ଖୋଦ୍ଧା / ବୋଲଗଡ଼, ତା-୦୫/୦୯ (ବିଏମସି ଟିଭି ଓଡ଼ିଆ)
ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ସଭାପତିତ୍ୱରେ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲୋକନାଥ ସାହୁଙ୍କ ଆବାହକତ୍ଵରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଅବସରପ୍ରାପ୍ତ ବ୍ଲକ ସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କର ସମ୍ବନ୍ଧନା ଉସ୍ଚବ ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ପଞ୍ଚୁକୋଟ ସ୍ଥିତ ସରକାରୀ ରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି।

ଏହି କାଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ମୁଖ୍ଯ ବକ୍ତା ଭାବେ ପୂର୍ବତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା ଓ ସମ୍ମାନୀତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀରଞ୍ଜନ ନାୟକ, ଖୋଦ୍ଧା ଜିଲ୍ଲା ଓଷ୍ଟା ସଭାପତି ସୀତାକାନ୍ତ ମିଶ୍ର , ବୋଲଗଡ଼ ବ୍ଲକ ନିମ୍ନ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମଳୟ କୁମାର ପଣ୍ଡା, ବ୍ଲକ ଶିକ୍ଷକ ସଂଘ ସଭାପତି ଶୈଳେନ୍ଦ୍ର ପଟ୍ଟନାୟକ, ସ୍କୁଲ ପରିଚାଳନା କମିଟି ସଭାପତି ସୁଧାକର ମହାରଣା , ଶିକ୍ଷକ ଆଦିକନ୍ଦ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାଯ୍ୟକ୍ରମର ପ୍ରାରମ୍ଭରେ ସଭାପତି ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ସ୍ବାଗତ ଭାଷଣ ଦେଇ ଗୁରୁଦିବସରେ ସମାଜର ପ୍ରଗତି ଓ ବିକାଶ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଭୂମିକା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ। ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସମାଜର ମେରୁଦଣ୍ଡ, ମଣିଷ ଗଢା କାରଖାନାର ବନ୍ଧାଣୀ ସ୍ବରୁପ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କର ଆଦର୍ଶ ତଥା ଗୁଣାତ୍ମକ ଶିକ୍ଷା ଦାନ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ଯତ ଉଜ୍ଜ୍ବଳମୟ ହୋଇଥାଏ ବୋଲି ମୁଖ୍ଯ ଅତିଥି ପୂର୍ଣ୍ଣଚନ୍ଦ୍ର ବେହେରା ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ। ଶିକ୍ଷା ବିନା ଜୀବନ ଅନ୍ଧକାରମୟ ବୋଲି ମୁଖ୍ଯ ବକ୍ତା ପଦ୍ମଚରଣ ବେହେରା କହିଥିଲେ।

ଏହି ଅବସରରେ ବିଦ୍ୟାଳୟ ପରିସରରେ ନିମନ୍ତ୍ରିତ ଅତିଥି ମାନେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ , ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରମୁଖ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ଗୁଡିକୁ ଉନ୍ମୋଚନ କରିଥିଲେ।
ଆଜିର କାଯ୍ୟକ୍ରମରେ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ୩୯ଜଣ ଅବସରକାଳୀନ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଉତ୍ତରୀୟ, ଫୁଲତୋଳା ଓ ମାନପତ୍ର ପ୍ରଦାନ କରି ସମ୍ବନ୍ଧିତ କରିଥିଲେ । ସମସ୍ତ ସମ୍ବନ୍ଧନା କାଯ୍ୟକ୍ରମକୁ ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ଓ ମନମୋହନ କହଲସିଂହ ସଂଯୋଜନା କରି ପରିଚାଳନା କରିଥିଲେ। ପରିଶେଷରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ସାମଲ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
ବିଏମସି ନିୟୁଜ ଓଡ଼ିଶା ।



