ଢେଙ୍କାନାଳ ;ତା-୧୧/୦୯(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୭ ତମ ସାଧାରଣ ବୈଠକ ୧୧/୯/୨୦୨୬ ତାରିଖ ଦିନ ୧୨ ଘଟିକା ସମୟରେ NAC କନଫରେନ୍ସ ହଲ ଠାରେ ଅଧକ୍ଷ କେଶବ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଓ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସାଂସଦ ରୁଦ୍ର ନାରାୟଣ ପାଣି ଓ ସମ୍ମାନିତ ଅତିଥି ଭାବେ ବିଧାୟିକା ସୀମାରାଣୀ ନାୟକ ଯୋଗ ଦେଇଥିଲେ । ବୈଠକ ଆରମ୍ଭ ହେବା ପୂର୍ବରୁ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ନିଜସ୍ଵ ପାଣ୍ଠି ବୃଦ୍ଧି ସଂଗ୍ରହ ରେ ସାରା ଓଡିଶା ରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଠାରୁ ୨କୋଟି ଟଙ୍କାର ପ୍ରୋତ୍ସାହନ ଅର୍ଥ ରାଶି ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ପାଳନ ଦିବସ ଅବସରରେ ଗ୍ରହଣ କରିଥିବା ବିଷୟରେ ମୁଖ୍ୟ ଅତିଥି ଓ ବିଧାୟିକା ସୀମା ରାଣୀ ନାୟକ ଙ୍କୁ ଅବଗତ କରାଇଥିଲେ ।ଏବଂ ଏହି ନିଜସ୍ଵ ପାଣ୍ଠି ବୃଦ୍ଧି ଦିଗରେ ଯେଉଁ ଟାକ୍ସ କଲେକ୍ଟର ମାନଙ୍କ ଯୋଗୁଁ ଓ ସ୍ୱଚ୍ଛ ସାଥୀ ଙ୍କ ଉଦ୍ୟମ ରେ ପାଣ୍ଠି ସଂଗ୍ରହରେ ଆଜି ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସମ୍ମାନିତ ହେବା ଏହି ମାନଙ୍କ ଅବଦାନ ଯୋଗୁଁ ସମ୍ଭବ ହୋଇ ପାରିଛି ।
ଏହି ବୈଠକ ରେ ଉପାଧ୍ୟକ୍ଷା ପ୍ରତିମା ରାଉତ ଙ୍କ ସହ ସମସ୍ତ ପାରିଷଦ ଯୋଗ ଦେଇଥିଲେ ଓ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ତଥା ଥାନାଗ ଅଧିକାରିଣୀ ମମତା କୁମାରୀ ସାମନ୍ତରାୟ କ୍ଷୁଦ୍ର ଜଳ ସେଚନ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ବେହେରା, ଯନ୍ତ୍ରୀ ବବିତା ସେଠୀ, ଜନ ସ୍ଵାସ୍ଥ୍ୟ ବିଭାଗ ଯନ୍ତ୍ରୀ ଶତାବ୍ଦୀ ପରିଡା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଶୁଭ ବିକାଶ ମଲ୍ଲିକ ଓ NAC ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


