ସମ୍ବଲପୁର:ତା.୨୬/୦୭ (ବିଏମସି ଟିଭି ଓଡିଆ)
ମାଆ ସମଲେଶ୍ୱରୀଙ୍କ ପବିତ୍ର ପୀଠରେ ରବିବାର ସନ୍ଧ୍ୟାରେ ଏକ ଭବ୍ୟ ଭଜନ ସନ୍ଧ୍ୟା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଭଜନ ସନ୍ଧ୍ୟାକୁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ମାଆ ସମଲେଶ୍ୱରୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରର ପ୍ରତିଷ୍ଠିତ କଳାକାରମାନେ ମା’ଙ୍କ ମହିମାଗାନ କରିଥିଲେ। କଣ୍ଠଶିଳ୍ପୀ ବିଭୁତି ଭୂଷଣ ପଟ୍ଟନାୟକ, ରଞ୍ଜନ କୁମାର ନନ୍ଦ, ବଳରାମ ମାଝୀ, ସୁନୀତି ବେହେରା, ଜ୍ୟୋତିର୍ମୟୀ ବେହେରା ଓ ତନୁଶ୍ରୀ ବେହେରା ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ଦେବାଶିଷ ପାଢ଼ୀ, ଭାଗିରଥୀ ସିଂହଦେଓ, କୃଷ୍ଣ ଚନ୍ଦ୍ର ବାଗ, କ୍ଷିତିଶ ଚନ୍ଦ୍ର ବାଗ, ସୁମିତ ପ୍ରଧାନ, ହରିବନ୍ଧୁ ବେହେରା ଓ ସୁରେନ୍ଦ୍ର ଖଟେଇ ପ୍ରମୁଖ ସହଯୋଗ କରିଥିଲେ। ସନ୍ତୋଷ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା ଓ ତ୍ରିଲୋଚନ ତ୍ରିପାଠୀ ମଂଚ ପରିଚାଳନା କରିଥିଲେ। ଏହି ଅବସରରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା, ହେମନ୍ତ ମିଶ୍ର ଓ ଦେବ କୁମାର ଅଜମେରିଆ ତଥା ବିଶିଷ୍ଟ ଶିକ୍ଷାବିତ ଡ଼ଃ ଶ୍ୟାମ ସୁନ୍ଦର ଧର, ଗୁରୁ ରଞ୍ଜନ କୁମାର ସାହୁ, ସୁଶାନ୍ତ ମିଶ୍ର, ସୁଶୀଲ ଦାସ, ଜୟକୃଷ୍ଣ ବେହେରା, ମଳୟ ଭୋଇ ଓ ଦୀପାଳି ଚୌଧୁରୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଉପସ୍ଥିତ ଭକ୍ତମାନେ କହିଥିଲେ ଯେ, ଏପରି ଭଜନ ସନ୍ଧ୍ୟା ସମ୍ବଲପୁରର ସାଂସ୍କୃତିକ ପରମ୍ପରାକୁ ଆଗକୁ ବଢ଼ାଇବା ସହ ଯୁବପିଢ଼ୀଙ୍କୁ ଭକ୍ତି ସଙ୍ଗୀତ ଓ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ କରିବ। ଶେଷରେ ଆୟୋଜକମାନେ ସମସ୍ତ କଳାକାର, ବାଦ୍ୟଯନ୍ତ୍ର ବାଦକ, ସହଯୋଗୀ ଓ ଭକ୍ତମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସମଲେଶ୍ୱରୀ ପୀଠ କେବଳ ଏକ ଆଧ୍ୟାତ୍ମିକ କେନ୍ଦ୍ର ନୁହେଁ, ଏହା ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ଜୀବନ୍ତ ପ୍ରତୀକ। ଏପରି ଭଜନ ସନ୍ଧ୍ୟା ଭକ୍ତମାନଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିବା ସହ ନୂତନ ପିଢ଼ୀଙ୍କୁ ଆମ ସାଂସ୍କୃତିକ ଐତିହ୍ୟ ସହ ଯୋଡ଼ି ରଖିବ ବୋଲି ସଭାପତି ସଞ୍ଜୟ ବାବୁ ମତପ୍ରକାଶ କରିଥିଲେ।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


