ବୋଲଗଡ଼ ; ତା-୧୪/୦୭ ( ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା ବୋଲଗଡ଼ ଶିକ୍ଷା ବ୍ଳକ ଅଧିନ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ଦେଉଳି ଠାରେ ମଙ୍ଗଳ ବାର ଦିନ ବିଦ୍ୟାଳୟ
ପରିଚାଳନା କମିଟି ଗଠିତ ହୋଇଯାଇଛି। ଏଥିରେ ମୋ ସ୍କୁଲ ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ଵ କରିଥିଲେ ଓ ଆୟୋଜିତ ପରିଚାଳନା କମିଟି ଗଠନ କାର୍ଯ୍ୟକ୍ରମ ରେ ପିତାମାତା ଅଭିଭାବକ ସଂଘ (ପିଟିଏ) ବୈଠକ ଅଭିଭାବକ ମାନଙ୍କ ମଧ୍ୟରୁ ୨୦ଜଣ ସଭ୍ୟ/ ସଭ୍ୟା ବିଭିନ୍ନ ବର୍ଗରୁ ମନୋନୀତ କରାଯାଇଥିଲା । ବୈଠକରେ ମନୋନୀତ ପ୍ରକ୍ରିୟାରେ ପ୍ରଶାନ୍ତ କୁମାର ସାହୁ ସଭାପତି ଓ ଗୀତାଞ୍ଜଳି ସାହୁ ଉପସଭାପତି ଭାବେ ମନୋନୀତ ହୋଇଥିଲେ। ପରେ ଉଭୟ ସଭାପତି ଓ ଉପସଭାପତି ଙ୍କୁ ବିଦ୍ୟାଳୟ ତରଫରୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବନ୍ଧିତ କରାଯାଇ ଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସୁକାନ୍ତି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତନୀମା ବରାଳ ଓଡିଶା ସରକାରଙ୍କ ବିଦ୍ୟାଳୟ ପରିଚାଳନା କମିଟି ଗଠନ ନିମନ୍ତେ ଜାରି ହୋଇଥିବା ମାର୍ଗ ଦର୍ଶିକା ବିଷୟରେ ବିସ୍ତୃତ ଭାବେ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ।ଉକ୍ତ ବିଦ୍ୟାଳୟର ନବ ଗଠିତ ପରିଚାଳନା କମିଟି ର ସଭାପତି ଓ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ।



