ବ୍ରହ୍ମପୁର: ତା-୨୧/୧୨ (ବିଏମସି ଟିଭି ଓଡ଼ିଆ)
ଶିକ୍ଷା ଅନୁଷ୍ଠାନ ଓ ଅଭିଭାବକ ମାନେ ନିଜ ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ସହ ଭଲ ମଣିଷ ତିଆରି କରିବା ଆମ ସମସ୍ତ ଙ୍କ କର୍ତ୍ତବ୍ୟ ବୋଲି ଆଜି ଗୋଲାନ୍ଥରା ଠାରେ ଅବସ୍ଥିିତ ବାଣୀଶ୍ରୀ ବିଦ୍ୟାମନ୍ଦିର ର ୩୬ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଉଦଘାଟକ ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ମହାନ ସଂଘ ସଭାପତି ଶ୍ର ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଥିଲେ। ଶ୍ରୀ ସାବତ ପ୍ରଦୀପ ପ୍ରଜ୍ଵଳନ କରିବା ସହ ମା’ ମାନେ ନିଜର ସନ୍ତାନ ମାନଙ୍କୁ ଜଙ୍କ ଫୁଡ୍, ମୋବାଇଲ ଓ ଅପ ସଂସ୍କୃତି ଠାରୁ ଦୂରରେ ରଖି ମାତୃ ଭୂମିକୁ ଭଲ ପାଇବା ପରି ନାଗରିକ କରି ଗଢ଼ି ତୋଳିବା ପାଇଁ ଆହ୍ବାନ କରିଥିଲେ। ପରିଚାଳନା କମିଟି ସଭାପତି ଶ୍ରୀ ଯୁଧିଷ୍ଟିର ଭଞ୍ଜ ସାମନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ଉଚ୍ଚମାଧ୍ୟମିକ ଶିକ୍ଷା କାର୍ଯ୍ୟାଳୟ ର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପବିତ୍ର ମୋହନ ସାହୁ ଯୋଗଦେଇ ବିଦ୍ୟାଳୟ ର ଶିକ୍ଷା ପ୍ରଣାଳୀ ର ଉଚ୍ଚ ପର୍ସଂଶା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ନିମନ୍ତେ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଭାଗିରଥି ସ୍ୱାଇଁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦେବେନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ଶିକ୍ଷାବିତ୍ କେ କ୍ରିଷ୍ଟା ମୂର୍ତ୍ତୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।ସମ୍ପାଦକ ଶ୍ରୀ ବିଘ୍ନରାଜ ଜେନା ବିବରଣୀ ପାଠ କରିଥିଲେ। ସଖୀ ଗ୍ରୁପର ଅଧ୍ୟକ୍ଷା ସୁଇଟୀ ସାହୁ, କୋଷାଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ଜେନା, ସଦସ୍ୟ ଶ୍ରୀ ଗୋପାଳ ଚନ୍ଦ୍ର ସେଠୀ, ସଦସ୍ୟା ଶ୍ରୀମତୀ ଛାୟାକିରଣ ମହାନ୍ତି, ଶ୍ରୀମତୀ ସବିତା ସେଠି, ଶିକ୍ଷାବିତ୍ ଶ୍ରୀ ଉମାଚରଣ ସାହୁ , ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁରେନ୍ଦ୍ରନାଥ ଦାସ ପ୍ରମୁଖ ମଞ୍ଚ।ଶିନି ଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ବିଦ୍ୟୁତପ୍ରଭା ମହାରଣା ମଞ୍ଚପରିଚାଳନା କରିଥିବା ବେଳେ ସଂସ୍କୃତ ଆଚାର୍ଯ୍ୟ ଶ୍ରୀ ରାମଶଙ୍କର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶ୍ରୀ ଆଶିଷ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୂରସ୍କାର ବିତରଣ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା।
ବ୍ରହ୍ମପୁର ରୁ କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


