮।୫୮ ଗତେ ଘ୧୧ ।୨୨ ମଧ୍ୟେ ଘ୧।୪୬ ଗତେ ଘ୩।୨୨ ମଧ୍ୟେ । (ମାହେନ୍ଦ୍ର)- ନାସ୍ତି ।
🪷🪷🪷🪷🪷🪷🪷🪷🪷
ମେଷ ରାଶି :
ଆପଣଙ୍କ ପାଇଁ ଆର୍ଥିକ ଅଭିବୃଦ୍ଧିର ଶୁଭ ସଂକେତ ମିଳୁଛି, ଯାହାଫଳରେ ଦୀର୍ଘ ଦିନରୁ ଅଟକି ରହିଥିବା ବକେୟା ଅର୍ଥ ସହଜରେ ପ୍ରାପ୍ତି ହେବ। ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେବ ଏବଂ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରି ଅପାର ମାନସିକ ଶାନ୍ତି ଲଭିବେ। କୋର୍ଟ କଚେରୀ ମାମଲା ଓ ସମସ୍ତ ପ୍ରକାର ମାଲିମୋକଦ୍ଦମାରେ ବିଜୟୀ ହେବାର ପ୍ରବଳ ଯୋଗ ରହିଛି। ତେବେ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଆପଣଙ୍କ ପାଇଁ ସାମାନ୍ୟ ମାନସିକ ଚିନ୍ତାର କାରଣ ସାଜିପାରେ। ଆପଣଙ୍କର ବୁଦ୍ଧିମତା ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ଜଟିଳ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଯେତେ କଠିନ ହେଲେ ମଧ୍ୟ ଆପଣଙ୍କର ଦକ୍ଷତା ଯୋଗୁଁ କୌଣସି ଅସୁବିଧା ହେବ ନାହିଁ। ଅତ୍ୟଧିକ ପରିଶ୍ରମ ଯୋଗୁଁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ, ତେଣୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।
ବୃଷ ରାଶି :
ପରିବହନ ବ୍ୟବସାୟ, ବୈଜ୍ଞାନିକ ଗବେଷଣା ଏବଂ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଅନୁକୂଳ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ଦୁନିଆରେ ଥିବା ବ୍ୟକ୍ତିମାନେ ନିଜର ପ୍ରତିଭା ପାଇଁ ସୁଫଳ ପାଇବେ। ରାଜନୈତିକ କ୍ଷେତ୍ରରେ ଆପଣ ଏକ ନୂତନ ଦିଗନ୍ତ ସୃଷ୍ଟି କରି ସମାଜରେ ବେଶ୍ ଚର୍ଚ୍ଚିତ ହେବେ। କର୍ମକ୍ଷେତ୍ରରେ ନିଜର ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ପୂର୍ଣ୍ଣ ସହଯୋଗ ପାଇ ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିବେ। ନିକଟ ସମ୍ପର୍କୀୟମାନଙ୍କ ସଫଳତା ଓ କାର୍ଯ୍ୟକଳାପ ଆପଣଙ୍କ ମନରେ ସନ୍ତୋଷ ସୃଷ୍ଟି କରିବ। କୌଣସି ଆନୁଷ୍ଠାନିକ କାମରେ ଗଠନମୂଳକ ପ୍ରସ୍ତାବ ଦେଇ ବନ୍ଧୁମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବେ। ମହିଳାମାନେ ଘରର ବ୍ୟସ୍ତତା ଭିତରେ ମଧ୍ୟ ନିଜର ସମସ୍ତ କର୍ତ୍ତବ୍ୟ ସାଧନ କରିବେ ଏବଂ ନୂତନ ଗୃହୋପକରଣ କିମ୍ବା କୌଣସି ମୂଲ୍ୟବାନ୍ ସାମଗ୍ରୀ କ୍ରୟ କରିପାରନ୍ତି।
ମିଥୁନ ରାଶି :
ମହିଳାମାନେ ନିଜର ବ୍ୟକ୍ତିଗତ ଓ ପାରିବାରିକ କର୍ତ୍ତବ୍ୟକୁ ଅତି ନିପୁଣତାର ସହ ନିର୍ବାହ କରିବେ। ଜୀବନରୁ ସମସ୍ତ ଶତ୍ରୁବାଧା ଦୂରେଇ ଯିବା ସହ ପୁରାତନ ଋଣଭାରରୁ ଆପଣଙ୍କୁ ସମ୍ପୂର୍ଣ୍ଣ ମୁକ୍ତି ମିଳିବ। ସନ୍ତାନମାନେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଉଚ୍ଚଶିକ୍ଷା ପାଇଁ ଶ୍ରେଷ୍ଠ ସ୍ଥାନରେ ମନୋନୀତ ହେବେ। ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଏବଂ ସାକ୍ଷାତ୍କାରରେ ଆପଣ ନିଶ୍ଚିତ ଭାବେ ବିଜୟୀ ହେବେ। ଶିକ୍ଷା କ୍ଷେତ୍ରରେ ନୂତନ ଉତ୍ସାହ ଦେଖାଦେବା ସହ ସ୍ୱାସ୍ଥ୍ୟାବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରିବା ଫଳରେ ଆୟ ଉପାର୍ଜନର ପରିମାଣ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସୁଦୃଷ୍ଟି ଓ ସହଯୋଗ ଯୋଗୁଁ ପଦୋନ୍ନତିର ସୁଯୋଗ ମିଳିବ ଏବଂ ବେକାରୀମାନଙ୍କୁ ନୂତନ କର୍ମ ନିଯୁକ୍ତିର ସୁଯୋଗ ମିଳିପାରେ।
କର୍କଟ ରାଶି :
ଆପଣଙ୍କ ସମ୍ମୁଖକୁ ଯେକୌଣସି ଜଟିଳ ସମସ୍ୟା ଆସିଲେ ମଧ୍ୟ ତାହାକୁ ଅତି ସାହସର ସହ ସାମ୍ନା କରିବାର କ୍ଷମତା ଆପଣଙ୍କ ପାଖରେ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବା ଫଳରେ କରଜ ପରିଶୋଧ କରିବା ପାଇଁ ସୁବିଧା ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନର ସଠିକ୍ ରାସ୍ତା ଖୋଜି ବାହାର କରିବାରେ ଆପଣ ସମର୍ଥ ହେବେ। ନିଜର ଲକ୍ଷ୍ୟ ହାସଲ ପାଇଁ ସମସ୍ତ ଶକ୍ତି ବିନିଯୋଗ କରିବେ ଏବଂ ସଫଳ ମଧ୍ୟ ହେବେ। ପୂର୍ବରୁ ସ୍ଥଗିତ ରହିଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସମ୍ପାଦନ ହେବ। ଜାଗା, ଜମି, ବାସଗୃହ କିମ୍ବା ନୂତନ ଯାନବାହାନ କ୍ରୟ କରିବାର ସୁଯୋଗ ମିଳିବ। ଯେକୌଣସି ଶୁଭ କାର୍ଯ୍ୟରେ ହାତ ଦେଲେ ସଫଳତା ଆପଣଙ୍କ ପାଦ ଛୁଇଁବ। ଅଫିସ୍ କାର୍ଯ୍ୟରେ କୌଣସି ଆଲୋଚନା ସମୟରେ ନିଜର ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସଫଳ ହେବେ।
ସିଂହ ରାଶି :
ଆଜି ଆପଣ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବେ। ଥାନା, ଫାଣ୍ଡି କିମ୍ବା କୋର୍ଟ କଚେରୀ ମାମଲାର ଶୁଣାଣି ସମ୍ପୂର୍ଣ୍ଣ ରୂପେ ଆପଣଙ୍କ ସପକ୍ଷରେ ଯାଇପାରେ। ବ୍ୟବସାୟୀମାନଙ୍କର ଆର୍ଥିକ ସ୍ଥିତିରେ ଅଚାନକ ସକାରାତ୍ମକ ପରିବର୍ତ୍ତନ ଆସିବ, ଯାହା ଆପଣଙ୍କୁ ବହୁତ ଖୁସି ଦେବ। ଦୂର ସ୍ଥାନକୁ ଯାତ୍ରା କଲେ ସେଥିରୁ ଆଶାଜନକ ସଫଳତା ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କର ନିରନ୍ତର ପରିଶ୍ରମ ପାଇଁ ଉଚ୍ଚ ପ୍ରଶଂସା ପାଇବେ। ସମାଜରେ ଜଣେ ସତ୍ୟବାଦୀ, ଶାନ୍ତିପ୍ରିୟ, ଧୈର୍ଯ୍ୟଶୀଳ ଓ ଭଦ୍ର ବ୍ୟକ୍ତି ଭାବେ ଆପଣଙ୍କର ଆଦର ଓ ସମ୍ମାନ ବୃଦ୍ଧି ପାଇବ। ରପ୍ତାନି ବାଣିଜ୍ୟ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିମାନେ ଯଥେଷ୍ଟ ମୁନାଫା ଅର୍ଜନ କରିବେ। ଆଇନ ଅଦାଲତ ସମ୍ପର୍କୀୟ ମାନସିକ ଦୁଶ୍ଚିନ୍ତା ଦୂର ହେବ ଏବଂ ଆର୍ଥିକ ସାହାଯ୍ୟ ମିଳିବା ଯୋଗୁଁ ସମୟଟି ଅତି ଆନନ୍ଦମୟ ଭାବେ କଟିବ। ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ।
କନ୍ୟା ରାଶି :
ଆପଣଙ୍କ ମଧ୍ୟରେ ଆଜି ଆତ୍ମନିରୀକ୍ଷଣ, ମନୋବୈଜ୍ଞାନିକ ତଥ୍ୟ ଅନ୍ୱେଷଣ ଏବଂ ଆନ୍ତରିକ ମୂଲ୍ୟାଙ୍କନର ଏକ ଅପୂର୍ବ ଅନୁଭୂତି ଜାଗ୍ରତ ହେବ। ସାମାଜିକ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଫଳରେ ଜୀବନଶୈଳୀରେ ଉନ୍ନତି ଆସିବ ଏବଂ ପାରିବାରିକ ସୁଖ ସାଙ୍ଗକୁ ଜମିବାଡ଼ି ଓ ଧନସମ୍ପତ୍ତିରେ ବୃଦ୍ଧି ଘଟିବ। ବ୍ୟବସାୟୀମାନେ ନିଜର ଚତୁରତା ପ୍ରୟୋଗ କରି କମ୍ ପରିଶ୍ରମରେ ଅଧିକ ଲାଭବାନ ହେବା ପାଇଁ ଅନ୍ୟମାନଙ୍କୁ ସହାୟକ ରୂପେ ବ୍ୟବହାର କରିବେ। ଭୋଗ ବିଳାସ ଓ ଆନନ୍ଦମୟ ଜୀବନ ଅତିବାହିତ କରିବା ପାଇଁ ଆପଣ ଅଧିକ ଆଗ୍ରହୀ ହେବେ। ଜୀବନରେ କିଛି ଅପ୍ରତ୍ୟାଶିତ ସକାରାତ୍ମକ ଘଟଣା ଘଟିବାର ସମ୍ଭାବନା ଅଛି। ଠିକାଦାର ଓ ଘରୋଇ ସଂସ୍ଥାରେ କର୍ମରତ ଥିବା ବ୍ୟକ୍ତିମାନଙ୍କ ପାଇଁ ସମୟଟି ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ବନ୍ଧୁମିତ୍ରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ ମିଳିବ।
ତୁଳା ରାଶି :
ଆପଣଙ୍କ ଜୀବନରେ ରୋମାନ୍ସ ଓ ପ୍ରେମର ଏକ ନୂଆ ପ୍ରବାହ ଆସିବ, ଯାହା ମନରେ ପ୍ରସନ୍ନତା ଭରିଦେବ। ସମସ୍ତଙ୍କ ପ୍ରତି ରଖିଥିବା ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ପ୍ରଗତି ପଥରେ ଆଗକୁ ବଢ଼ିବାରେ ବିଶେଷ ସାହାଯ୍ୟ କରିବ। ଶିକ୍ଷା ଦାନ ବା ଅଧ୍ୟାପନ ମାମଲାରେ ଆପଣ ଉଲ୍ଲେଖନୀୟ ଅଗ୍ରଗତି କରିବେ। ଭବିଷ୍ୟତରେ ମିଳିବାକୁ ଥିବା ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଆପଣ ଦୃଢ଼ତାର ସହ ଲଢ଼ିବେ ଏବଂ ସଫଳ ହେବେ। ନିଜର ପ୍ରିୟଜନ ଓ ସାଥୀଙ୍କୁ ଆର୍ଥିକ ତଥା ଭାବନାତ୍ମକ ସ୍ତରରେ ସହାୟତା କରି ମାନସିକ ସନ୍ତୋଷ ପାଇବେ। ନୂତନ ରୋଜଗାରର ସୁଯୋଗ ସୃଷ୍ଟି ହେବାର ପ୍ରବଳ ସମ୍ଭାବନା ଅଛି। ଘର ପରିବାରର ବାତାବରଣ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ରହିବ। ମହିଳାମାନେ ସନ୍ତାନର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିପାରନ୍ତି। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହେବା ସହ ଯଶ ଓ ସମ୍ମାନ ବୃଦ୍ଧି ପାଇବ।
ବିଚ୍ଛା ରାଶି :
ଆଜି ହଠାତ୍ ଧନ ଲାଭ ହେବାର ଯୋଗ ଥିବାରୁ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଦିନଟି ହସଖୁସି ଓ ଆନନ୍ଦରେ ଅତିବାହିତ ହେବ। ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟରେ ରୁଚି ବଢ଼ିବ। ଆପଣଙ୍କର ନିରନ୍ତର ସଂଘର୍ଷ ଦ୍ୱାରା ଶେଷରେ ମୀମାଂସା ଓ ସଫଳତା ମିଳିବ। ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଉଚିତ୍ ପନ୍ଥା ଗ୍ରହଣ କରି ସଫଳ ହେବେ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଯେଉଁ ଚିନ୍ତା ଥିଲା, ସେଥିରୁ ଆପଣ ସମ୍ପୂର୍ଣ୍ଣ ମୁକ୍ତି ପାଇବେ। ସମାଜର ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ନୂତନ ସମ୍ପର୍କ ସୃଷ୍ଟି ହେବ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଆଜି ସୁରୁଖୁରୁରେ ସମ୍ପୂର୍ଣ୍ଣ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବା ସହ ଜନସମ୍ପର୍କ ବୃଦ୍ଧି ପାଇବ। ରୋଜଗାର ଜନିତ ସମସ୍ୟାର ସମାଧାନ ହେବ ଏବଂ ନୂତନ ବସ୍ତ୍ର କିମ୍ବା ସୁନା ଗହଣା ଆଦି କ୍ରୟ କରିପାରନ୍ତି।
ଧନୁ ରାଶି :
ଉଚ୍ଚ ଅଧିକାରୀଙ୍କ ସହଯୋଗ ଓ ଶୁଭଦୃଷ୍ଟି ଆପଣଙ୍କ ଉପରେ ରହିବା ସହ ଲୋକସମ୍ପର୍କ ବୃଦ୍ଧି ପାଇ ଆପଣଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବ। କୌଣସି କାର୍ଯ୍ୟ ପୂରଣ କରିବା ପାଇଁ କିଛିଟା ସଂଘର୍ଷ କରିବାକୁ ପଡ଼ିପାରେ, କିନ୍ତୁ ଶେଷରେ ଆପଣ ସଫଳ ହେବେ। ନୂତନ ଗୃହୋପକରଣ କିମ୍ବା ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିବା ପାଇଁ ମନ ବଳାଇବେ। ସନ୍ତାନମାନେ ସତ୍ମାର୍ଗ ଅନୁସରଣ କରିବେ, ଯାହା ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ। ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବ। ବନ୍ଧୁମାନଙ୍କ ସହ ମିଳନ ହେତୁ ମନ ଖୁସି ରହିବ ଏବଂ ସେମାନଙ୍କ ପ୍ରେରଣା ଓ ଆର୍ଥିକ ସହାୟତା ଆପଣଙ୍କୁ ପ୍ରଗତି ପଥରେ ଆଗେଇ ନେବ। ଛାତ୍ରଛାତ୍ରୀମାନେ ନିଜର ଏକାଗ୍ରତା ଯୋଗୁଁ ସୁଖ୍ୟାତି ଲାଭ କରିବେ, ତଥାପି ଅଧ୍ୟୟନରେ ଅଧିକ ତତ୍ପର ହେବା ଆବଶ୍ୟକ।
ମକର ରାଶି :
ଆଜି ଆପଣ ନିଜର ବ୍ୟବହାରିକ ଜ୍ଞାନ ଓ କୌଶଳ ପ୍ରୟୋଗ କରି ବ୍ୟବସାୟରେ ବିଶେଷ ଲାଭବାନ ହେବେ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରେ ଲାଗି ରହିଥିବା ଅନେକ ଦିନର ସମସ୍ୟା ସହଜରେ ସମାଧାନ ହୋଇଯିବ। ଭ୍ରମଣ, ପ୍ରଶାସନ, ପ୍ରକାଶନ, ସଂଗଠନ ଓ ଅନୁସନ୍ଧାନ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିମାନେ ନିଶ୍ଚିତ ସଫଳତା ପାଇବେ। ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ ଏବଂ ପୁରୁଣା ମନୋମାଳିନ୍ୟ ଦୂର ହେବ। ଉପରିସ୍ଥ କର୍ମଚାରୀମାନେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ, ଯାହା ଆପଣଙ୍କ କାମକୁ ସହଜ କରିଦେବ। ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତି ଦୂରେଇ ଯିବ ଏବଂ ଶାନ୍ତି ଫେରିଆସିବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତିର ସୁଯୋଗ ରହିଛି। ତେବେ ପଡ଼ୋଶୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ, ସେମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ସମାଲୋଚନା କରିପାରନ୍ତି। ଭୌତିକ ସୁଖ ସୁବିଧାରେ ବୃଦ୍ଧି ଘଟିବ।
କୁମ୍ଭ ରାଶି :
କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଏବଂ ସହଯୋଗୀମାନଙ୍କର ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ ପାଇ ଆପଣ ଅସମ୍ଭବକୁ ସମ୍ଭବ କରିବେ। ସନ୍ତାନମାନଙ୍କର କୌଣସି ସୁସମ୍ବାଦ ଶୁଣି ମନ ଅତ୍ୟନ୍ତ ଆନନ୍ଦିତ ହେବ। ସମାଜସେବା ଓ ରାଜନୀତି କ୍ଷେତ୍ରରେ ଆପଣଙ୍କର ସ୍ୱନାମ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ନିକଟସ୍ଥ ସ୍ଥାନମାନଙ୍କରେ ପରିବାର ସହ ଭ୍ରମଣ କରି ବେଶ୍ ଆନନ୍ଦ ଅନୁଭବ କରିବେ। ମହିଳାମାନେ ପରିବାରରେ ସମସ୍ତଙ୍କର ଆଦରଣୀୟା ହେବେ ଏବଂ ସୁଖ ସମ୍ମାନ ଲାଭ କରିବେ। ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ, ଯାହାଦ୍ୱାରା ଆପଣଙ୍କର ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ ଏବଂ ଶାନ୍ତି ବଜାୟ ରହିବ। ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଆପଣ ଅପ୍ରତ୍ୟାଶିତ ବିଜୟ ହାସଲ କରିବେ।
ମୀନ ରାଶି :
ଦାମ୍ପତ୍ୟ ସୁଖରେ ଆଜି ଆଶାଜନକ ଫଳ ପ୍ରାପ୍ତି ହେବ, ଯାହା ଦ୍ୱାରା ପାରିବାରିକ ବନ୍ଧନ ଅଧିକ ମଜଭୁତ ହେବ। ଅନାବଶ୍ୟକ ବ୍ୟୟ ହ୍ରାସ ପାଇବା ସହ ଆୟର ନୂତନ ମାର୍ଗ ଖୋଲିବ ଏବଂ ପ୍ରଚୁର ଅର୍ଥ ଲାଭର ଯୋଗ ରହିଛି। ବେକାରୀଙ୍କୁ ନୂତନ କର୍ମ ନିଯୁକ୍ତିର ସୁଯୋଗ ମିଳିପାରେ। ବ୍ୟବସାୟୀମାନେ ନିଜ କାରବାରରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ। ଆପଣଙ୍କ ମଧ୍ୟରେ କୁଳଶ୍ରେଷ୍ଠ ଓ କୀର୍ତ୍ତିଶାଳୀ ଭଳି ଦିବ୍ୟ ଗୁଣଗୁଡ଼ିକ ପ୍ରସ୍ଫୁଟିତ ହେବ। ଆର୍ଥିକ କାରବାର ବା ଅର୍ଥ ସମ୍ପର୍କିତ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କଲେ ତାହା ଭବିଷ୍ୟତ ପାଇଁ ଲାଭବାନ ହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଆପଣ ସଫଳତାର ଶୀର୍ଷକୁ ଛୁଇଁବେ। ବନ୍ଧୁମିତ୍ରଙ୍କ ସହଯୋଗ ପାଇ ସୁଖ ସମୃଦ୍ଧିରେ ବୃଦ୍ଧି ହେବ। ମହିଳାମାନେ ନିଜ ପିଲାମାନଙ୍କ ସହ ଆନନ୍ଦରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବା ଫଳରେ କର୍ମକ୍ଷେତ୍ରଟି ସୁଦୃଢ଼ ହେବ।
ବିଏମସି ନ୍ୟୁଜ ଓଡ଼ିଶା ।


