ବୋଲଗଡ: ତା -୨୦/୦୩(ବିଏମସି ଟିଭି ଓଡ଼ିଆ)
ବୋଲଗଡ ପନ୍ଦର ଦୋଳ ପଡିଆ ଠାରେ ଆଜି ଅମୃତ ଉତ୍ସବ ଉଦଘାଟିତ ହୋଇଛି । ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ବୋଲଗଡ ଅଂଚଳର ଐତିହ୍ୟ ଓ ସମୃଦ୍ଧ ସଂସ୍କୃତିକୁ ଅମୃତ ଉତ୍ସବ ମାଧ୍ୟମରେ ପୁନଃ ଜାଗରିତ କରଯାଉଛି. ସ୍ଥାନୀୟ ଅଂଚଳର ଲୋକକଳାକୁ ଉଜ୍ଜୀବିତ କରିଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଉଛି । ଏହି ଉତ୍ସବ ଦୀର୍ଘଜୀବୀ ହେବ ବୋଲି ଆଶା କରିଛନ୍ତି ସଭାପତି ହରିବନ୍ଧୁ ସାହୁଙ୍କ ଅଧକ୍ଷତାରେ ମୁଖ୍ୟବକ୍ତା କଂଗ୍ରେସ ବରିଷ୍ଠ ନେତ୍ରୀ ସୋନାଲି ସାହୁ ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଯୁବଆଇନଜୀବୀ ଚିତ୍ତରଞ୍ଜନ ପରିଡା ଓ ରାଧେଶ୍ୟାମ ରାୟଗୁରୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ବହୁ ସ୍ଥାନୀୟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଆଇନଜୀବୀ ଗୌରୀ ଦେବୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀକାନ୍ତ କୁମାର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବଂଶୀଧର ସଂଗୀତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ପରିଶେଷରେ ସମ୍ପାଦକ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ବୋଲଗଡ ରୁ ରୁଦ୍ର ମାଧବ ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


