ବୋଲଗଡ଼ ; ତା-୨୯/୧୧ (ବିଏମସି ଟିଭି ଓଡ଼ିଆ)
ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ଦଦରାକାନ୍ଥ ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟ ଆନୁକୂଲ୍ୟରେ ଓ ପ୍ରଧାନ ଶିକ୍ଷକ ବିଦ୍ୟାଭୂଷଣ ତ୍ରିପାଠୀ ଙ୍କ ଆବାହକତ୍ଵରେ ଆଦିବାସୀ ଜନନାୟକ ଠକ୍କର ବାପା ଙ୍କ ଜନ୍ମ ଜୟନ୍ତୀ ଉସ୍ଚବ ମହାଆଡ଼ମ୍ବର ସହକାରେ ଶନିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଉସ୍ଚବରେ ସମାଜସେବୀକା ରୋଜାଲିନ୍ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ଯ ଅତିଥି ଭାବେ ବିଦ୍ୟାଳୟର ଉପଦେଷ୍ଟା ପ୍ରମୋଦ କୁମାର ଖାଡଙ୍ଗା ଓ ମୁଖ୍ଯ ବକ୍ତା ଭାବେ ସମାଜସେବୀକା ଉଷା ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ସଦାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇ ଠକ୍କର ବାପା ଙ୍କ ଫଟୋ ଚିତ୍ରରେ ଫୁଲ, ଚନ୍ଦନ, ଧୂପଦୀପ ଦେଇ ଏହାକୁ ଶୁଭ ଉଦ୍ଘାଟନ କରିଥିଲେ। ସଭାପତି ରୋଜାଲିନ୍ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ବିଦ୍ୟାଭୂଷଣ ତ୍ରିପାଠୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଜାତି ଜନଜାତି ସଂମ୍ପ୍ରଦାୟ ର ଜନକଲ୍ୟାଣ ଅଧିକାରୀ ଠକ୍କର ବାପା ଙ୍କ ଜୀବନୀ କାହାଣୀ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ଜନ୍ମ ଜୟନ୍ତୀ ଉପଲକ୍ଷେ ସମସ୍ତ ଜାତି ଓ ଜନଜାତି ସଂମ୍ପ୍ରଦାୟ ର ୨୨୦ଜଣ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଜାତି ଓ ଜନଜାତି ସଂମ୍ପ୍ରଦାୟ ର ଲୋକମାନେ ଅତ୍ଯନ୍ତ ସରଳ ଓ ବିଶ୍ବାସୀ ତଥା ପରିବେଶ ସୁରକ୍ଷାକାରୀ ହୋଇଥିବା ରୁ ଜଙ୍ଗଲ ଗୁଡିକ ର ସୁରକ୍ଷା କରାଯାଇ ପାରୁଅଛି । ତେଣୁ ଆମ୍ଭେମାନେ ସୁସ୍ଥ ପରିବେଶ ରେ ନୀରୋଗ ଜୀବନ ଯାପନ କରି ଜୀବନ ସୁରକ୍ଷା ପାଇଁ ଶୁଦ୍ଧ ଅମ୍ଲଜାନ ପାଇ ପାରୁଅଛେ ବୋଲି ମୁଖ୍ଯ ଅତିଥି ପ୍ରମୋଦ କୁମାର ଖାଡଙ୍ଗା ସୂଚନା ପ୍ରଦାନ କରିଥିଲେ।
ଶିକ୍ଷା ବିକାଶର ଚାବିକାଠି ଓ ଜୀବନ ର ମାନଦଣ୍ଡ ହୋଇଥିବା ରୁ ରାଜ୍ଯ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଜାତି ଓ ଜନଜାତି ସଂମ୍ପ୍ରଦାୟ ର ପିଲାମାନଙ୍କର ଶିକ୍ଷା ର ବିକାଶ ପାଇଁ ସମସ୍ତ ମୌଳିକ ସୁବିଧା ସୂଯୋଗ ଯୋଗାଇ ଦେଉଅଛନ୍ତି ବୋଲି ମୁଖ୍ଯ ବକ୍ତା ଉଷା ମିଶ୍ର ମତ ପ୍ରକାଶ କରିଥିଲେ। ନୂଆଦିଲ୍ଲୀ ସ୍ଥିତ ପ୍ରାଚୀ ଫାଉଣ୍ଡେସନ ସେଚ୍ଛାସେବୀ ଅନୁଷ୍ଠାନ ତରଫରୁ ମାଗଣାରେ ୨୨୦ଜଣ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଏହି କାଯ୍ୟକ୍ରମ କୁ ଶିକ୍ଷକ ସଦାନନ୍ଦ ନାୟକ, ନ୍ରୁସିଂହ ମହାପାତ୍ର ଓ ଶିକ୍ଷୟତ୍ରୀ ପଙ୍କଜିନୀ ଦାଶ, ରଶ୍ମିତା ବେହେରା, ରଶ୍ମିତା ମଲ୍ଲିକ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ। ପରିଶେଷରେ ପ୍ରଧାନଶିକ୍ଷକ ବିଦ୍ୟାଭୂଷଣ ତ୍ରିପାଠୀ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା ।



