ମାଲକାନଗିରି ; ତା-୨୨/୦୭ ( ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାଲିମେଳା ଏନଏସି ଅନ୍ତର୍ଗତ ସରକାରୀ ଓର୍କେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିନ୍ନକ୍ଷମ ଶିକ୍ଷକ ସୁଜିତ କୁମାର ରୟଙ୍କୁ ଅବସରକାଳୀନ ସମର୍ଦ୍ଧନା ଦିଆଯାଇଛି। ଆଜି ସ୍କୁଲ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା। ମୁଖ୍ୟ ଅତିଥି ଭାବେ କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅସିତ ମିସ୍ତ୍ରୀ , ସମ୍ମାନୀତ ଅତିଥି ଭାବେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ସିଆରସି ଭଗବାନ ସାହୁ, ସ୍କୁଲ ସଭାପତି କମଳ ଲୋଚନ ଖିଲ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ସୁଜିତ ଅନ୍ଧ ହେଲେ ମଧ୍ୟ ଅନେକ ବର୍ଷ ଧରି ଏହି ସ୍କୁଲରେ ଶିକ୍ଷା ଦାନ କରିଆସୁଥିଲେ। ପିଲାମାନଙ୍କ ଅତି ନିକଟତର ହୋଇପାରିଥିଲେ। କିଛି ପୁରାତନ ଛାତ୍ର ଖବର ଶୁଣି ଆସିଥିଲେ। ସୁଜିତ ସାରଙ୍କୁ ଉପଢୌକନ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମି ପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।



