ସମ୍ବଲପୁର ; ତା-୦୮/୧୨ (ବିଏମସି ଟିଭି ଓଡିଆ)
ସାଂପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ବହୁ ଗୁରୁତ୍ଵପୂର୍ଣ୍ଣ ରହିଥାଏ ବୋଲି ବରଗଡ଼ ଜିଲ୍ଳା ବରପାଲି ସାମ୍ବାଦିକ ସଂଘର ୩୯ତମ ବାର୍ଷିକ ଉତ୍ସବରେ ଅତିଥିମାନେ ମତ ରଖିଥିଲେ। ବରପାଲି ସ୍ଥିତ ଗଙ୍ଗାଧର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଉତ୍ସବ ସାମ୍ବାଦିକ ସଂଘ ସଭାପତି ଚିତ୍ତରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିୟା ଯୋଗଦେଇ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭ ରେ ପ୍ରଭୁ ନାରଦ ଓ ମାଆ ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ଅତିଥିମାନେ ପୁଷ୍ପ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା କରିଥିଲେ। ବରିଷ୍ଠ ସାମ୍ବାଦିକ ବାଲକିଶୋର ଖାଡଙ୍ଗା ସ୍ବାଗତ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ସଞ୍ଚାଳନ ଆଶୁତୋଷ ରଥ ଓ ନିବେଦିତା ସ୍ୱାଇଁଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବରଗଡ଼ ଧନୁଯାତ୍ରା ସମ୍ପାଦକ ସୁରେଶ୍ଵର ଶତପଥୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସେହିପରି ପୁର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଭା ସମାପନ ପରେ ସାଂସ୍କୃତିକ କାର୍ଯକ୍ରମ ବିଚିତ୍ରା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ପ୍ରଥମ ପର୍ଯ୍ଯାୟ ଆୟୋଜିତ ନୃତ୍ୟ ପ୍ରତିଯୋଗୀତାକୁ ବ୍ଲକ ଅଧ୍ୟକ୍ଷା ରୀନା ଥଇତ ଉଦଘାଟନ କରିଥିଲେ। ପ୍ରତିଯୋଗୀତା ପର୍ବକୁ ନିବେଦିତା ସ୍ୱାଇଁ ଓ ଅଶୋକ କୁମାର ପଣ୍ଡା ପରିଚାଳନା କରିଥିଲେ।
ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


