ଢେଙ୍କାନାଳ ;ତା-୧୦/୧୦(ବିଏମସି ଟିଭି ଓଡ଼ିଆ)
ତିନି ଗୋଷ୍ଠୀ ମଧ୍ୟରେ କଡ଼ା ଟକ୍କର। ଢେଙ୍କାନାଳର ପ୍ରମୁଖ ଶିକ୍ଷାନୁଷ୍ଠାନ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏହି ନାମାଙ୍କନ ପ୍ରକ୍ରିୟାରେ ମୁଖ୍ୟତଃ ତିନୋଟି ଗୋଷ୍ଠୀର ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP),ବିଜୁ ଛାତ୍ର ଜନତା ଦଳ (BCJD) ଏବଂ ଏକ ସ୍ୱାଧୀନ ଗ୍ରୁପ୍ ପକ୍ଷରୁ ପ୍ରାର୍ଥୀମାନେ ସଭାପତି,ସାଧାରଣ ସମ୍ପାଦକ ସମେତ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ଭରିଛନ୍ତି। ସକାଳୁ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କଡ଼ା ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ମଧ୍ୟରେ ସମଗ୍ର ନାମାଙ୍କନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। କଲେଜ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଆଗାମୀ ଦିନରେ ଏହି ନିର୍ବାଚନ ଆହୁରି ରୋଚକ ହେବ ବୋଲି ଆଶା କରାଯାଉଛି। ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କ୍ୟାମ୍ପସରେ ଚର୍ଚା ଜୋର ଧରିଛି। ତେବେ ସାରା ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ପାଇଁ ବିଭିନ୍ନ କଲେଜରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ସମୁଦାୟ ୩୪୮ କଲେଜରେ ଦାଖଲ ହୋଇଛି ୮୩୨୫ ନାମାଙ୍କନ ପତ୍ର। ୧୧୭୫ ଜଣ ଛାତ୍ରଛାତ୍ରୀଙ୍କ ପ୍ରାର୍ଥୀପତ୍ର ନାକଚ। ନିର୍ବାଚନୀ ମଇଦାନରେ ମୋଟ ୭୧୬୮ ଜଣ ପ୍ରାର୍ଥୀ।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁକ୍ତ ଓଡିଶା।


