ମାଲକାନଗିରି/ବାଲିମେଳା ; ତା-୦୭/୦୩ ( ବିଏମସି ଟିଭି ଓଡ଼ିଆ)
ଗତ ଫେବୃଆରୀ ମାସର ତା-୨୭/୦୨/୨୦୨୬ରିଖ ଦିନ ବାଲିମେଳା ସ୍ଥିତ ମିଳନ ମିସ୍ତ୍ରୀଙ୍କ ସ୍ତ୍ରୀ ନିଖୋଜ ଥିବା ଏକ ଲିଖିତ ଘଟଣା ଓର୍କେଲ ଥାନା ରେ ରୁଜୁ ହୋଇଥିଲା । ଗଲାକାଲି ଅଖିଳ ଭାରତ ହିନ୍ଦୁ ମହାସଭାର ମାଲକାନଗିରି ଜ଼ିଲ୍ଲା ସଭାପତି ପଦିଆ ପଡ଼ିଆମି ଓର୍କେଲ ଥାନାରୁ ଘଟଣାଟିକୁ ତଦନ୍ତ କରି ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ସେ ମୋବାଇଲ ଟ୍ରାକିଙ୍ଗ ରୁ ଜାଣିବାକୁ ପାଇଲେ ଯେ ମହିଳା ଙ୍କ ମୋବାଇଲ ମଧ୍ୟ ପ୍ରଦେଶ ସ୍ଥିତ ବେତୁଲ ଜ଼ିଲ୍ଲାରେ ଦେଖାଉଛି । ଏହା ପରେ ପଦିଆ ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ସାଙ୍ଗଠନ ମନ୍ତ୍ରୀ ଡ଼.ବିଶ୍ୱଜିତ ମୁଦୁଲି ଙ୍କୁ ଅବଗତ କରାଇଥିଲେ ।
ଏହି ଖବରଟି ଡ଼.ବିଶ୍ୱଜିତ ଜାଣିବା ପରେ ତୁରନ୍ତ ମିଳନ ମିସ୍ତ୍ରୀ ଯିଏ କି ଲାଲୀ ମିସ୍ତ୍ରୀଙ୍କ ସ୍ୱାମୀ ତାଙ୍କ ସହ ଆଲୋଚନା କରି ମଧ୍ୟପ୍ରଦେଶ ସ୍ଥିତ ବେତୁଲ ଜ଼ିଲ୍ଲାର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ ଏବଂ ଏହାପରେ ମିଳନ ମିସ୍ତ୍ରୀ ଙ୍କ ସହ ମଧ୍ୟ କଥାବାର୍ତା କରାଇଥିଲେ ।
ସେଠାକାର ଅତିରିକ୍ତ ପୋଲିସ ଅଧୀକ୍ଷକ ଡ଼.ବିଶ୍ୱଜିତଙ୍କ ଜରିଆରେ ତାଙ୍କ ସ୍ୱାମୀ ଙ୍କୁ କିଛି ତଥ୍ୟ ମାଗିଥିଲେ । ଏହାକୁ ଆଧାର କରି ଲାଲୀ ମିସ୍ତ୍ରୀଙ୍କୁ ସେଠାକାର ଚୋପନାୟକ ଥାନା ଅନ୍ତର୍ଗତ ଏକ ବେଙ୍ଗଲୀ ବସ୍ତିରୁ ଜଣେ ବୁଢ଼ୀ ଲୋକଙ୍କ ଘରୁ ୦୬/୦୩/୨୦୨୬ ଦିନ ସକାଳୁ ସକାଳୁ ଉଦ୍ଧାର କରିଥିଲେ । ଏବଂ ସେଠାକାର ଜିଲ୍ଲା ଅତିରିକ୍ତ ପୋଲିସ ଅଧିକାରୀ ବିଶ୍ୱଜିତ ଙ୍କୁ କହିଥିଲେ ଇଯେ ଲାଲୀ ମିସ୍ତ୍ରୀ ଙ୍କୁ ସେଠାରୁ ଉଦ୍ଧାର କରିଛୁ । ବର୍ତମାନ ଉଭୟ ଆମ ହେପାଜତରେ ଅଛନ୍ତି ଏବଂ ସେ ବର୍ତ୍ତମାନ ସୁରକ୍ଷିତ । ଏହା ଶୁଣି ଲାଲୀଙ୍କ ସ୍ୱାମୀ ଆଶ୍ୱସ୍ତ ଅନୁଭବ କରିଥିଲ୍ । ଏହାର ଖବର ପାଇ ମାଲକାନଗିରି ଜିଲ୍ଲା ଏସପି ଏକ ସ୍ୱତନ୍ତ୍ର ଟିମ ଗଠନ କରି ଉଦ୍ଧାର କରିବାପାଇଁ ସେଠାକୁ ଛାଡିଛନ୍ତି ।
ଏହି ଘଟଣା ଟିକୁ ନେଇ ହିନ୍ଦୁ ମହାସଭାର ମାଲକାନଗିରି ଜିଲ୍ଲା ସଭାପତି , ନବରଙ୍ଗପୁର ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଗୀତା ଚଇନି , ରାଜ୍ୟ ସାଙ୍ଗଠନ ମନ୍ତ୍ରୀ ଡ଼.ବିଶ୍ୱଜିତ ମୁଦୁଲି ଏବଂ ଦିଲ୍ଲୀ ରୁ ରାଷ୍ଟ୍ରିଆ ସାଙ୍ଗଠନ ମନ୍ତ୍ରୀ ରାକେଶ ତିବ୍ବାରୀ ଉଭୟ ରାଜ୍ୟ ର ଜ଼ିଲ୍ଲା ପ୍ରଶାସନ ଏବଂ ପୋଲିସ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ମାଲକାନଗିରି ଜିଲ୍ଲା ବାଲିମେଳା ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡି଼ଶା ।


