ଅତାବିରା/ବରଗଡ଼ ତା:୨୯/୦୧(ବିଏମସି ଟିଭି ଓଡ଼ିଆ)
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଧର୍ମରାଜ ପ୍ରଧାନ ମୁଖ୍ୟ ଅତିଥି, (ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଝିଲମିଣ୍ଡା ) ସମ୍ମାନିତ ଅତିଥି ରିଙ୍କି ପ୍ରଧାନ ( ଅଧ୍ୟାପିକା ଓଡ଼ିଆ ବିଭାଗ ଅତାବିରା ମହାବିଦ୍ୟାଳୟ ), ତ୍ରିଲୋଚନ ସେଠ୍ ( କେନ୍ଦ୍ର ସଂଯୋଜକ, କାଦୋ ବାହାଲ (ସି. ଆର. ସି. ସି ), ଅତିଥି ଭାବରେ ଶ୍ରୀଯୁକ୍ତ ଅନନ୍ତ ମେହେର, ଅରବିନ୍ଦ ଦାସ, ରମଣୀ ଦନ୍ତା (ସମାଜସେବୀ ) ଗିରିଧାରୀ ପଧାନ ( କାଦୋବାହାଲ,ସରପଞ୍ଚ ) ସୁକାନ୍ତି ସିଂହ ( ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କାଦୋ ବାହାଲ) ମଂଚାସୀନ ଥିଲେ। ମୁଖ୍ୟ ଅତିଥି ଙ୍କ ଦ୍ୱାରା ଛୋଟ ପିଲାମାନଙ୍କ ପାଇଁ ଅଭିଭାଷଣ ସହିତ ତାଙ୍କ କର କମଳ ରୁ ବ୍ରଜଲାଲ ମହାପାତ୍ର, କ୍ଷୀରୋଦ୍ର ବିହାରୀ ପାତ୍ର, କୈଳାଶ ଚନ୍ଦ୍ର ସେଠ୍, ତ୍ରିଲୋଚନ ଭୁଏ, ରୋମ୍ୟ ରଞ୍ଜନ ଦାସ,ମକରଧ୍ଵଜ ମେହେର, ଏବଂ ମୁକେଶ ପଶୟ ଙ୍କୁ ମଞ୍ଚ ସଭା ଉପରେ ସମ୍ମାନିତ କରା ଯାଇଥିଲା। ବିଭିନ୍ନ ବିଭାଗ ରେ କୃତୀତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଏବଂ ମାତୃ କର୍ମଶାଳା ରେ କୃତୀତ୍ୱ ଅର୍ଜନ କରି ଥିବା ମାଆ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା। ସଭା କାର୍ଯ୍ୟ କୁ ଶିଖାରାଣୀ ଭୋଏ ଗୁରୁମା ଆଗେଇ ନେଇଥିଲେ ଏବଂ ମଧୁମିତା ମହାକୁର ସଭା ଶେଷରେ ଧନ୍ୟବାଦ ଅର୍ପଣ କରି ଥିଲେ ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଗୁରୁମା ରୀତାଞ୍ଜଳି ସିଂହ, ଚୁମକି ଭୁଏ, ପି ସିରିଶା, ରୀତା ନାଏକ, ପ୍ରୋମଦିନୀ କୁମ୍ଭାର ସଭା କାର୍ଯ୍ୟ କୁ ସୂଚାରୁ ରୂପେ ତୁଲାଇ ବାରେ ଏବଂ ଗଣେଶ ସିଂହ (ସମ୍ପାଦକ) ସହଯୋଗ କରିଥିଲେ ।
ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


