ସମ୍ବଲପୁର/ଗୋଡଭଗା: ତା-୨୦/୧୨ (ବିଏମସି ଟିଭି ଓଡିଆ)
ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧୀନ ଗୋଡଭଗା କେମ୍ପ୍ ସ୍ଥିତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତଦଶ ବାର୍ଷିକୋତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନାଉରୀ ନାୟକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନୁଷ୍ଠିତ ସଭା ମଞ୍ଚରେ ମୁଖ୍ୟ ଅତିଥିଙ୍କ ସହ ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ୍ ତଥା ସୁବକ୍ତା ରାମଚନ୍ଦ୍ର ଡନସନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କର୍ଣ୍ଣ, ସଂପାଦକ କୃଷ୍ଣଚନ୍ଦ୍ର ସାଥୁଆ ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ୱାଳ ମଞ୍ଚାସୀନ ଥିଲେ।

କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ପୁରସ୍କୃତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ଏହି ବାର୍ଷିକୋତ୍ସବରେ ସହସ୍ରାଧିକ ପିତାମାତା ଓ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା ତଥା ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟାଙ୍କ ସକ୍ରୀୟ ସହଯୋଗରେ ଉତ୍ସବଟି ଉତ୍ସବମୁଖର ହୋଇଥିଲା।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


