ବାଲିମେଳା ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ତମସା ଶ୍ରୀକ୍ଷେତ୍ର ତଥା ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସୋମବାର ଠାରୁ ରୀତିନୀତି ଅନୁସାରେ ଆରମ୍ଭ ହୋଇଛି। ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗତକାଲି ରବିବାର ଏକ ବିଶାଳ କଳସ ଯାତ୍ରା ଆରମ୍ଭ ହୋଇଥିଲା।ବ୍ଲକର ଟେକଗୁଡା ନିକଟ ଗଙ୍ଗା ଝରରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ପବିତ୍ର ଜଳକୁ କଳସରେ ସଂଗ୍ରହ କରାଯାଇଥିଲା। ମହିଳା ମାନେ ୧୦୦୮ଟି କଳସକୁ ନେଇ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ପରେ ମନ୍ଦିରରେ କଳସ ସ୍ଥାପନ କରାଯାଇଥିଲା।ମନ୍ଦିରରେ ସୋମବାର ପ୍ରାତଃହରୁ ପୂଜକ ମାନଙ୍କ ଦ୍ୱାରା କଳସ ପୂଜା,ମଣ୍ଡପ ପୂଜା,ଅଗ୍ନି ସ୍ଥାପନ,ଆଳତି, ଭକ୍ତ ମାନଙ୍କ ଦ୍ୱାରା ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।ସନ୍ଧ୍ୟାରେ ବିଗ୍ରହ ଧାନ୍ୟାଧିବାସ କରାଯାଇଥିଲା।ଏହି ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ କୋରୁକୋଣ୍ଡା ଅଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।
ବାଲିମେଳା ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା।


