ଖୋର୍ଦ୍ଧା ; ତା-୧୪/୦୨ (ବିଏମସି ଟିଭି ଓଡ଼ିଆ)
ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ରାଜସୁନାଖଳା ଉପସେବାକେନ୍ଦ୍ରରେ ପୂର୍ବାହ୍ନ ୧୦ ଘଟିକା ସମୟରେ ୯୦ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହୋତ୍ସବ ଏକ ପବିତ୍ର ଶାନ୍ତ ପରିବେଶ ମଧ୍ୟରେ ଓଡ଼ିଶା ବିଧାନ ସଭାର ବରେଣ୍ୟା ବାଚସ୍ପତି ସୁରମା ପାଢ଼ୀ ମହୋଦୟାଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହି ଉତ୍ସବକୁ ମହା ଆଡମ୍ପର ସହକାରେ କରାଯାଇଥିଲା ।

ଏହି ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀମତୀ ବାଚସ୍ପତି ମହୋଦୟା ନିଜ ବକ୍ତବ୍ୟ ରେ କହିଲେ ଯେ ପରମାତ୍ମା ଶିବ ନିରାକାର ସର୍ବ ଶକ୍ତିବାନ ସାରା ସଂସାର ର ନିୟାମକ ଭଗ୍ୟବିଧାତା । ଆମେ ଆମର ଅବିନାଶୀ ଜତି ଆତ୍ମାଗଣ ତାଙ୍କର ଅଂଶ ବିଶେଷରେ ପାଳନ ତାଙ୍କୁ ସମର୍ପଣ ଭାବରେ ଧ୍ୟାନ କଲେ ତାଙ୍କର ଅମାପ ଶକ୍ତି ଓ ଦିବ୍ୟ ଗୁଣ ଆମ୍ଭ ଆତ୍ମା ମାନଙ୍କୁ ପ୍ରାପ୍ତ ହେବ ଯାହା ଆମ୍ଭ ମାନଙ୍କ ଶୃଙ୍ଖଳିତ ଜୀବନ ଯାପନ କରିବା ପାଇଁ ପ୍ରେରଣା ଯୋଗାଇବ ।

ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ରାଜଯୋଗର ଧ୍ୟାନ ଓ ଆଧ୍ୟାତ୍ମିକ ଜ୍ଞାନର ଦର୍ଶନ ସମାଜ କୁ ନୂତନ ଦିଗ ଦର୍ଶନ ଦେବ ଏଥିରେ ସନ୍ଦେହ ନାହିଁ । ବ୍ରହ୍ମା କୁମାରୀ ଭଉଣୀ ମାନଙ୍କ ସମୟୋପଯୋଗୀ ନିଃସ୍ୱାର୍ଥ ସେବାର ସେ ଭୂୟସୀ ପ୍ରଶଂସା କରିଥିଲେ ।

ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଓ ସମିତି ସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ସମ୍ମାନସ୍ପଦ ଅତିଥି ରୂପେ ଯୋଗଦାନ କରିଥିଲେ ।

ଏହି ଉତ୍ସବ ରେ ବ୍ରହ୍ମା କୁମାରୀ ସବ୍ ଜୋନ ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର ନିରୁପମ ଆଶୀର୍ବାଦ ପ୍ରଦାନ କରିଦେଲେ ଓ ଶିବ ରାତ୍ରୀର ମହାତ୍ମ ଶପଥ ପାଠ ସମସ୍ତଙ୍କୁ କରାଇଥିଲେ । ପୁରୀ ସବ୍ ଜୋନର ବରିଷ୍ଠ ରାଜ ଯୋଗୀ ବ୍ରହ୍ମା କୁମାର ଡାକ୍ତର ସତ୍ୟାନ ମଞ୍ଚ ପରିଚାଳନା କରିଥିଲେ ।

ଏହି ଅବସରରେ ଆଶ୍ରମ ପରିସର ମଧ୍ଯରେରେ ଏକ ନୂତନ ତପସ୍ୟା ଧାମର ଶୁଭ ଶିଳାନ୍ୟାସ ସମ୍ମାନନୀୟା ବାଚସ୍ପତି ମହୋଦୟା କରିବା ସଙ୍ଗେ ସଙ୍ଗେ ବୃକ୍ଷ ରୋପଣ କରିଥିଳେ । ଏଥିରେ ବୁଦ୍ଧିଜୀବୀ, ସମାଜ ସେବୀ, ଶିକ୍ଷାବିତ୍ , ଜନ ସାଧାରଣ ତଥା ସମ୍ପାଦ ପତ୍ର ଓ ଗଣ ମାଧ୍ଯମ ର ପ୍ରତିନିଧି ସାମ୍ବାଦିକ ମାନେ ଯୋଗ ଦାନ କରିଥିଲେ ।

ବିଏମସି ନ୍ୟୁଜ୍ ଓଡ଼ିଶା ।




