ରାୟଗଡା: ତା -୧୫/୦୨(ବିଏମସି ଟିଭି ଓଡ଼ିଆ)
ରାୟଗଡା ଜିଲ୍ଲା ମାଓବାଦୀ ମୂଳପୋଛ ହେବାକୁ ଯାଉଥିଲା ବେଳେ ନକଲି ମାଓବାଦୀଙ୍କ ଉତ୍ପାତ ବୃଦ୍ଧି ପାଇଛି। ଆଜି ରାୟଗଡା ପୁଲିସ ଦୁଇ ଜଣ ନକଲି ମାଓବାଦୀଙ୍କୁ ଗିରଫ କରାଯିବା ଘଟଣା ଆଲୋଚ୍ୟର ବିଷୟ ପାଲଟିଛି। ଗିରଫ ଦୁଇଜଣଙ୍କ ମଧ୍ୟରେ ରାୟଗଡାର ଜଣେ ୱେବ ଚ୍ଯାନଲ ସାମ୍ବାଦିକ ଅନୁବ୍ରତ ବାରା (ରଞ୍ଜୁ)ଓ ଅନ୍ୟ ଜଣେ ବଳୀ ମାଝୀ । ବଳି ମାଝୀ ଏଥି ପୂର୍ବରୁ ନକ୍ସଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ମାଓମୁକ୍ତ ହେବାକୁ ଥିବା ଜିଲ୍ଲାରେ ମାଓ ବ୍ୟାନର ଲଗାଇ ଆତଙ୍କ ଖେଳାଇବା ଅଭିଯୋଗରେ ସମସ୍ତ ଦିଗକୁ ତଦନ୍ତ କରି ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଗତ ଦୁଇ ଦିନ ତଳେ ଜିଲ୍ଲାର ଶେଷଖାଲ ଥାନା ଅନ୍ତର୍ଗତ ରାୟଗଡା ସହର ଠାରୁ ମାତ୍ର ଦୁଇ କିମି ଦୂରରେ ଥିବା ରାୟଗଡା – ବାଇଶିଙ୍ଗ ମୁଖ୍ୟ ରାସ୍ତାର ଧୂମାଗୁଡା ଗାଁରେ ମାଓ ବ୍ୟାନର ଲଗାଇଥିବା ବେଳେ ଉକ୍ତ ଦିନ ହିଁ ଚାନ୍ଦିଲି ଥାନା ଅନ୍ତର୍ଗତ ପାଇକପଡା ଓ କଲ୍ୟାଣସିଙ୍ଗପୁର ବ୍ଲକ କୁମ୍ଭାରଗୁଡା ଗାଁ ନିକଟ ଭଳି ଉକ୍ତ ଦୁଇଟି ସ୍ଥାନରେ ନକଲି ମାଓ ପୋଷ୍ଟର ଲଗାଯାଇଥିଲା। ଗିରଫ ଦୁଇ ଜଣଙ୍କୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରି ମାଇନା କରାଯାଇଛି । ଏ ନେଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ କୁମାର ଧରଙ୍କ ପ୍ରତିକ୍ରିୟା ନେବାରୁ ଏ ସଂକ୍ରାନ୍ତରେ ଜିଲ୍ଲା ଏସପି ଆସନ୍ତାକାଲି ସୋମବାର ଦିନ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେବେ ବୋଲି କହିଛନ୍ତି ।
ରାୟଗଡା ରୂ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


