ଖୋର୍ଦ୍ଧା, ତା-୧୫/୦୨ ( ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜୁନିଅର ରେଡ଼କ୍ରସ ଖୋର୍ଦ୍ଧା ପକ୍ଷରୁ ମହାଶିବରାତ୍ରି ଅବସରରେ ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋଡ଼ାସ୍ଥିତ ଲୋକନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ଏକ ସାମାଜିକ ସେବା ଓ ପ୍ରାଥମିକ ଚିକିତ୍ସା ସେବା ଶିବିର ଆୟୋଜିତ ହୋଇଯାଇଛି।
ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧ୍ୟକ୍ଷ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଓ ଜିଲ୍ଲା ଜୁନିଅର ରେଡ଼କ୍ରସ ସମ୍ପାଦକ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଜ୍ଞା ପାରମିତା ଜେନାଙ୍କ ମାର୍ଗଦର୍ଶନରେ, ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ଓ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆର୍ସି ଭିଲେଜର ବିଜ୍ଞାନ ଶିକ୍ଷକ ତୋଫାନ କୁମାର ରାଉତରାୟଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ, ଡଙ୍ଗରପଡା ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଭକ୍ତମାନଙ୍କୁ ପ୍ରାଥମିକ ଚିକିତ୍ସା ସହ ସାମାଜିକ ସେବା ପ୍ରଦାନ କରାଯାଇଥିଲା।
ଏହି ଶିବିରକୁ ସ୍ଥାନୀୟ ମାନ୍ୟବର ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସେ ଜୁନିଅର ରେଡ଼କ୍ରସର ସେବାମୂଳକ କାର୍ଯ୍ୟକଳାପକୁ ପ୍ରଶଂସା କରି ଯୁବମାନଙ୍କୁ ମାନବସେବାରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ।
ବିଶେଷ ଅତିଥି ଭାବେ ଆଦର୍ଶ ପ୍ରଧାନଶିକ୍ଷକ ପବିତ୍ର ମୋହନ ଖାଡ଼ଙ୍ଗା, ଦେଉଳି ପଞ୍ଚାୟତ ସରପଞ୍ଚ ଅକ୍ଷୟ କୁମାର ରାଉତରାୟ, ଜିଲ୍ଲା ଜୁନିଅର ରେଡ଼କ୍ରସ ସହକାରୀ ସମ୍ପାଦକ ଉପେନ୍ଦ୍ରନାଥ ଦାଶ, ଶିକ୍ଷାବିତ୍ ବିଜୟ କୁମାର ରାଉତରାୟ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରତୀକ୍ଷା ପ୍ରଜ୍ଞା, କାଉନସେଲର ସିଦ୍ଧେଶ୍ୱର କର ଓ ସ୍କାଉଟ ମାଷ୍ଟର କେଦାରନାଥ ରାଉତରାୟ ଉପସ୍ଥିତ ଥିଲେ। ଇନ୍ଦ୍ରମଣି ରଣବିଜୁଳି, ଭୀମ ସାମନ୍ତରାୟ, ବିଶ୍ଵଦୀପ ପ୍ରଧାନ, ଝାମ୍ପୁଲି ଚମ୍ପତ୍ତିରାୟ ସହଯୋଗ କରିଥିଲେ ।

ଏହି ଅବସରରେ ଜୁନିଅର ରେଡ଼କ୍ରସ ସ୍ୱେଚ୍ଛାସେବକମାନେ ଭକ୍ତମାନଙ୍କୁ ଶୃଙ୍ଖଳା ବଜାୟ ରଖିବା ସହ ଆବଶ୍ୟକ ଚିକିତ୍ସା ସହାୟତା ପ୍ରଦାନ, ସଫେଇ କାର୍ଯ୍ୟକ୍ରମ, ବୟୋଜ୍ୟେଷ୍ଠଙ୍କୁ ସହାୟତା ପ୍ରଦାନ ଆଦି କରିଥିଲେ। କାର୍ଯ୍ୟକ୍ରମଟି ସାମାଜିକ ସେବା ମାଧ୍ୟମରେ ଯୁବପିଢିଙ୍କ ମଧ୍ୟରେ ସେବାଭାବ ଓ ମାନବିକତା ବୃଦ୍ଧି କରିବାରେ ସାହାଯ୍ୟ କରିଛି।
ବିଏମସି ନ୍ୟୁଜ୍ ଓଡ଼ିଶା ।



